ଆଜି ୩ଟାରେ ରଥ ଟଣା: କପାଳି ମଠ ନିକଟରେ ଅଟକିଲା ରୁକୁଣା ରଥ

ଘଣ୍ଟ, ଘଣ୍ଟା ବାଜୁଥିଲା। ଶିବ ଧ୍ବନିରେ କମ୍ପୁଥିଲା ମନ୍ଦିର ଭିତର, ବାହାର। ବାହାରେ ଅପେକ୍ଷା କରିଥିଲେ ହଜାର ହଜାର ଶ୍ରଦ୍ଧାଳୁ। ପବିତ୍ର ଚୈତ୍ରମାସ ଶୁକ୍ଳପକ୍ଷ ଅଷ୍ଟମୀ ତିଥିରେ ଆଜି ଭଉଣୀ...

ddgcvcv

ପୁରୁଣା ଭୁବନେଶ୍ୱର: ଘଣ୍ଟ, ଘଣ୍ଟା ବାଜୁଥିଲା। ଶିବ ଧ୍ବନିରେ କମ୍ପୁଥିଲା ମନ୍ଦିର ଭିତର, ବାହାର। ବାହାରେ ଅପେକ୍ଷା କରିଥିଲେ ହଜାର ହଜାର ଶ୍ରଦ୍ଧାଳୁ। ପବିତ୍ର ଚୈତ୍ରମାସ ଶୁକ୍ଳପକ୍ଷ ଅଷ୍ଟମୀ ତିଥିରେ ଆଜି ଭଉଣୀ, ମା’ ରୁକ୍ମିଣୀ ଓ ଶ୍ରୀଦୋଳଗୋବିନ୍ଦଙ୍କ ସହ ରାମେଶ୍ୱର ଯାତ୍ରାରେ ବାହାରିଥିଲେ ମହାପ୍ରଭୁ ଶ୍ରୀଲିଙ୍ଗରାଜ। ପୂର୍ବରୁ ଧାର୍ଯ୍ୟ ହୋଇଥିବା ସମୟର ୨ ଘଣ୍ଟା ବିଳମ୍ବରେ ଆରମ୍ଭ ହୋଇଥିଲା ରୁକୁଣା ରଥ ଟଣା। ଯେଉଁଥି ପାଇଁ ବଢ଼େଇବାଙ୍କ ଛକ ପୂର୍ବରୁ କପାଳି ମଠ ନିକଟରେ ରଥ ଅଟକି ରହିଲା। ମନ୍ଦିର ଭିତରେ ୩ ଥର ମାରା ହେବାରୁ ନୀତି ବିଳମ୍ବ ହୋଇ ଏଭଳି ପରିସ୍ଥିତି ହୋଇଛି। ଆସନ୍ତାକାଲି (ରବିବାର) ଅପରାହ୍ନ ୩ଟାରେ ପୁଣି ରଥଟଣା ପାଇଁ ନିଷ୍ପତ୍ତି ହୋଇଛି।

୩ଥର ମାରା, ଦେଢ଼ ଘଣ୍ଟା ନୀତି ବିଳମ୍ୱ

ଆଜି ସକାଳେ ମନ୍ଦିର ଖୋଲିବା ପରେ ମଙ୍ଗଳ ଆଳତି ହୋଇଥିଲା। ଅବକାଶ ନୀତି ପରେ ସାହାଣମେଲା ହୋଇଥିଲା। ଏହା ପରେ ରୋଷହୋମ, ପାକକାର୍ଯ୍ୟ, ଛାମୁ ପରିଷ୍କାର ଓ ସାଢ଼େ ୯ଟାରେ ମାଘସ୍ନାନ ପରେ ସମର୍ଥା ସେବାୟତ ମନ୍ଦିର ଚୂଳକୁ ଚଢ଼ିଯିବାରୁ ନୀତି ମାରା ହୋଇଥିଲା। ଫଳରେ ପୁଣି ମାଘସ୍ନାନ ହୋଇଥିଲା। ଏହା ପରେ ନୀତି ଆରମ୍ଭ ହେଉ ହେଉ ମନ୍ଦିର ସଫା କରୁଥିବା ଜଣେ କର୍ମଚାରୀ ଓ ଅନ୍ୟ ଜଣେ ମନ୍ଦିର ଗର୍ଭଗୃହକୁ ପଶିଯାଇଥିଲେ। ଏଭଳି ୩ଥର ନୀତି ମାରା ପରେ ୩ଥର ମାଘ ସ୍ନାନ ହୋଇଥିଲା। ଏଣୁ ନୀତି ଦେଢ଼ ଘଣ୍ଟା ବିଳମ୍ବ ହୋଇଯାଇଥିଲା। ପରେ ବେଶ, ଦ୍ୱାରପାଳ ଓ ସୂର୍ଯ୍ୟ ପୂଜା, ବଲ୍ଲଭ, ମା’ ଗୋପାଳୁଣୀଙ୍କ ବଲ୍ଲଭ, ସକାଳ ଧୂପ ଓ ଭୋଗ ମଣ୍ଡପ ନୀତି ପରେ ଅପରାହ୍ନ ୩ଟାରେ ଶ୍ରୀଜିଉଙ୍କ ପହଣ୍ଡି ଆରମ୍ଭ ହୋଇଥିଲା।

 ରଥ ଉପରେ ମହାପ୍ରଭୁଙ୍କୁ ପରିକ୍ରମା କରାଯିବା ପରେ ସେବାୟତମାନେ ଶ୍ରୀଜିଉଙ୍କୁ ରଥ ସିଂହାସନରେ ବସାଇଥିଲେ। ଚାରି ଘୋଡ଼ା ବନ୍ଧା ବେଳକୁ ବେହେରା ସେବାୟତ ଗତ ବର୍ଷର ପାଉଣା ପାଇଁ ଅଡ଼ି ବସିଥିଲେ। ମନ୍ଦିର ପ୍ରଶାସନ ଓ ସେବାୟତମାନେ ସେମାନଙ୍କୁ ବୁଝାସୁଝା କରିଥିଲେ। ଫଳରେ ସେଠାରେ କିଛି ସମୟ ନୀତି ବିଳମ୍ବ ହୋଇଥିଲା। ପରେ ଚାରାମାଳ ଖୋଲାଯାଇ ଆଳତି ସହ ୧୧ପ୍ରକାର ପୂଜା କରାଯାଇଥିଲା। ଅପରାହ୍ନ ୫ଟା ୧୮ ମିନିଟ୍‌ରେ କାଳସୀ ରଥ ସମ୍ଭାଳିଥିଲେ। ଏହାର ୩ ମିନିଟ୍‌ ପରେ ୫ଟା ୨୧ମିନିଟ୍‌ରେ ରଥ ଟଣା ଆରମ୍ଭ ହୋଇ ୬ଟା ୨୦ ମିନିଟ୍‌ରେ ରଥଟଣା ବନ୍ଦ ରଖା ଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe