୫ ବର୍ଷ ପରେ ହେଲା ରଥଟଣା; ଜାତିଭେଦ ପାଇଁ ପହଣ୍ଡିରେ ଗୁଣ୍ଡିଚା ମନ୍ଦିର ଯାଉଥିଲେ ତିନି ଠାକୁର

Advertisment
୫ ବର୍ଷ ପରେ ହେଲା ରଥଟଣା; ଜାତିଭେଦ ପାଇଁ ପହଣ୍ଡିରେ ଗୁଣ୍ଡିଚା ମନ୍ଦିର ଯାଉଥିଲେ ତିନି ଠାକୁର

ରିଆମାଳ: ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ କୁଣ୍ଢେଇଗୋଳାରେ ୫ ବର୍ଷ ପରେ‌ ହେଲା ରଥଟଣା। ଜାତିଭେଦକୁ ନେଇ ଲାଗି ରହିଥିଲା ବିବାଦ। ୩ ବର୍ଷ ବିବାଦ ଯୋଗୁଁ ଥିବା ବେଳେ ବାକି ୨ ବର୍ଷ କରୋନା ପାଇଁ ବନ୍ଦ ଥିଲା। ମନ୍ଦିର କମିଟୀ, ଗ୍ରାମବାସୀ ପ୍ରଶାସନ ପକ୍ଷରୁ ଏକ ବୈଠକରେ ସମାଧାନ ପରେ ରଥଟଣା ସମ୍ଭବ ହୋଇଥିଲା। ଏଥି ପାଇଁ କୁଣ୍ଢେଇଗୋଳାରେ ଖୁସି ଫେରିଥିବା ଜଣାପଡିଛି।

ପ୍ରକାଶ ଥାଉକି କୁଣ୍ଢେଇଗୋଳାରେ ଗତ ୫ ବର୍ଷ ହେବ ଜାତିଭେଦକୁ ନେଇ ରଥଟଣା ହୋଇ ପାରୁନ ଥିଲା। ଶ୍ରୀଜିଉଙ୍କୁ ପହଣ୍ଡିରେ ମାଉସୀ ମା’ଙ୍କ ପାଖକୁ ନିଆଯାଉଥିଲା।ବର୍ତ୍ତମାନ ମନ୍ଦିର କମିଟି ସଭାପତି ସୌଭାଗ୍ୟ ପ୍ରଧାନ, ସମ୍ପାଦକ ନିରାକାର ସାହୁ, କୋଷାଧ୍ୟକ୍ଷ ନିତ୍ୟାନନ୍ଦ ଧଳଙ୍କ ତତ୍ବାବଧାନରେ ରଥଯାତ୍ରା ପ୍ରସ୍ତୁତି ଚାଲିଥିଲା। ରଥଟଣା ପାଇଁ କମିଟି ତିନ୍ତିତ ଥିଲା। ତହସିଲଦାର ବିମଳା ବିରୁଲି, କୁଣ୍ଢେଇଗୋଳା ଥାନା ଅଧିକାରୀ ସରୋଜ କୁମାର ସେଠୀଙ୍କ ମିଳିତ ପ୍ରଚେଷ୍ଟାରେ ଶାନ୍ତି କମିଟିରେ ବୁଝାସୁଝା ଆପୋସ ବୁଝାମଣା ପରେ ରଥଟଣା ସମ୍ଭବ ହୋଇଥିଲା। ୫ ବର୍ଷ ଥିବା ବେଳେ ୬ ବର୍ଷ ଥର ରଥଯାତ୍ରା ନିରାଡମ୍ବର ଭାବେ ପାଳିତ ହୋଇଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe