ଭୁବନେଶ୍ବର: ରାଜ୍ୟରେ କୋଭିଡ ସ୍ଥିତି ସଂପର୍କରେ ସ୍ୱାସ୍ଥ୍ୟ ନିର୍ଦେଶକ ବିଜୟ ମହାପାତ୍ର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ରାଜ୍ୟରେ ସଂକ୍ରମଣ ଅପୱାର୍ଡ ଟ୍ରେଣ୍ଡରେ ରହିଛି। ରାଜ୍ୟ ସରକାରଙ୍କ କଟକଣା ଅନୁସାରେ ବିଭାଗ କାର୍ଯ୍ୟ କରୁଛି।
ବିଭାଗ ତରଫରୁ ସର୍ଭେଲାନ୍ସ, ଟିକାକରଣ, ଟେଷ୍ଟିଂ, ଟ୍ରିଟମେଣ୍ଟ ଆଦି ଚାଲିଛି। ସଂକ୍ରମଣ କେବେ କମିବ, କହି ହେବନି। ତା ଉପରେ ବେଶୀ ଚିନ୍ତା କରିବାର ନାହିଁ। ଗୋଟିଏ ଦେଶରେ ୨୫ଟି ଡେମିକ୍ରନ କେସ ବାହାରିଛି। ଏହା ଉପରେ କୌଣସି ପ୍ରାମାଣିକ ତଥ୍ୟ ନାହିଁ । ଏହା ଉପରେ ଅଧିକ ଚର୍ଚ୍ଚା କେବଳ ଆତଙ୍କ ଖେଳାଇବ। ତେଣୁ ଏହାକୁ ନେଇ ଚର୍ଚ୍ଚା କରା ନଯାଉ। ଆମ ରାଜ୍ୟରେ ହସ୍ପିଟାଲ୍ ଆଡମିସନ ହାର କମ୍ ରହିଛି। ୨୦ ହଜାରରୁ ଅଧିକ ଆକ୍ଟିଭ କେସରୁ ମାତ୍ର ୧୯ ହଜାରରୁ ଅଧିକ ହୋମ ଆଇସୋଲେସନରେ ଅଛନ୍ତି। ସେମାନଙ୍କ ଲାଗି ଚିନ୍ତିତ ହେବାନି। ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶରେ ହସ୍ପିଟାଲ ବେଡ କ୍ଷମତା ମଧ୍ୟ ବଢ଼ାଯାଉଛି।
ଆମ ରାଜ୍ୟରେ ହସ୍ପିଟାଲ୍ ଆଡମିସନ ହାର କମ୍ ରହିଛି: ସ୍ୱାସ୍ଥ୍ୟ ନିର୍ଦେଶକ
Advertisment
Follow Us