ଅନୁକୂଳ ହେଲା ରଥକାଠ, ତିନି ଧଉରା କାଠ ରଖି ପୂଜାର୍ଚ୍ଚନା

ଅନୁକୂଳ ହେଲା ରଥକାଠ, ତିନି ଧଉରା କାଠ ରଖି ପୂଜାର୍ଚ୍ଚନା

Representational image

ପୁରୀ :‌ ରଥ ନିର୍ମାଣ ପାଇଁ ବଡ଼ଦାଣ୍ଡରେ ପ୍ରଥମ ପର୍ଯ୍ୟାୟ ରଥ କାଠ ପହଞ୍ଚିବା ପରେ ଗତକାଲି ପବିତ୍ର ବସନ୍ତ ପଞ୍ଚମୀ ବା ଶ୍ରୀପଞ୍ଚମୀରେ ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖରେ ରଥକାଠ ଅନୁକୂଳ କାର୍ଯ୍ୟ ସମ୍ପନ୍ନ ହୋଇଛି।

ରାଜନଅର ପକ୍ଷରୁ ‌ଦେବୀପ୍ରସାଦ ରାଜଗୁରୁଙ୍କ ସହ ଅନ୍ୟ ଶୋତ୍ରୀୟ ବ୍ରାହ୍ମଣମାନେ ଏହି ପୂଜାର୍ଚ୍ଚନା କାର୍ଯ୍ୟ ସମ୍ପାଦନ କରିଥିଲେ। ତିନିରଥ ପାଇଁ ତିନିଟି ୧୨ ଫୁଟିଆ ଧଉରା କାଠକୁ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ପୂଜାର୍ଚ୍ଚନା କରାଯାଇଥିଲା। କାର୍ଯ୍ୟକ୍ରମରେ ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ ତଥା ଜିଲ୍ଲାପାଳ ସମର୍ଥ ବର୍ମା, ଏସ୍‌ପି ଡ. କେ. ବିଶାଳ ସିଂହ, ଶ୍ରୀମନ୍ଦିର ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁ, ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନାଙ୍କ ସମେତ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ, ବରିଷ୍ଠ ସେବାୟତ, ଶ୍ରୀମନ୍ଦିର କାର୍ଯ୍ୟାଳୟର ସମସ୍ତ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ। ତେବେ,ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀରବିକ୍ରମ ଯାଦବ ଅନୁପସ୍ଥିତ ରହିଥିଲେ। ପୂର୍ବରୁ ଯେବେ ବି ରଥକାଠ ଅନୁକୂଳ ହୋଇଛି, ସର୍ବଦା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଉପସ୍ଥିତ ରହିଥା’ନ୍ତି। ଫଳରେ, ଶ୍ରୀମନ୍ଦିର କାର୍ଯ୍ୟାଳୟର ମୁଖ୍ୟଙ୍କ ଏହି ଅନୁପସ୍ଥିତିକୁ ସେବାୟତ ଓ ଭକ୍ତ ମହଲରେ ସମାଲୋଚନା କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe