ଘଣ୍ଟାଏ ଆଗରୁ ରଥଟଣା ଆରମ୍ଭ

ଚତୁର୍ଦ୍ଧାମୂର୍ତ୍ତି ରଥାରୁଢ଼ କରାଯାଇ ଗଜପତି ଦିବ୍ୟସିଂହ ଦେବଙ୍କ ଛେରାପହଁରା ନୀତି ପରେ ବାହୁଡ଼ା ରଥଯାତ୍ରାରେ ରଥ ଟଣା ଧାର୍ଯ୍ୟ ସମୟର ଘଣ୍ଟାଏ ପୂର୍ବରୁ ଆରମ୍ଭ ହୋଇଛି...

taladwaja

rath started an hour earlier Photograph: (sambad.in)

ପୁରୀ:  ଚତୁର୍ଦ୍ଧାମୂର୍ତ୍ତି ରଥାରୁଢ଼ କରାଯାଇ ଗଜପତି ଦିବ୍ୟସିଂହ ଦେବଙ୍କ ଛେରାପହଁରା ନୀତି ପରେ ବାହୁଡ଼ା ରଥଯାତ୍ରାରେ ରଥ ଟଣା ଧାର୍ଯ୍ୟ ସମୟର ଘଣ୍ଟାଏ ପୂର୍ବରୁ ଆରମ୍ଭ ହୋଇଛି।

ନୀତି ନିର୍ଘଣ୍ଟରେ ରଥଟଣା ଅପରାହ୍ନ ୪ଟାରେ ଆରମ୍ଭ ହେବ ବୋଲି କୁହାଯାଇଥିଲା। ମାତ୍ର ଏହାର ଏକଗଣ୍ଟା ଆଗରୁ ଅପରାହ୍ନ ୩ଟାରେ ରଥ ଟଣା ଆରମ୍ଭ ହୋଇଛି।  ପ୍ରଭୁ ଶ୍ରୀବଳଭଦ୍ରଙ୍କ ରଥ ପ୍ରଥମେ ଟଣା ଯାଇଛି।

ଶନିବାର ଶ୍ରୀଗୁଣ୍ଡିଚା ମନ୍ଦିରରୁ ପ୍ରଭୁ ଶ୍ରୀବଳଭଦ୍ର  ଦେବୀ  ମା’ସୁଭଦ୍ରା ଏବଂ ପ୍ରଭୁ ଶ୍ରୀଜଗନ୍ନାଥଙ୍କର ଶ୍ରୀମନ୍ଦିରକୁ ବାହୁଡ଼ା ଯାତ୍ରା ନୀତି ଆରମ୍ଭ ହୋଇଥିଲା। ଚତୁର୍ଦ୍ଧାମୂର୍ତ୍ତି ରଥାରୁଢ଼ ହୋଇଛନ୍ତି। 

ପ୍ରଥମେ ଶ୍ରୀଗୁଣ୍ଡିଚା ମନ୍ଦିରରୁ ଚକ୍ରରାଜ ଶ୍ରୀସୁଦର୍ଶନଙ୍କୁ ପହଣ୍ଡିରେ ସେବାୟତମାନେ ଆଣିଥିଲେ।ଏହା ପରେ ପାରମ୍ପରିକ ବାଦ୍ୟର ତାଳେ ତାଳେ ଧାଡ଼ି ପହଣ୍ଡିରେ ତାଳଧ୍ୱଜ ରଥକୁ ବଡ଼ ଠାକୁର ଶ୍ରୀବଳଭଦ୍ରଙ୍କର ବିଜେ କରାଯାଇଥିଲା।

ବଡ଼ ଠାକୁର ଶ୍ରୀବଳଭଦ୍ରଙ୍କ ପଛେ ପଛେ ଦେବୀ ମା’ସୁଭଦ୍ରା ଧାଡ଼ି ପହଣ୍ଡିରେ ଦର୍ପଦଳନ ରଥକୁ ବିଜେ କରିଥିଲେ। ଶେଷ ମହାପ୍ରଭୁ କାଳିଆ ସାଆନ୍ତ ପ୍ରଭୁ ଶ୍ରୀ ଜଗନ୍ନାଥ ଧାଡ଼ି ପହଣ୍ଡିରେ ନନ୍ଦିଘୋଷ ରଥକୁ ବିଜେ କରିଥିଲେ।

ଏହାପରେ ବିଜେ ପ୍ରତିମା ପ୍ରଭୁ ଶ୍ରୀ ମଦନମୋହନ ଓ ଶ୍ରୀରାମକୃଷ୍ଣ ରଥକୁ ବିଜେ ହୋଇଥିଲେ।

ଏହା ପରେ ନୀତି ନିର୍ଘଣ୍ଟ ଅନୁସାରେ ଛେରା ପହଁରା ନୀତି ଗଜପତି ମହାରାଜା  ଦିବ୍ୟ ସିଂହ ଦେବଙ୍କ ଦ୍ବାରା  ସମ୍ପନ୍ନ ହୋଇଥିଲା।


ଛେରା ପହଁରା ପରେ ଚାରମାଳ ଫିଟା ହୋଇ ଘୋଡ଼ା ଯୋଚା ନୀତି ହୋଇ  ରଥ ଟଣା ଆରମ୍ଭ ହୋଇଥିଲା।

 Bahuda Yatra 2025

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe