ମୂଷା ଖାଇଗଲା ମହାପ୍ରଭୁଙ୍କ ଟୋପର

Advertisment
ମୂଷା ଖାଇଗଲା ମହାପ୍ରଭୁଙ୍କ ଟୋପର

ପୁରୀ : ଆସିଛି ଶୀତ। ଏଣୁ ମହାପ୍ରଭୁଙ୍କୁ ଏବେ ହେଉଛି ଘୋଡ଼ ଓ ଟୋପର ଲାଗି। ହେଲେ ମୂଷା ଏବେ ଅସୁବିଧା କରିଛି। ପଲଙ୍କର ଶେଯ କାଟିବା ପରେ ଏବେ ମହାପ୍ରଭୁଙ୍କ ଟୋପର କାଟିଦେଇଛି। କଣା ଟୋପରକୁ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି କରାଯାଉଛି। କୋଟି କୋଟି ଟଙ୍କା ସମ୍ପତ୍ତିର ଅଧିକାରୀ ଜଗତର ନାଥ ଜଗନ୍ନାଥଙ୍କୁ ଟୋପର ଲାଗି ହେବାକୁ ନେଇ ବିଭିନ୍ନ ମହଲରେ ଉଦ୍‌ବେଗ ପ୍ରକାଶ ପାଇଛି। ଚାଙ୍ଗଡା ଘର ଓ ସାନ ଭଣ୍ଡାର ଘର ଭଙ୍ଗା ହୋଇ ଯିବା ପରେ ଏଥିରେ ଥିବା ମୂଷା ଯାଇ ରତ୍ନ ସିଂହାସନରେ ପହଞ୍ଚଛନ୍ତି। ପହୁଡ଼ ହେବା ପରେ ଏମାନଙ୍କର ଆତଙ୍କ ଆରମ୍ଭ ହେଉଛି। ପ୍ରଶାସନ ପକ୍ଷରୁ ଦୀର୍ଘ ଦିନ ହେବ ମୂଷାଙ୍କୁ ଧରିବା ପାଇଁ ଯନ୍ତା ବସୁଥିଲେ ମଧ୍ୟ ମୂଷାକୁ ଧରିବା ସମ୍ଭବ ହୋଇ ନାହିଁ। ଫଳରେ ମୂଷାର ଉତ୍ପାତ ବଢ଼ିବାରେ ଲାଗିଛି। ପ୍ରତ୍ୟେକ ଦିନ ବେଶରେ ଲାଗି ହେଉଥିବା ଫୁଲକୁ କାଟିବା ସହ ଏହି ଟୋପରକୁ କାଟି ଦେଇଛନ୍ତି। ଟୋପର ଓ ଘୋଡ଼ ସହ ମହାପ୍ରଭୁଙ୍କୁ ପତନୀ, ସୂତା, ସୂତା ଘୋଡ଼, ପିଠିଆଡ଼ ଘୋଡ଼, ପିଠିଆଡ ସୂତା, ଖଣ୍ଡୁଆ, ଝଲକ ଓ ପାଗ ଲାଗି କରାଯାଉଛି। ମୂଷାକୁ ନ ଧରିପାରିଲେ ଏହି ସବୁ ବସ୍ତ୍ର ଉପରକୁ ବିପଦ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe