ରଥ ଖଳା ହାଲଚାଲ : ରଥଖଳାରେ ପଡ଼ିଲା ଚାରିନାହାକା କାଠ

Advertisment
ରଥ ଖଳା ହାଲଚାଲ : ରଥଖଳାରେ ପଡ଼ିଲା ଚାରିନାହାକା କାଠ

ପୁରୀ : ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରାକୁ ଆଉ ଦେଢ଼ ମାସ ବାକି ଥିବା ବେଳେ ରଥ ନିର୍ମାଣ କାର୍ଯ୍ୟକୁ ଏହା ଭିତରେ ୩୦ ଦିନ ବିତିଛି। ଶୀତଳଷଷ୍ଠୀ ପୂର୍ବରୁ ତିନି ରଥର ଚକ କାମ ଶେଷ ହେବା ପରମ୍ପରା ରହିଥିବା ବେଳେ ରଥ ନିର୍ମାଣର ୩୦ ଦିନ ଶେଷ ସୁଦ୍ଧା ମହାରଣା ସେବକମାନେ ୪୨ ଚକରୁ ୩୩ଟି ଚକ କାମ ଶେଷ କରିଛନ୍ତି। ସେପଟେ ଆଜି ରଥଖଳାରେ ପ୍ରଥମ ପର୍ଯ୍ୟାୟ ଚାରିନାହାକା କାଠ ପଡ଼ିଛି। ଭୋଇ ସର୍ଦ୍ଦାର ରବି ଭୋଇଙ୍କ ନେତୃତ୍ଵରେ ଭୋଇ ସେବକମାନେ ତିନି ରଥ ପାଇଁ ୪ଟି ଚାରି ନାହାକା କାଠ ରଥଖଳାରେ ପକାଇଛନ୍ତି। ପୂର୍ବରୁ ରଥଖଳାରେ ପଡ଼ିଥିବା ଚଉତା କାମ ବି ଶେଷ ପର୍ଯ୍ୟାୟରେ ପହଞ୍ଚିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe