ରଥଖଳା ଚଳଚଞ୍ଚଳ: ତିନି ରଥର ୨୫ ଚକ ଶେଷ

Advertisment
ରଥଖଳା ଚଳଚଞ୍ଚଳ: ତିନି ରଥର ୨୫ ଚକ ଶେଷ

ପୁରୀ : ରଥଖଳାରେ ରଥ ନିର୍ମାଣ କାର୍ଯ୍ୟ ବୁଧବାର ଦିନ ୧୭ ଦିନରେ ପହଞ୍ଚିଛି। ୧୭ ଦିନ ଶେଷ ସୁଦ୍ଧା ତିନି ରଥର ୨୫ଟି ଚକ ନିର୍ମାଣ ଶେଷ ହୋଇଛି। ତାଳଧ୍ବଜ ଓ ଦର୍ପଦଳନ ରଥର ୮ଟି ଲେଖାଏଁ ଚକ ନିର୍ମାଣ ଶେଷ ହୋଇଥିବାବେଳେ ନନ୍ଦିଘୋଷ ରଥର ୯ଟି ଚକ ନିର୍ମାଣ ଶେଷ ହୋଇଛି। ତିନି ରଥର ଯୋଖା ନିର୍ମାଣ ବି ଆଗେଇ ଚାଲିଛି। ତାଳଧ୍ବଜ ରଥ ୧୬ଟି ଯୋଖାରୁ ୮ଟି, ଦର୍ପଦଳନ ରଥର ୧୨ଟି ଯୋଖାରୁ ୭ଟି ଓ ନନ୍ଦିଘୋଷ ରଥର ୧୬ଟି ଯୋଖାରୁ ୫ଟି ଯୋଖା ନିର୍ମାଣ ଶେଷ ହୋଇଛି। ରଥର ତଳ ଓ ଉପର ପାର୍ଶ୍ୱକୁ ମଜବୁତ କରି ବାନ୍ଧି ରଖିବା ପାଇଁ ପ୍ରତି କୋଣଗୁଜମାନଙ୍କରେ ଯୋଖା ସଂଯୋଗ କରାଯିବ। ଏହା ରଥ ଉପର ଠେକେରା ବାଡ଼ ବୁଲିବାରେ ସହାୟକ ହେବ।

publive-image

ସେପଟେ ବୁଧବାରଠାରୁ ଗୟଳ ଚିରଟ କାମ ଆରମ୍ଭ ହୋଇଛି। ବୁଧବାର ଦିନ ତାଳଧ୍ବଜ ରଥର ଦୁଇଟି ଗୟଳ ଚିରଟ ପାଇଁ କରତି ସେବକଙ୍କୁ କାଠ ଯୋଗାଇ ଦିଆଯାଇଛି। ୪୦ ଫୁଟର ଧଉରା କାଠରେ ଗୟଳ ନିର୍ମାଣ ହେବ। କରତି ସେବକ ରଞ୍ଜିତ ମହାରଣାଙ୍କ ତତ୍ତ୍ବାବଧାନରେ ୪୦ ଫୁଟର ଏହି ଗୟଳ କାଠ ଚିରଟ ଆରମ୍ଭ ହୋଇଛି। ଚିରଟ ପରେ ତାଳଧ୍ୱଜ ରଥ ମହାରଣାମାନେ ଚଉପଟ କରି ପୋଲ ଗୟଳ ନିର୍ମାଣ କରିବେ। ରୂପକାର ସେବକମାନେ ଗୁଜରେ ରୂପ ଖୋଦେଇ ଜାରି ରଖିଛନ୍ତି। ଶେଷ ହୋଇଥିବା ରୂପଗୁଡ଼ିକର ପଲିସ୍‌ କାର୍ଯ୍ୟ ଜାରି ରହିଛି। ଦୋଳବେଦି କମାରଶାଳରେ ଓଝା ସେବକମାନେ ତୁମ୍ବ ପାଇଁ ପନ୍ଦାରି, ପନ୍ଦାରି ଚାବି, ବଳା ନିର୍ମାଣ ଜାରି ରଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe