ରଥଯାତ୍ରାକୁ ସାଇବର୍‌ ଅପରାଧୀଙ୍କ ଟାର୍ଗେଟ୍: ଫସିଲେ ୩୧୭ ପର୍ଯ୍ୟଟକ, ୧୧ ଜାଲ୍‌ ୱେବ୍‌ସାଇଟ୍‌ ଚିହ୍ନଟ

ରାଜସ୍ଥାନର ସାଇବର୍ ଅପରାଧୀ ଗ୍ୟାଙ୍ଗ୍ ବିଶ୍ବ ପ୍ରସିଦ୍ଧ ପୁରୀ ରଥଯାତ୍ରାକୁ ଟାର୍ଗେଟ୍ କରିଛନ୍ତି। ଏହି ସାଇବର୍ ଅପରାଧୀ ଗ୍ୟାଙ୍ଗ୍ ଭୂତ ହୋଟେଲ୍ ୱେବ୍‌ସାଇଟ୍ ଖୋଲି ୩୧୭ ଜଣ ପର୍ଯ୍ୟଟଙ୍କୁ ଠକିଥିବା ଭଳି ଚାଞ୍ଚଲ୍ୟକର ଅଭିଯୋଗ କ୍ରାଇମ୍‌ବ୍ରାଞ୍ଚର ହସ୍ତଗତ ହୋଇଛି।

ratha yatra sfsfssf

କଟକ: ରାଜସ୍ଥାନର ସାଇବର୍ ଅପରାଧୀ ଗ୍ୟାଙ୍ଗ୍ ବିଶ୍ବ ପ୍ରସିଦ୍ଧ ପୁରୀ ରଥଯାତ୍ରାକୁ ଟାର୍ଗେଟ୍ କରିଛନ୍ତି। ଏହି ସାଇବର୍ ଅପରାଧୀ ଗ୍ୟାଙ୍ଗ୍ ଭୂତ ହୋଟେଲ୍ ୱେବ୍‌ସାଇଟ୍ ଖୋଲି ୩୧୭ ଜଣ ପର୍ଯ୍ୟଟଙ୍କୁ ଠକିଥିବା ଭଳି ଚାଞ୍ଚଲ୍ୟକର ଅଭିଯୋଗ କ୍ରାଇମ୍‌ବ୍ରାଞ୍ଚର ହସ୍ତଗତ ହୋଇଛି। ରଥଯାତ୍ରାକୁ ଆସିବାକୁ ଥିବା ପର୍ଯ୍ୟଟକଙ୍କୁ ଅଗ୍ରିମ ହୋଟେଲ୍ ବୁକିଂ ଆଳରେ ଲୁଟୁଥିବା ଘଟଣା ଉଦ୍‌ବେଗର କାରଣ ହୋଇଛି।

ରଥଯାତ୍ରା ପାଇଁ ପୁରୀ ସମେତ ଭୁବନେଶ୍ବର ଓ କଟକରେ ହୋଟେଲ୍‌ ବୁକିଂ ପାଇଁ ସାଇବର୍ ଅପରାଧୀମାନେ ଏକାଧିକ ଭୂତ ହୋଟେଲ୍ ଅନ୍‌ଲାଇନ୍‌ରେ ଖୋଲିଛନ୍ତି। ଏହି ଗ୍ୟାଙ୍ଗ ପ୍ରମୁଖ ହୋଟେଲ୍ ନାଁରେ ଜାଲ୍ ୱେବ୍‌ସାଇଟ୍ ଖୋଲି କମ୍ ମୂଲ୍ୟରେ ଆକର୍ଷଣୀୟ ରୁମ୍‌, ଗ୍ୟାରେଣ୍ଟି ବୁକିଂ ଓ ଆକର୍ଷଣୀୟ ରିହାତି ସମ୍ପର୍କରେ ସାମାଜିକ ଗଣମାଧ୍ୟମରେ ବିଜ୍ଞାପନ ଦେଇ ପର୍ଯ୍ୟଟକଙ୍କୁ ଆକର୍ଷିତ କରୁଛନ୍ତି। ପର୍ଯ୍ୟଟକଙ୍କୁ ବୁକିଂ ସମୟରେ ସଂପୂର୍ଣ୍ଣ ଦେୟ ୟୁପିଆଇ, ଵାଲେଟ‌୍ କିମ୍ବା ବ୍ୟାଙ୍କ ଆକାଉଣ୍ଟ ମାଧ୍ୟମରେ ପଠାଇବାକୁ କୁହାଯାଉଛି। ଠକ ଗ୍ୟାଙ୍ଗ ପକ୍ଷରୁ ନକଲି କଷ୍ଟମର କେୟାର ନମ୍ବର ମଧ୍ୟ ଜାରି ହୋଇଛି। ଟଙ୍କା ପୈଠ ପରେ ରସିଦ ମଧ୍ୟ ଅନଲାଇନ୍‌ରେ ପଠାଯାଉଛି। ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି, ଯେତେବେଳେ ଏହି ସହରଗୁଡ଼ିକରେ ପ୍ରମୁଖ ହୋଟେଲ୍ ସମ୍ପର୍କରେ ଗୁଗୁଲ୍‌ରେ ସର୍ଚ୍ଚ କରାଯାଉଛି, ଶୀର୍ଷରେ ଏହି ଜାଲ୍‌ ୱେବ୍‌ସାଇଟ୍‌ଗୁଡ଼ିକର ତାଲିକା ଆସୁଛି। 

ଫସିଲେ ୩୧୭ ପର୍ଯ୍ୟଟକ, ୧୧ ଜାଲ୍‌ ୱେବ୍‌ସାଇଟ୍‌ ଚିହ୍ନଟ
ନେଟ୍ ପାଟ୍ରୋଲିଂ ପାଇଁ କ୍ରାଇମ୍‌ବ୍ରାଞ୍ଚ ଡିଜିଙ୍କ ନିର୍ଦ୍ଦେଶ

ମାତ୍ର ଦୁଇ ଦିନ ମଧ୍ୟରେ କ୍ରାଇମ୍‌ବ୍ରାଞ୍ଚ ୧୧ଟି ଜାଲ୍‌ ୱେବ୍‌ସାଇଟ୍ ଠାବ କରିଛି। ଏହି ୱେବ୍‌ସାଇଟ୍ ତାଲିକାରେ https://www.hoteldeepganga.com/, https://www.mayfairheritagepuri.org/, https://www.hoteltamilnadu.com/, https://otdcpanthanivaspuri.in, https://www.hotelspuri.net, https://hotel-panthanivas-puri-otdc.hotelsgds.com, https://www.hotelpathanivaspuri.site, https://otdcpanthanivaspuri.co.in, www.otdcpanthanivas.in, https://panthanivaspuri.co.in, http://thehanscocopalms.in ଇତ୍ୟାଦି ରହିଛି। ଏହା ବିରୋଧରେ କ୍ରାଇମ୍‌ବ୍ରାଞ୍ଚ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି। କ୍ରାଇମ୍‌ବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ରଙ୍କ ନିର୍ଦ୍ଦେଶକ୍ରମେ ଏକ ସ୍ବତନ୍ତ୍ର ସୋସିଆଲ୍ ମିଡିଆ ଟିମ୍ ଗଠନ କରାଯାଇଛି। ଏହି ଟିମ୍ ନେଟ୍ ପାଟ୍ରୋଲିଂ ଆରମ୍ଭ କରିଛି। ଗୁଗୁଲ୍‌ ଓ ଅନ୍ୟାନ୍ୟ ପ୍ଲାଟ୍‌ଫର୍ମ ସହିତ ଯୋଗାଯୋଗ କରି ଉକ୍ତ ଜାଲ୍‌ ୱେବ୍‌ସାଇଟ୍‌ଗୁଡ଼ିକୁ ତୁରନ୍ତ ହଟାଇବାକୁ ଉଦ୍ୟମ ଆରମ୍ଭ ହୋଇଛି। 

ପର୍ଯ୍ୟଟକମାନଙ୍କୁ ଗୁଗୁଲ୍‌ ମ୍ୟାପ୍ ବ୍ୟବହାର କରି ହୋଟେଲର ଠିକଣା ଓ ନମ୍ବର କ୍ରସଚେକ୍ କରିବାକୁ କୁହାଯାଇଛି। ବୁକିଂ ସମୟରେ ସମସ୍ତ ଅର୍ଥ ଅଗ୍ରିମ ପୈଠ ନ କରିବା ଓ ସୁରକ୍ଷିତ ପେମେଣ୍ଟ ଗେଟ୍‌ୱେ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି। ହୋଟେଲ୍ ବୁକିଂ ସମୟରେ ଠକାମିର ଶିକାର ହେଲେ କିମ୍ବା ସନ୍ଦେହଜନକ ୱେବ୍‌ସାଇଟ୍ ସମ୍ପର୍କରେ ସୂଚନା ମିଳିଲେ ତୁରନ୍ତ ୧୯୩୦ ନମ୍ବରରେ ଅଭିଯୋଗ କରିବାକୁ କ୍ରାଇମ୍‌ବ୍ରାଞ୍ଚ ପକ୍ଷରୁ ପରାମର୍ଶ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe