ପୁରୀ : ରଥ ନିର୍ମାଣର ଶେଷ କାର୍ଯ୍ୟ ପ୍ରଭା ଖୋଦେଇ କାର୍ଯ୍ୟକୁ ମହାରଣା ସେବକ, ରୂପକାର ସେବକ ଓ ଭୋଇ ସେବକମାନେ ମିଳିତ ଭାବେ ଆଗେଇ ନେଇଛନ୍ତି। ରଥଯାତ୍ରା ପାଖେଇ ଆସୁଥିବା ବେଳେ ପ୍ରଭା ସଂଯୋଗ ପୂର୍ବରୁ ଏଥିରେ ନୃସିଂହ ମୂର୍ତି ଖୋଦେଇ କାମ ଆରମ୍ଭ ହୋଇଛି। ରୂପକାର ସେବକମାନେ ଏହି କାମକୁ ଶେଷ କରିବାରେ ତତ୍ପରତା ଦେଖାଇଛନ୍ତି। ପ୍ରଭାରେ ଖୋଦେଇ କାମ ଶେଷ ପରେ ମହାରଣା ସେବକ ଓ ଭୋଇ ସେବକମାନଙ୍କ ସହଯୋଗରେ ଏହାକୁ ତିନି ରଥରେ ସଂଯୋଗ କରାଯିବ। ଏଣୁ ଏକାଧିକ ରୂପକାର ସେବକ ଏହି କାମରେ ନିୟୋଜିତ ଅଛନ୍ତି। ସେପଟେ ଦୁଆର ପାଣିଆ କାମ ଆଗେଇ ଚାଲିଛି। ଚିତ୍ରକର ସେବକମାନେ ଏହି କାର୍ଯ୍ୟକୁ ଶେଷ କରିବା ପାଇଁ ତତ୍ପରତା ଦେଖାଉଛନ୍ତି। ଇତି ଭିତରେ ପାର୍ଶ୍ୱ ଦେବାଦେବୀଙ୍କୁ ରଙ୍ଗ ଦେବା କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଘୋଡ଼ାକୁ ବି ରଙ୍ଗ ଦିଆସରିଛି। ରଥରେ ମଧ୍ୟ ରଙ୍ଗ ଦିଆ କାମ ଆଗେଇ ଚାଲିଛି। କୋଣଗୁଜରେ ନିର୍ମିତ ନୃସିଂହ ମୂର୍ତି ଓ ପଟାଗୁଜରେ ରଙ୍ଗ ଦିଆ କାମ ଆଗେଇ ଚାଲିଛି। କମାର ସେବକମାନେ ପ୍ରଭା ଓ ଅନ୍ୟାନ୍ୟ କାମ ପାଇଁ ଆବଶ୍ୟକ କଣ୍ଟା ପ୍ରସ୍ତୁତ କରୁଛନ୍ତି।
ରଥ ଖଳା ହାଲଚାଲ : ଆଗେଇ ଚାଲିଛି ପ୍ରଭା ଖୋଦେଇ
Advertisment
Follow Us