ରଥଖଳା ଚଳଚଞ୍ଚଳ: ଆରମ୍ଭ ହେଲା ସୂତା ବାଡ଼ିଆ

Advertisment
ରଥଖଳା ଚଳଚଞ୍ଚଳ: ଆରମ୍ଭ ହେଲା ସୂତା ବାଡ଼ିଆ

ପୁରୀ : ଅକ୍ଷୟ ତୃତୀୟାଠାରୁ ଚଳଚଞ୍ଚଳ ହୋଇ ଉଠିଥିବା ରଥଖଳାରେ ରଥ ନିର୍ମାଣ କାର୍ଯ୍ୟ ଶୁକ୍ରବାର ସପ୍ତମ ଦିନରେ ପହଞ୍ଚିଛି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସେବକମାନଙ୍କୁ ଦୁଇଗୁଣା ମଜୁରି ପ୍ରଦାନ କରାଯାଉଥିବାବେଳେ ସେହି ଅନୁଯାୟୀ ରଥ ନିର୍ମାଣ କାମ ବି ସଅଳ ଶେଷ ହେବ ବୋଲି ଆଶା ରଖାଯାଇଛି। ସପ୍ତମ ଦିନ ଶେଷ ସୁଦ୍ଧା ତିନି ରଥର ୪୨ଟି ତୁମ୍ବରୁ ୩୯ଟି ତୁମ୍ବର ପ୍ରାଥମିକ ଗୋଲେଇ କାମ ‌ଶେଷ ହୋଇଛି। ଅନ୍ୟପଟେ ୭ ଦିନରେ ସୂତା ବାଡ଼ିଆ କାମ ଆରମ୍ଭ ହେବାର ପରମ୍ପରା ଥିବାରୁ ଆଜିଠାରୁ ପ୍ରସ୍ତୁତ ତୁମ୍ବରେ ସୂତାରି ମହାରଣା ସେବକମାନେ ସୂତା ବ‌ାଡ଼େଇଛନ୍ତି।

ଶୁକ୍ରବାର କାମ ଶେଷ ସୁଦ୍ଧା ୩୯ଟି ଯାକ ତୁମ୍ବରେ ସୂତା ବାଡ଼ିଆ କାମ ଶେଷ ହୋଇଛି। ଶନିବାରଠାରୁ ତୁମ୍ବ ବିନ୍ଧ କାମ ଆରମ୍ଭ ହେବାକୁ ଥିବାବେଳେ ବିନ୍ଧ କାମ ପାଇଁ ପ୍ରତି ରଥର ଦୁଇଟି ଲେଖାଏଁ ଘେର(ବଳକା ଅଂଶ) କଟା କାର୍ଯ୍ୟ କରତି ସେବକଙ୍କ ଦ୍ବାରା ଶେଷ ହୋଇଛି। ତାଳଧ୍ବଜ ରଥର ୧୪ଟି ତୁମ୍ବରୁ ୧୧ଟି ତୁମ୍ବର ପ୍ରାଥମିକ ଗୋଲେଇ କାମ ଓ ସୂତା ବାଡ଼ିଆ କାମ ଶେଷ ହୋଇଛି। ଦେବଦଳନ ରଥର ୧୨ଟି ତୁମ୍ବରୁ ସମସ୍ତ ତୁମ୍ବର ପ୍ରାଥମିକ ଗୋଲେଇ କାମ ଓ ସୂତା ବାଡ଼ିଆ‌ ଶେଷ ହୋଇଛି। ନନ୍ଦିଘୋଷ ରଥର ସମସ୍ତ ୧୬ଟି ତୁମ୍ବର ପ୍ରାଥମିକ ଗୋଲେଇ ଓ ସୂତା ବାଡ଼ିଆ କାମ ଶେଷ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe