ରଥଖଳା ଚଳଚଞ୍ଚଳ: ତିନି ରଥର ନିର୍ମାଣ ଶେଷ

Advertisment

ଲାଗିଲା କଳସ, ଓଲଟ ଶୁଆ, ଉଠିଲା ଅଁଳା, ଚାଲିଛି ରଙ୍ଗ ଓ କନା କାମ

ଲାଗିଲା କଳସ, ଓଲଟ ଶୁଆ, ଉଠିଲା ଅଁଳା, ଚାଲିଛି ରଙ୍ଗ ଓ କନା କାମ

ରଥଖଳା ଚଳଚଞ୍ଚଳ: ତିନି ରଥର ନିର୍ମାଣ ଶେଷ

ପୁରୀ : ରଥଖଳାରେ ତିନି ରଥର ନିର୍ମାଣ କାର୍ଯ୍ୟ ଶେଷ କରିଛନ୍ତି ମହାରଣା ସେବକ। ଆଜି ତିନି ରଥରେ ମହାରଣା ସେବକମାନେ ରଥ କଳସ, ଓଲଟ ଶୁଆ ସଂଯୋଗ ପୂର୍ବକ ନିର୍ମାଣ କାର୍ଯ୍ୟରେ ପୂର୍ଣ୍ଣଛେଦ ପକାଇଛନ୍ତି। ସେପଟେ ତିନି ରଥର ଅଁଳା ବି ଆଜି ଉଠିଛି। କେବଳ ରଙ୍ଗ ଓ କନା ପଡ଼ିବା କାମ ବାକି ରହିଛି। ଚିତ୍ରକର ଓ ଦରଜୀ ସେବକମାନେ ଏହି କାମକୁ ଆଗେଇ ନେଇଛନ୍ତି। କଳସ, ଓଲଟ ଶୁଆ ସଂ ଯୋଗ ହୋଇନଥିବାରୁ ତିନି ରଥର ଦକ୍ଷିଣ-ପଶ୍ଚିମ କୋଣର ମଣ୍ଡଣି ବତା ପଡ଼ିନଥିଲା। ଆଜି ତିନିରଥରେ କଳସ, ଓଲଟ ଶୁଆ ସଂ ଯୋଗ ପରେ ପରେ ତିନି ରଥର ଦକ୍ଷିଣ-ପଶ୍ଚିମ କୋଣର ତିନୋଟି ଲେଖାଁଏ ମଣ୍ଡଣି ବତା ପଡ଼ିଛି। ଏଥିସହ ତିନିରଥର ତିନି ପାର୍ଶ୍ୱରେ ୨୭ଟି ଶିଖର ଡମ୍ବରୁ(ପାର୍ଶ୍ଵଦେବ ଦେବୀଙ୍କ ଆସ୍ଥାନ) ସଂ ଯୋଗ ହୋଇଛି।

publive-image

ଏହା ପୂର୍ବରୁ ଶିଖର ଡମ୍ବରୁରେ ପାର୍ଶ୍ବ ଦେ‌ବାଦେବୀଙ୍କୁ ସ୍ଥାପନ କରାଯାଇଥିଲା। ପରେ ଶିଖର ଡମ୍ବୁରୁ ସହ ପାର୍ଶ୍ବ ଦେବାଦେବୀଙ୍କୁ ରଥର ଚତୁଃପାର୍ଶ୍ବରେ ସଂଯୋଗ କରାଯାଇଛି। ଆଜି ତିନି ରଥର କନକମୁଣ୍ଡିର ପିତଳ ସଜଗୁଡ଼ିକ ସଫା କାର୍ଯ୍ୟ ଆରମ୍ଭ ହୋଇଛି। ଚିତ୍ରକର ସେବକମାନେ ପ୍ରଭାଗୁଡ଼ିକରେ ରୂପ ଖୋଦେଇ ଅଂଶରେ ଚିତ୍ର, ରଙ୍ଗ କାର୍ଯ୍ୟ ଜାରି ରଖିଛନ୍ତି। ତିନି ରଥର ଘୋଡ଼ାଗୁଡ଼ିକର ରଙ୍ଗ କାର୍ଯ୍ୟ ଜାରି ରହିଛି। ଆଜି ଦରଜୀ ସେବକମାନେ ତିନି ରଥର ଦୁଆର ବେଢ଼ା ପାଇଁ କନା କାଟିଛନ୍ତି। ଏଥିରେ ଜରି ଲେସ୍‌ ସଂଯୋଗ କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଦୋଳବେଦି ଅସ୍ଥାୟୀ କମାରଶାଳରେ ଓଝା ସେବକମାନେ ଚାର ହଣା ପାଇଁ ୩ଟି କୁରାଢ଼ୀ, ସାରଥିଙ୍କ ପାଇଁ ୧୨ଟି ବାଗିଆ କଣ୍ଟା ନିର୍ମାଣ ସହ କଳସ, ଶୁଆ ସଂଯୋଗ ପାଇଁ କଳସ କଣ୍ଟା, ଶୁଆ କଣ୍ଟା, କଳସ ବଳୟ ବାଗିଆ କଣ୍ଟା, ନଦା କଣ୍ଟା ନିର୍ମାଣ ସାରି ଭୋଇ ସେବକ ଓ ମହାରଣା ସେବକଙ୍କୁ ଯୋଗାଇ ଦେଇଥିଲେ। ଆଜି ଏହାକୁ ରଥରେ ସଂଯୋଗ କରାଯାଇଛି। ନନ୍ଦିଘୋଷ ରଥର ବେଦି ସିଂହାସନ ଚାରିପାର୍ଶ୍ବରେ ଗାଈ ଗୋଠ ଚିତ୍ର ସହ ଚାରିନାହାକାରେ ରଙ୍ଗ କାର୍ଯ୍ୟ ‌ଶେଷ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe