ରଥଖଳା ଚଳଚଞ୍ଚଳ: ଆଗେଇ ଚାଲିଛି ଅର ସାଲ, ଗୁଜ, ଜଳଯନ୍ତ୍ର କାମ

Advertisment
ରଥଖଳା ଚଳଚଞ୍ଚଳ: ଆଗେଇ ଚାଲିଛି ଅର ସାଲ, ଗୁଜ, ଜଳଯନ୍ତ୍ର କାମ

ପୁରୀ : ରଥଖଳାରେ ଆଜି ତିନି ରଥର ତୁମ୍ବ ବିନ୍ଧ ସହ ଅର ସାଲ କାମକୁ ଜୋରଦାର କରାଯାଇଛି। ଆଜି ଦୁଇଟି ଲେଖାଁଏ ତୁମ୍ବରେ ଅର ସଂଯୋଗ ପାଇଁ ପ୍ରତି ତୁମ୍ବ ପାଇଁ ୧୬ଟି ଲେଖାଏଁ ୩୨ଟି ଅରର ସାଲ କାମ ଶେଷ ହୋଇଛି। ଆସନ୍ତାକାଲି ତିନି ରଥର ଦୁଇଟି ଲେଖାଁଏ ତୁମ୍ବରେ ଅର ସଂଯୋଗ ବା ସିଙ୍ଗଡ଼ା ବାଡ଼ିଆ ଅନୁକୂଳ କାର୍ଯ୍ୟ ଅନୁଷ୍ଠିତ ହେବ। ଆଜି ତାଳଧ୍ବଜ ରଥର ଦୁଇଟି ତୁମ୍ବରେ ସିଙ୍ଗଡ଼ା ବାଡ଼ିଆ ଅନୁକୂଳ ପାଇଁ ଆବଶ୍ୟକ ୧୬ଯୋଡ଼ା ଅର ସାଲ କାର୍ଯ୍ୟ ଶେଷ ହୋଇଛି। ଦେବଦଳନ ରଥର ଅରପଟା ସାଇଜ ହେବା ପରେ ତୁମ୍ବରେ ଅର ସଂଯୋଗ ପାଇଁ ୨ଟି ତୁମ୍ବର ୧୬ ଯୋଡ଼ା ଅର ସାଲ କାର୍ଯ୍ୟ ଶେଷ ହୋଇଛି। ନନ୍ଦିଘୋଷ ରଥର ୧୬ଟି ତୁମ୍ବରୁ ୮ଟିର ବିନ୍ଧ କାର୍ଯ୍ୟ ଶେଷ ହୋଇଛି। ବାକି ୮ଟି ତୁମ୍ବର ବିନ୍ଧ କାମ ଚାଲିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe