ଆଜି ରଥଯାତ୍ରା ପ୍ରସ୍ତୁତି ସମୀକ୍ଷା: ଅପରାହ୍ଣରେ ରହୁନାହାନ୍ତି ଡାକ୍ତର, ବଦଳୁନାହାନ୍ତି ଡିଏଏମ୍‌

Advertisment

ଦତ୍ତତୋଟାର ଅଜୟ ପ୍ରଧାନ। ଗୋଡ଼ ଓ ହାତରେ କ’ଣ ସବୁ ଉଠି ଯାଇଥିବାରୁ ଯନ୍ତ୍ରଣାରେ ଛଟପଟ ହେଉଥିଲେ। କୌଣସି କାମ କରିପାରୁନଥିଲେ। ଅପରାହ୍ଣ ୨ଟା ୪୫ ହେବ। ସେ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟ(ଡିଏଚ୍‌ଏଚ୍‌)ରେ ପହଞ୍ଚିଥିଲେ।

ଦତ୍ତତୋଟାର ଅଜୟ ପ୍ରଧାନ। ଗୋଡ଼ ଓ ହାତରେ କ’ଣ ସବୁ ଉଠି ଯାଇଥିବାରୁ ଯନ୍ତ୍ରଣାରେ ଛଟପଟ ହେଉଥିଲେ। କୌଣସି କାମ କରିପାରୁନଥିଲେ। ଅପରାହ୍ଣ ୨ଟା ୪୫ ହେବ। ସେ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟ(ଡିଏଚ୍‌ଏଚ୍‌)ରେ ପହଞ୍ଚିଥିଲେ।

ddcdcxzz

ପୁରୀ: ଦତ୍ତତୋଟାର ଅଜୟ ପ୍ରଧାନ। ଗୋଡ଼ ଓ ହାତରେ କ’ଣ ସବୁ ଉଠି ଯାଇଥିବାରୁ ଯନ୍ତ୍ରଣାରେ ଛଟପଟ ହେଉଥିଲେ। କୌଣସି କାମ କରିପାରୁନଥିଲେ। ଅପରାହ୍ଣ ୨ଟା ୪୫ ହେବ। ସେ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟ(ଡିଏଚ୍‌ଏଚ୍‌)ରେ ପହଞ୍ଚିଥିଲେ। ବହିର୍ବିଭାଗ ଟିକେଟ୍‌ ପାଇଁ ସେ କାଉଣ୍ଟର ସାମ‌୍ନାରେ ଧାଡ଼ି ବାନ୍ଧିଲେ। ପ୍ରାୟ ୭ ମିନିଟ୍‌ ଛିଡ଼ା ହେବା ପରେ ତାଙ୍କର ପାଳି ପଡ଼ିଲା। ନାଁ, ଫୋନ୍‌ ନମ୍ବର ଓ ଠିକଣା ଲେଖାଯିବା ପରେ ‘କେଉଁ ବିଭାଗକୁ ଯିବ?’ ବୋଲି ଡାକ୍ତରଖାନା କର୍ମଚାରୀ ପଚାରିଥିଲେ। ଅଜୟ ‘ଚର୍ମରୋଗ ବିଭାଗ’ କହିବାରୁ ସମ୍ପୃକ୍ତ କର୍ମଚାରୀ ‘ଆଜି ଡାକ୍ତର ନାହାନ୍ତି, କାଲି ଆସ’ କହି ଫେରାଇ ଦେଇଥିଲେ। ସେଠାରୁ ହତାଶ ହେବା ପରେ ସେ ଏକ ଘରୋଇ ନର୍ସିଂହୋମ୍‌ରେ ଦେଖାଇ ୧୦୪୭ ଟଙ୍କା ଖର୍ଚ୍ଚ କରିଥିଲେ। କେବଳ ଅଜୟ ନୁହନ୍ତି, ବରଂ ୪୦ରୁ ଅଧିକ ଚର୍ମରୋଗୀ ଏଭଳି ହତାଶ ହୋଇ ଫେରିଥିଲେ। ଚର୍ମ ବିଭାଗରେ ତାଲା ପଡ଼ିଥିଲା। ଆସନ୍ତାକାଲି ରଥଯାତ୍ରା ପ୍ରସ୍ତୁତି ସମୀକ୍ଷା ଆର୍‌ଡିସି କରିବାକୁ ଯାଉଥିବା ଶୁଣିବା ପରେ ହତାଶ ହୋଇ ଫେରୁଥିବା ରୋଗୀମାନେ କହିଥିଲେ, ‘‘ଏସିରୁମ୍‌ରେ ବସି ବିଲୁଆ ବିଚାର ନକରି ସବୁଠାରୁ ଗୁରୁତ୍ବପୂର୍ଣ୍ଣ ସ୍ବାସ୍ଥ୍ୟସେବାରେ ଉନ୍ନତି ଆଣ।’’ ଏଭଳି ଅଭିଯୋଗ ପାଇବା ପରେ ଆମେ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟର ବିଭିନ୍ନ ବିଭାଗର ସ୍ଥିତି ଅନୁଧ୍ୟାନ କରିଥିଲୁ। ଚର୍ମ ବିଭାଗରେ ଶ୍ରୀଜଗନ୍ନାଥ ମେଡିକାଲ୍‌ କଲେଜ୍‌ ପକ୍ଷରୁ ଆସୋସିଏଟ୍‌ ପ୍ରଫେସର, ଆସିଷ୍ଟାଣ୍ଟ ପ୍ରଫେସର, ସିନିୟର ରେସିଡେଣ୍ଟ, ଜୁନିୟର ରେସିଡେଣ୍ଟ ପଦ ରହିଛି। ଡିଏଚ୍‌ଏଚ୍‌ ପକ୍ଷରୁ ଚର୍ମରୋଗ ବିଶେଷଜ୍ଞ ଅଛନ୍ତି। କିନ୍ତୁ ଆଜି ଜଣେ ସିନିୟର ରେସିଡେଣ୍ଟ ଉପସ୍ଥିତ ଥିଲେ। 

ନିଦାନ ବିଭାଗରେ ମଧ୍ୟ ଅବସ୍ଥା ତଦ୍ରୂପ ଥିଲା। ଅପରାହ୍ଣ ପ୍ରାୟ ୩ଟା ବେଳେ ଡାକ୍ତର ନଥିଲେ। ସେଠାରେ ଜଣେ ମାତ୍ର କର୍ମଚାରୀ ବସିଥିଲେ। ବୁଝିବାରୁ ଜଣାପଡ଼ିଥିଲା କି ଅପରାହ୍ଣରେ ଡାକ୍ତର ରହୁନାହାନ୍ତି। ସକାଳେ ନମୂନା ସଂଗ୍ରହ ହେଉଛି। ସନ୍ଧ୍ୟା ୫ଟାରୁ ୮ଟା ରିପୋର୍ଟ ଦିଆଯାଉଛି। ରିପୋର୍ଟ କାର୍ଡରେ ଡାକ୍ତର ଆଗୁଆ ଦସ୍ତଖତ କରି ପଳାଉଛନ୍ତି। ଏହା ଗୋଟିଏ ଦିନ ନୁହେଁ, ସବୁଦିନ ଚାଲିଛି। ଅପରାହ୍ଣରେ ରକ୍ତ କିମ୍ବା ଅନ୍ୟ କୌଣସି ନମୂନା ଦେବାକୁ ଆସିଲେ ରୋଗୀ ହତାଶ ହୋଇ ଫେରୁଛନ୍ତି। ଏଠାରେ ମଧ୍ୟ ମେଡିକାଲ୍‌ କଲେଜ୍‌ ତରଫରୁ ପ୍ରଫେସର୍‌, ଆସୋସିଏଟ୍‌ ଓ ଆସିଷ୍ଟାଣ୍ଟ ପ୍ରଫେସର ଏବଂ ଟ୍ୟୁଟର ପଦବି ରହିଛି। ଡିଏଚ୍‌ଏଚ୍‌ ପକ୍ଷରୁ ମଧ୍ୟ ସ୍ବତନ୍ତ୍ର ଡାକ୍ତର ରହିଛନ୍ତି। ହେଲେ ଅପରାହ୍ଣରେ କେହି ରହୁନାହାନ୍ତି। ଅନ୍ୟତମ ଗୁରୁତ୍ବପୂର୍ଣ୍ଣ କୁହାଯାଉଥିବା ଚକ୍ଷୁ ବିଭାଗରେ ମଧ୍ୟ ବିଚିତ୍ର ସ୍ଥିତି ରହିଥିଲା। ଏଠାରେ ପ୍ରଫେସର, ଆସୋସିଏଟ୍‌ ପ୍ରଫେସର, ଆସିଷ୍ଟାଣ୍ଟ ପ୍ରଫେସର ଓ ସିନିୟର ରେସିଡେଣ୍ଟ, ଜୁନିୟର ରେସିଡେଣ୍ଟ ଉପସ୍ଥିତ ରହିବା ନିୟମ ରହିଛି। କିନ୍ତୁ ଏଠାରେ ଜଣେ ମାତ୍ର ସିନିୟର ରେସିଡେଣ୍ଟ ଡାକ୍ତର ବସିଥିଲେ। ତେବେ ଅର୍ଥୋପେଡିକ୍‌, ଭେଷଜ ଓ ସର୍ଜରି ବିଭାଗରେ ଡାକ୍ତର ଥିଲେ ଓ ରୋଗୀଦେଖା ଚାଲିଥିଲା। 

ଶ୍ରୀଜଗନ୍ନାଥ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟ ଏହି ଡିଏଚ୍‌ଏଚ୍‌ ସହ ଅନୁବନ୍ଧିତ ହୋଇଛି। ମେଡିକାଲ୍‌ କଲେଜ୍‌ର ଚିକିତ୍ସାଳୟ କାର୍ଯ୍ୟକ୍ଷମ ହୋଇ ନଥିବାରୁ ସେଠାକାର ଡାକ୍ତର ଏଠାରେ ବା ଡିଏଚ୍‌ଏଚ୍‌ରେ କାମ କରୁଛନ୍ତି। ଅର୍ଥାତ୍‌ ଉନ୍ନତ ସ୍ବାସ୍ଥ୍ୟସେବା ମିଳିବା କଥା। କିନ୍ତୁ ସ୍ବାସ୍ଥ୍ୟସେବା ଅବନତି ଘଟିବା ସହ ଏହା କେବଳ ଏକ ରେଫ୍‌ରାଲ୍‌ ହସ୍‌ପିଟାଲ୍‌ ହୋଇ ରହିଯାଇଛି। ରଥଯାତ୍ରାରେ ସ୍ବାସ୍ଥ୍ୟ ସେବାକୁ ଗୁରୁତ୍ବ ଦିଆଯାଉଛି। ରଥଯାତ୍ରା ସମୀକ୍ଷା ବୈଠକରେ ମଧ୍ୟ ସ୍ବାସ୍ଥ୍ୟସେବାକୁ ନେଇ ହୋହଲ୍ଲା ହେଉଛି। ହେଲେ କିଛି ଉନ୍ନତି ପରିଲକ୍ଷିତ ହେଉନାହିଁ। ଡାକ୍ତରଙ୍କ ଉପରେ କର୍ତ୍ତୃପକ୍ଷଙ୍କର କୌଣସି କର୍ତ୍ତୃତ୍ବ ରହୁନାହିଁ। ଜିଲ୍ଲା ମୁଖ୍ୟାଳୟର ଚିତ୍ର ଯଦି ଏଭଳି, ତେବେ ଗ୍ରାମାଞ୍ଚଳରେ ସ୍ବାସ୍ଥ୍ୟାସେବା କିଭଳି ଥିବ ତାହା ସହଜରେ ଅନୁମେୟ।  

ଶିଶୁଭବନରେ ଅଚଳାବସ୍ଥା, ଟିକା ନ ଦେଇ ଫେରାଇଦେଲେ

ପୁରୀ ଜିଲ୍ଲା ସଦର ମୁଖ୍ୟ ଚିକିତ୍ସାଳୟ ଭଳି ଶିଶୁଭବନ ଅବସ୍ଥା ମଧ୍ୟ ତଦ୍ରୂପ। ସେଠାରେ ଡାକ୍ତର ତାଙ୍କ ମନଇଚ୍ଛା ଟିକାକରଣ କରୁଛନ୍ତି। ଯେବେ ମନ ହେଉଛି ଟିକା ଦେଉଛନ୍ତି ନ ହେଲେ ଫେରାଇ ଦେଉଛନ୍ତି। ଆଜି ଏକ ଅଭାବନୀୟ ଘଟଣା ଘଟିଛି। ତ୍ରିନାଥନଗରର ମମତାମୟୀ ମହାରଣା ତାଙ୍କ ଶିଶୁକନ୍ୟାର ଟିକାକରଣ ପାଇଁ ଶିଶୁଭବନ ଯାଇଥିଲେ। ସେଠାରେ ପହଞ୍ଚିବା ପରେ ଡାକ୍ତର ତାଙ୍କୁ ଟିକାକରଣ ପାଇଁ ମନା କରିଦେଇଥିଲେ। ଆଜି ହେବନାହିଁ, କାଲି ଆସ ବୋଲି କହିଥିଲେ। କିନ୍ତୁ ଏଭଳି କିଛି ନିୟମ ନାହିଁ, କାହିଁକି ଟିକା ଦେବାରେ ବିଳମ୍ବ କରିବି ବୋଲି ମମତାମୟୀ କହିବାରୁ କାର୍ଯ୍ୟରତ ମହିଳା ଜଣକ ଉତ୍‌କ୍ଷିପ୍ତ ହୋଇପଡ଼ିଥିଲେ। କୌଣସି ପରିସ୍ଥିତିରେ ଟିକା ଦିଆଯିବ ନାହିଁ ବୋଲି କହି ଫେରାଇ ଦେଇଥିଲେ। ଏ ନେଇ ଜଣେ ବରିଷ୍ଠ ଅଧିକାରୀ କହିଥିଲେ ସେଭଳି କିଛି ନିୟମ ନାହିଁ। ନିୟମିତ ସେ ଏଭଳି କରୁଥିବା ଅଭିଯୋଗ ଆସୁଛି। ସିଡିଏମ୍‌ଓ ମଧ୍ୟ ହାତ ଟେକି ଦେଇଥିଲେ। ଏଭଳି କର୍ତ୍ତବ୍ୟରେ ଅବହେଳା କରୁଥିବା ଅଧିକାରୀଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ହେବନାହିଁ ବୋଲି ମମତା ଅଭିଯୋଗ କରିଛନ୍ତି।  ଅନ୍ୟପଟେ ସିଡିଏମ୍‌ଓ ରୂପଭାନୁ ମିଶ୍ର ଅସହାୟ ହୋଇପଡ଼ିଛନ୍ତି। କୌଣସି କର୍ମଚାରୀଙ୍କର ବଦଳି ନେଇ ବ୍ୟବସ୍ଥା କରୁନାହାନ୍ତି। ସେ କହିଛନ୍ତି, ବଦଳି ସମୟ ଯାଇନି, ଅଛି। ତାହା ଉପରେ ବିଚାର କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe