ରଥଖଳା ହାଲଚାଲ: ତିନି ରଥରେ ଲାଗିଲା ୪୪ ଯୋକା; ଅଁଳା, ଗାରେଡ଼ି କାଠ ଚଉପଟ ଜାରି

Advertisment
ଖାଲି ହେଉଛି ଶ୍ରୀମନ୍ଦିର ରାଜକୋଷ

ପୁରୀ : ରଥଖଳାରେ ରଥ ନିର୍ମାଣକୁ ଗୁରୁବାର ଦିନ ୪୩ ଦିନ ପୂରିଛି। ଗୁରୁବାର ଦିନ କାମ ଶେଷ ସୁଦ୍ଧା ତିନି ରଥର ୪୪ଟି ଯୋକା ସଂଯୋଗ ଶେଷ ହୋଇଛି। ତାଳଧ୍ବଜ ରଥ ଓ ନନ୍ଦିଘୋଷ ରଥର ୧୬ଟି ଲେଖାଏଁ ଯୋକା ସଂଯୋଗ ହୋଇଥିବା ବେଳେ ଦେବଦଳନ ରଥର ୧୨ଟି ଯୋକା ସଂଯୋଗ ହୋଇଛି। ଯୋକାଗୁଡ଼ିକୁ ରଥର ଚତୁଃପାର୍ଶ୍ବ କୋଣରେ ସଂଯୋଗ କରାଯାଇଛି। ରଥର ଅଖ, କୁଡ଼ୁକା, ନିରାଡ଼ି, ଗୟଳ ଆଦିକୁ ବାନ୍ଧି ରଖିବା ପାଇଁ ଯୋକାଗୁଡ଼ିକରେ ମାପ କରି କାପ ପରେ କଣ୍ଟା ବିନ୍ଧ ହୋଇ ‌ସେଟିଂ କରାଯାଇଛି।

publive-image

ଅନ୍ୟପଟେ ତିନି ରଥର ଅଁଳା ଓ ଗାରେଡ଼ି(ଦୁଆର ବେଢ଼ା ପାଇଁ ନାଟଗୋଡ଼ରେ ସଂଯୋଗ ହେବ) ନିର୍ମାଣ ପାଇଁ ୪ଟି ଲେଖାଏଁ କାଠ ତିନି ଚାଳିକୁ ଯୋଗାଇ ଦିଆଯାଇଥିଲା। ଆଜି ଏଥିରୁ ଦୁଇଟି ଲେଖାଏଁ ଅଁଳା ଓ ଗାରେଡ଼ି ନିର୍ମାଣ ପାଇଁ କାଠ ଚଉପଟ ଶେଷ ହୋଇଛି। ରୂପକାର ସେବକମାନେ ତିନି ରଥର ସିଂହାସନ ଖୋଦେଇ କରି କୁମ୍ଭ, ଡାଳି, ଲତା, ପଦ୍ମ ପାଖୁଡ଼ାର ପଲିସ୍‌ କାର୍ଯ୍ୟ ଜାରି ରଖିଛନ୍ତି। ତିନି ରଥ ପାଇଁ ଆବଶ୍ୟକ ନାଟଗୋଡ଼ରେ ଗନ୍ଧର୍ବ ରୂପ ଖୋଦେଇ ଜାରି ରଖିଛନ୍ତି। ଦୋଳବେଦି କମାରଶାଳରେ ଓଝା ସେବକମାନେ ତିନି ରଥର ତେରପରସ୍ତ ପୋଟଳ, କଳସ ପାଇଁ ଗୋଡ଼ି ଛାଲ, ବାଗିଆ କଣ୍ଟା ନିର୍ମାଣ ଶେଷ କରିଛନ୍ତି। ସେହିଭଳି ଯୋକା ସଂଯୋଗ ପାଇଁ ୧୬ ଏମଏମ ଯୋକା କଣ୍ଟା ନିର୍ମାଣ କରି କଣ୍ଟା ବାଡ଼େଇବା କାମ ଶେଷ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe