Rath Yatra: First review meeting of special officers Photograph: (sambad.in)
ପୁରୀ: ଶୃଙ୍ଖଳାର ମେରୁଦଣ୍ଡ ହେଉଛି ସମନ୍ବୟ। ଏଣୁ ଶୃଙ୍ଖଳିତ ଯାତ୍ରା ସମାପନ କରିବାକୁ ହେଲେ ସମନ୍ବୟର ଭୂମିକା ଗୁରୁତ୍ବପୂର୍ଣ୍ଣ। ପରିସ୍ଥିତି ଯାହା ବି ହେଇଯାଉ, କେବେ ବି ସମନ୍ବୟର ଅଭାବ ହେବାକୁ ଦେବାନି। ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀଙ୍କୁ ସୋମବାର ଏଭଳି ପରାମର୍ଶ ଦେଇଛନ୍ତି ଉଚ୍ଚ ଶିକ୍ଷା କମିସନର ତଥା ସଚିବ, ରଥଯାତ୍ରାର ସ୍ବତନ୍ତ୍ର ଅଧିକାରୀ ଅରବିନ୍ଦ ଅଗ୍ରୱାଲ।
ନବନିଯୁକ୍ତ ଜିଲ୍ଲାପାଳ ଚଞ୍ଚଲ ରାଣାଙ୍କ ଅଧ୍ୟକ୍ଷତାରେ ସୋମବାର ସର୍କିଟ ହାଉସରେ ବସିଥିବା ଏକ ସମୀକ୍ଷା ବୈଠକରେ ସେ ଅଧିକାରୀମାନଙ୍କୁ ଏଭଳି ପରାମର୍ଶ ଦେଇଛନ୍ତି। ଅଧ୍ୟକ୍ଷତା କରିବା ଅବସରରେ ସେ କହିଛନ୍ତି, କାମ ଏମିତି କର ଯେମିତି ଭକ୍ତ ଆପଣମାନଙ୍କୁ ଆଶୀର୍ବାଦ ଦେବେ।
ଶ୍ରୀଜିଉମାନେ ଏବେ ଆଡ଼ପ ମଣ୍ଡପରେ ଦର୍ଶନ ଦେଉଛନ୍ତି। ଶ୍ରଦ୍ଧାଳୁମାନେ ଖରାରେ ଧାଡ଼ିବାନ୍ଧି ମହାପ୍ରଭୁଙ୍କୁ ଦର୍ଶନ ପାଇଁ ଛିଡ଼ା ହୋଇ ରହୁଛନ୍ତି। ଶ୍ରଦ୍ଧାଳୁମାନଙ୍କ ଦର୍ଶନ ବ୍ୟବସ୍ଥାକୁ ଶୃଙ୍ଖଳିତ ଭାବେ ପରିଚାଳନା କରିବା ଏବେ ଜିଲ୍ଲା ପ୍ରଶାସନର ପ୍ରଥମ ଦାୟିତ୍ବ ହୋଇଛି।
ଏଣୁ ପାନୀୟ ଜଳ ଯୋଗାଣକୁ ଅଧିକ କ୍ରିୟାଶୀଳ କରିବା ପାଇଁ ଉଭୟ ଅଧିକାରୀ ନିର୍ଦ୍ଦେଶ ଦେଇଛନ୍ତି। ବ୍ୟାରିକେଡରେ ଅପେକ୍ଷାରତ ଶ୍ରଦ୍ଧାଳୁମାନଙ୍କୁ ପାନୀୟ ଜଳ, ଓଆରଏସ୍ ଇତ୍ୟାଦି ବାଣ୍ଟିବା ସହ ସ୍ବାସ୍ଥ୍ୟ ସମସ୍ୟା ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।
puri | Rath Yatra 2025 | lord jagannath
Follow Us