ପୁରୀ : ରଥଖଳାରେ ରଥ ନିର୍ମାଣ କାର୍ଯ୍ୟ ଜୋରସୋରରେ ଆଗେଇ ଚାଲିଛି। ଆଜି ଚକ, ଅଖର ଶେଷ ସ୍ପର୍ଶ ଦେଇଛନ୍ତି ମହାରଣା ସେବକ। ତିନି ରଥର ୪୨ ଚକ କାମ ଶେଷ ହୋଇଛି। ସେପଟେ ଦଣ୍ଡା ହଣା କାମ ବି ଜୋରସୋରରେ ଚାଲିଛି। ମହାରଣା ସେବକମାନେ ଏହି କାମକୁ ଆଗେଇ ନେଇଛନ୍ତି। ଚିତ୍ରକର ସେବକମାନେ କୋଣଗୁଜ ପରେ ପଟାଗୁଜ କାମ ପାଇଁ ତତ୍ପରତା ପ୍ରକାଶ କରିଛନ୍ତି। ଦୋଳବେଦି କମାରଶାଳରେ ଓଝା ସେବକମାନେ ଗୟଳ କଣ୍ଟା ଓ ଅନ୍ୟ କଣ୍ଟା ତିଆରି କରୁଛନ୍ତି। ପନ୍ଦାରୀ, ପନ୍ଦାରୀ ଚାବି, ଅର କଣ୍ଟା ଆଦି କାମ ଶେଷ ହୋଇଥିବା ବେଳେ ଓଝା ସେବକମାନେ ଗୟଳ ଓ ଅନ୍ୟାନ୍ୟ କଣ୍ଟା କାମକୁ ତ୍ବରାନ୍ବିତ କରିଛନ୍ତି।
ରଥଖଳା ଚଳଚଞ୍ଚଳ : ଆଗେଇ ଚାଲିଛି ଦଣ୍ଡାହଣା କାମ
Advertisment
Follow Us