ଆଜି ରଥକାଠ ଅନୁକୂଳ

ଆଜି ରଥକାଠ ଅନୁକୂଳ

file photo

ପୁରୀ :‌ ରଥଯାତ୍ରାର ଆଦ୍ୟପର୍ବ ରଥକାଠ ଅନୁକୂଳ ନୀତି ଆସନ୍ତାକାଲି ପବିତ୍ର ବସନ୍ତ ପଞ୍ଚମୀ‌ରେ ଅନୁଷ୍ଠିତ ହେବ। ଏ ନେଇ ଶ୍ରୀମନ୍ଦିର ସମ୍ମୁଖ ରଥଖଳା ପ୍ରସ୍ତୁତ ହୋଇଛି। ପରମ୍ପରା ଅନୁଯାୟୀ ଏହି ଦିନ ପ୍ରଥମ ପର୍ଯ୍ୟାୟ ରଥକାଠ ଶ୍ରୀକ୍ଷେତ୍ରରେ ପହଞ୍ଚିବାର ବିଧି ରହିଛି। ଆଗକାଳରୁ ନଦୀରେ ରଥକାଠ ଅଣାଯାଉଥିଲା। ଏହି ଦୃଷ୍ଟିରୁ ବସନ୍ତ ପଞ୍ଚମୀକୁ ପ୍ରଥମ ପର୍ଯ୍ୟାୟ ରଥକାଠ ପହଞ୍ଚିବାର ଏକ ସମୟଧାର୍ଯ୍ୟ ହେଉଥିଲା। ଅତୀତରୁ ପାଳିତ ହେଇ ଆସୁଥିବା ଏହି ପରମ୍ପରା ଆଜିବି ବଜାୟ ରହିଛି। ପରମ୍ପରା ଅନୁଯାୟୀ, ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖ ରଥଖଳାରେ ତିନି ରଥ ପାଇଁ ତିନୋଟି କାଠ ରଥଖଳାରେ ପୂଜା ହେବ। ପୁରୋହିତମାନେ ଏହି ପୂଜାକାର୍ଯ୍ୟ ସଂପନ୍ନ କରିବେ। ପବିତ୍ର ଅକ୍ଷୟ ତୃତୀୟ ଭିତରେ ଆବଶ୍ୟକ କାଠ ପହଞ୍ଚିବା ପରେ ରଥ ନିର୍ମାଣ କାର୍ଯ୍ୟ ଅନୁକୂଳ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe