ରଥଯାତ୍ରା ପ୍ରଥମ ସମନ୍ଵୟ ବୈଠକ ଆଜି

Advertisment
ଏଥର ରଥ ଯାତ୍ରା ହେବ ‘ସ୍ୱଚ୍ଛ ରଥ ଯାତ୍ରା

ପୁରୀ : ଚଳିତବର୍ଷର ରଥଯାତ୍ରା ପ୍ରସ୍ତୁତି ନେଇ ପ୍ରଥମ ସମନ୍ଵୟ କମିଟି ବୈଠକ ଆସନ୍ତା କାଲି ଅନୁଷ୍ଠିତ ହେବାକୁ ଯାଉଛି। ସ୍ଥାନୀୟ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ସମ୍ମେଳନ କକ୍ଷଠାରେ ଅନୁଷ୍ଠିତ ହେବାକୁ ଥିବା ଏହି ପ୍ରଥମ ବୈଠକରେ ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ଅଧ୍ୟକ୍ଷତା କରିବାର କାର୍ଯ୍ୟକ୍ରମ ରହିଛି। ଏହି ବୈଠକରେ ରଥ ନିର୍ମାଣ ସମ୍ବନ୍ଧରେ ଆଲୋଚନା ହେବା ସହିତ ପୁରୀରେ ରଥଯାତ୍ରା ସମୟରେ ଦେଖାଯାଉଥିବା ବିଭିନ୍ନ ସମସ୍ୟାକୁ ନେଇ ଆଲୋଚନା କରାଯିବ। ଏହି ବୈଠକରେ ଆରଡିସିଙ୍କ ସମେତ ଜିଲ୍ଲାପାଳ, ଆରକ୍ଷୀ ଅଧୀକ୍ଷକ ଓ ବିଭିନ୍ନ ବିଭାଗର ମୁଖ୍ୟମାନେ ଉପସ୍ଥିତ ରହିବେ। ସେହିପରି ଅକ୍ଷୟ ତୃତୀୟା ସମୟରେ କିପରି ରଥ ଅନୁକୂଳ କାର୍ଯ୍ୟକ୍ରମ ସମ୍ପାଦିତ ହେବ ସେଥିନେଇ ଆଲୋଚିତ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe