ରସୁଲପୁର: ରସୁଲପୁର ସମ୍ବାଦ ସାହିତ୍ୟଘର ପକ୍ଷରୁ ଆଜି କୁଆଖିଆସ୍ଥିତ ବନମାଳୀ ବ୍ରହ୍ମଚାରୀ ଶିକ୍ଷକ ଭବନଠାରେ ଉତ୍କଳ ଦିବସ ପାଳିତ ହୋଇଛି। କୈଳାସ ଚନ୍ଦ୍ର ନାୟକଙ୍କ ସଭାପତିତ୍ବରେ ସଂପାଦକ ପ୍ରତାପରୁଦ୍ର ପଣ୍ତା ସ୍ବାଗତ ସୂଚନା ଦେଇଥିଲେ। ଉପଦେଷ୍ଟା ଡ. ରୁଦ୍ର ନାରାୟଣ ପୃଷ୍ଟି, ସମାଜସେବୀ ପ୍ରହଲ୍ଲାଦ ପଣ୍ତା, ସାମ୍ବାଦିକ କାଳନ୍ଦୀ ଚରଣ କଣ୍ଠ ଓଡ଼ିଆ ଭାଷା ଜୀବନଜୀବିକାର ଭାଷା ହେଉ ବୋଲି କହିଥିଲେ। ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ଅନ୍ୟତମ ବିନ୍ଧାଣି ଉତ୍କଳପ୍ରାଣ ବ୍ରଜ ସୁନ୍ଦର ଦାସଙ୍କ ପ୍ରତି ସରକାର ଉପଯୁକ୍ତ ସମ୍ମାନ ଦିଆଯାଉ ବୋଲି ଦାବି କରାଯାଇଥିଲା।
ଆସନ୍ତାବର୍ଷଠାରୁ ସାହିତ୍ୟଘର ପକ୍ଷରୁ ବ୍ରଜସୁନ୍ଦର ଜୟନ୍ତୀ ପାଳନ କରାଯିବାକୁ ସ୍ଥିର କରାଯାଇଛି। କାର୍ଯ୍ୟକାରୀ ସଭାପତି ପ୍ରଦୀପ କୁମାର ସାମଲ, ଅଭୟ କୁମାର ତ୍ରିପାଠୀ, ସୁରେନ୍ଦ୍ର ବେହେରା, ନରୋତ୍ତମ ସାହୁ, ଅନସୂୟା ବରାଳ, ଅଶୋକ ବରାଳ, ରଞ୍ଜନ କୁମାର ବାରିକ, କୈଳାସ ଚନ୍ଦ୍ର ମଲିକ ଉତ୍କଳ ଦିବସ ସଂପର୍କିତ ସ୍ବରଚିତ କବିତା ପାଠ କରିଥିଲେ। ଶେଷରେ ପତ୍ରିକା ସଂପାଦକ ସନ୍ତୋଷ କୁମାର ପାଢ଼ୀ ଧନ୍ୟବାଦ ଦେଇଥିଲେ। ସାହିତ୍ୟଘର ସଂଯୋଜକ ଅମୂଲ୍ୟ କୁମାର ବରାଳ କାର୍ଯ୍ୟକ୍ରମ ସଂଚାଳନ କରିଥିଲେ।
Follow Us