ରଥଖଳା ଚଳଚ‌ଞ୍ଚଳ, ଚାଲିଛି ତୁମ୍ବ ନିର୍ମାଣ

Advertisment

ରଥଖଳାରେ ଅଘଟଣ, କାଠ ପଡ଼ି ଶ୍ରମିକ ଗୁରୁତର

ରଥଖଳାରେ ଅଘଟଣ, କାଠ ପଡ଼ି ଶ୍ରମିକ ଗୁରୁତର

ରଥଖଳା ଚଳଚ‌ଞ୍ଚଳ, ଚାଲିଛି ତୁମ୍ବ ନିର୍ମାଣ

ପୁରୀ : ଚଳିତ ରଥଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟ ଜୋରସୋରରେ ଚାଲିଛି। ରଥ ନିର୍ମାଣର ପ୍ରାରମ୍ଭିକ କାର୍ଯ୍ୟ ତୁମ୍ବ ନିର୍ମାଣ ଥିବାବେଳେ ମହାରଣା ସେବକ ଓ ଭୋଇ ସେବକମାନେ ଏହି କାମକୁ ଆଗେଇ ନେଇଛନ୍ତି। ରଥ ନିର୍ମାଣକୁ ଆଜି ୫ ଦିନ ପୂରିଥିବା ବେଳେ ପ‌ଞ୍ଚମ ଦିନରେ ମହାରଣା ସେବକମାନେ ତୁମ୍ବ କଟା କାମ ଜାରି ରଖିଛନ୍ତି। ଶ୍ରଜଗନ୍ନାଥଙ୍କ ନନ୍ଦିଘୋଷ ରଥ, ବଡ଼ଠାକୁର ବଳଭଦ୍ରଙ୍କ ତାଳଧ୍ବଜ ରଥ ଓ ମା ସୁଭଦ୍ରାଙ୍କ ଦର୍ପଦଳନ ରଥ ପାଇଁ ତୁମ୍ବ କଟା ଚାଲିଛି। ଏକାଧିକ ତୁମ୍ବ ଏହା ଭିତରେ ପ୍ରସ୍ତୁତ ସରିଲାଣି। ସୂଚନାଯୋଗ୍ୟ, ନନ୍ଦିଘୋଷ ରଥ ପାଇଁ ୧୬ଟି ତୁମ୍ବ, ତାଳଧ୍ବଜ ରଥ ପାଇଁ ୧୪ ଓ ଦର୍ପଦଳନ ରଥ ପାଇଁ ୧୨ଟି ତୁମ୍ବ ଆବଶ୍ୟକ। ତୁମ୍ବ ପ୍ରସ୍ତୁତ ପରେ ଏଥିରେ ଶିଙ୍ଗଡ଼ା ବାଡ଼ିଆ ଯାଇ ଅଖ, ପଇ ଆଦି ସଂଯୋଗ କରାଯିବ।

publive-image

ରଥଖଳାରେ ଅଘଟଣ, କାଠ ପଡ଼ି ଶ୍ରମିକ ଗୁରୁତର

ପୁରୀ : ବଡ଼ଦାଣ୍ଡ‌ରେ ରଥଖଳାରେ ଆଜି ଏକ ଅଘଟଣ ଘଟିଛି। ଦଶପଲ୍ଲା ଅଞ୍ଚଳରୁ ଟ୍ରକରେ ଆସିଥିବା ରଥକାଠ ଅନଲୋଡ(ଖଲାସ) କରୁଥିବା ବେଳେ ଏକ ବିଶାଳ କାଠ ପଡି ଦଶପଲ୍ଲା ଅଞ୍ଚର ମାନସ ପ୍ରଧାନ(୩୨) ନାମକ ଯୁବ ଶ୍ରମିକ ଗୁରୁତର ଆହତ ହେଇଛନ୍ତି। ରଥକାଠ କାଢୁଥିବା ବେଳେ ହଠାତ୍ ଏବ ବିଶାଳ କାଠ ତାଙ୍କ ଉପରେ ପଡିଯାଇଥିଲା। ରଥକାଠ ପଡି ମାନସଙ୍କ ଡାହାଣ ଗୋଡ଼ ଭାଙ୍ଗି ଯାଇଛି। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ପୁରୀ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରୁ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଚଳିତ ବର୍ଷ ରଥଖଳାରେ ଏହା ପ୍ରଥମ ଅଘଟଣ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe