ଶ୍ରୀକ୍ଷେତ୍ରରେ ପହଞ୍ଚିଲା ମହାପ୍ରଭୁଙ୍କ ରଥ ଦଉଡ଼ି

ଶ୍ରୀକ୍ଷେତ୍ରରେ ପହଞ୍ଚିଲା ମହାପ୍ରଭୁଙ୍କ ରଥ ଦଉଡ଼ି

ପୁରୀ : ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ଘୋଷ ଯାତ୍ରାରେ ରଥ ଦଉଡିକୁ ନେଇ ଲାଗି ରହିଥିବା ଅନିଶ୍ଚିତତା ଦୂର ହୋଇଛି। ଘୋଷ ଯାତ୍ରା ପାଇଁ ଆବଶ୍ୟକ ସମସ୍ତ ରଥଟଣା ଦଉଡିି ପୁରୀରେ ପହଞ୍ଚିଛି। ତିନି ରଥ ପାଇଁ ଆବଶ୍ୟକ ୧୨ଟି ଦଉଡି ସହିତ ସାଙ୍ଗରେ ଅଧିକ ୨ଟି ଦଉଡି ଆସିଛି। ଏଥି ସହିତ ଦୁଇଟି କର୍ଡନ( ଘେରି) ଦଉଡି ମଧ୍ୟ ଅଣାଯାଇଛି। ମୋଟ ୧୬ଟି ଦଉଡି ଆଜି ଶ୍ରୀମନ୍ଦିର କାର୍ଯ୍ୟାଳୟ ନିକଟରେ ପହଞ୍ଚିବା ପରେ ଏ ସବୁକୁ ଗୋଦାମ ଘରେ ରଖାଯାଇଛି। ଚନ୍ଦନପୁର ନିକଟସ୍ଥ ବୀରପ୍ରତାପପୁର କତା ନିଗମ କାର୍ଯ୍ୟାଳୟରୁ ସମସ୍ତ ଦଉଡି ଅଣାଯାଇଛି। ତେବେ ଘେରି ପାଇଁ ଆବଶ୍ୟକ ଆଉ ୭ଟି ଦଉଡି ଅଣାଯିବ ବୋଲି ରଥ ତତ୍ତ୍ଵବଧାରକ ସୁଦର୍ଶନ ମେକାପ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe