କଳାହାଣ୍ଡିରେ ରାଷ୍ଟ୍ରୀୟ ଲୋକଅଦାଲତ

Advertisment
କଳାହାଣ୍ଡିରେ ରାଷ୍ଟ୍ରୀୟ ଲୋକଅଦାଲତ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତରେ ଚଳିତ ବର୍ଷର ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଛି। ଅତିରିକ୍ତ ଜିଲ୍ଲା ଜଜ୍‌ ଭିଜିଲାନ୍ସ ତଥା ଭାରପ୍ରାପ୍ତ ଜିଲ୍ଲା ଓ ଦୌରା ଜଜ୍‌ ଏବଂ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ଶ୍ରୀକାନ୍ତ ମିଶ୍ର ଓ ସଚିବ ଶୁଭ ଗୈାତମ ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଆୟୋଜିତ ବିଭିନ୍ନ ଅଦାଲତରେ ୧୫ଟି ମୋଟର ଦୁର୍ଘଟଣା ଜନିତ ମାମଲାର ଫଇସଲା କରାଯାଇଥିଲା। କ୍ଷତିପୂରଣ ବାବଦକୁ ୪୨ ଲକ୍ଷ ୩୨ହଜାର ଟଙ୍କା ପ୍ରଦାନ କରାଯାଇଥିଲା। ସେହିପରି ୩୬ଟି ଦେବାନୀ ମକଦ୍ଦମା ଫଇସଲା କରାଯାଇ ଥିବାବେଳେ ବିଚାରଯୋଗ୍ୟ ୧୯୮ଟି ଫୌଜଦାରୀ ମକଦ୍ଦମା ଫଇସଲା କରାଯାଇଥିଲା। ଏନ୍‌ଆଇ ଆକ୍ଟ ଦଫା–୧୩୮ରେ ୫ଟି ଫଇସଲା କରାଯାଇ ୩ ଲକ୍ଷ ୧୫ ହଜାର ଟଙ୍କା ଆଦାୟ କରାଯାଇଥିଲା।

ବିବାହ ଜନିତ ମକଦ୍ଦମା ୧୩ଟି ଫଇସଲା କରାଯାଇଥିଲା। ରାଜସ୍ୱ ମକଦ୍ଦମା ୨୫୨ଟି ଫଇସଲା କରାଯାଇ ୨ ଲକ୍ଷ ୪୯ ହଜାର ୧୮୩ ଟଙ୍କା ଆଦାୟ କରାଯାଇଥିଲା। ଶ୍ରମିକ ବିବାଦ ଜନିତ ମକଦ୍ଦମା ୨ଟିର ଫଇସଲା କରାଯାଇ କ୍ଷତିପୂରଣ ବାବଦକୁ ୧୩ ଲକ୍ଷ ୪୦ ହଜାର ଟଙ୍କା ପ୍ରଦାନ କରାଯାଇଥିଲା। ଗୋଟିଏ ଖାଉଟି ବିବାଦ ଜନିତ ମକଦ୍ଦମା ଫଇସଲା କରାଯାଇ କ୍ଷତି ପୂରଣ ବାବଦକୁ ୨୦ ହଜାର ଟଙ୍କା ପ୍ରଦାନ କରାଯାଇଥିଲା। ୨୯୯ଟି ପ୍ରାକ୍‌ ମୋକଦ୍ଦମା ସମ୍ବନ୍ଧୀୟ ମାମଲାର ଫଇସଲା କରାଯାଇ ୨୫ ଲକ୍ଷ ୪୬ ହଜାର ୧୦୦ ଟଙ୍କା ଆଦାୟ କରାଯାଇଥିଲା। ଏହି ଲୋକ ଅଦାଲତରେ ଅତିରିକ୍ତ ଜିଲ୍ଲା ଜଜ୍‌ ଭିଜିଲାନ୍ସ ଶ୍ରୀକାନ୍ତ ମିଶ୍ର, ପରିବାର ଅଦାଲତ ଜଜ ଲଳିତ ଦାସ, ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ଶୁଭ ଗୈାତମ ମିଶ୍ର, ସିନିୟର ସିଭିଲ ଜଜ୍‌ ଏଆର୍‌ଏଲଟିଭି ଶ୍ରୀଦିପ ମିଶ୍ର, ଉପଖଣ୍ଡ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ସୂର୍ଯ୍ୟକାନ୍ତ ଆଚାର୍ଯ୍ୟ, ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ନିଲୋଫର ପ୍ରମୁଖ ଉପସ୍ଥିତ ରହି ନିଜ ନିଜ ଅଦାଲତ ପରିଚାଳନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe