ବାହୁଡ଼ା ପୂର୍ବରୁ ଯାଞ୍ଚ ହେଲା ତିନିରଥ

Advertisment

ସରିଲା ଆବଶ୍ୟକ ମରାମତି କାମ, ରେଳ ବିଭାଗ ଯୋଗାଇଲା ଆବଶ୍ୟକ ସରଞ୍ଜାମ

ସରିଲା ଆବଶ୍ୟକ ମରାମତି କାମ, ରେଳ ବିଭାଗ ଯୋଗାଇଲା ଆବଶ୍ୟକ ସରଞ୍ଜାମ

ବାହୁଡ଼ା ପୂର୍ବରୁ ଯାଞ୍ଚ ହେଲା ତିନିରଥ

ପୁରୀ : ଜୁଲାଇ ପହିଲା‌ରେ ବାହୁଡ଼ାଯାତ୍ରା। ଏହା ପୂର୍ବରୁ ଉତ୍ତରମୁହାଁ ତିନିରଥକୁ ଶରଧାବାଲିରେ ଦକ୍ଷିଣମୋଡ଼ ‌ଦିଆଯାଇଛି। ଚତୁର୍ଦ୍ଧାମୂର୍ତ୍ତି ଶ୍ରୀମନ୍ଦିରକୁ ବାହୁଡ଼ିବା ପୂର୍ବରୁ ଅଘଟଣ ଏଡ଼ାଇବା ପାଇଁ ରଥ ନିର୍ମାଣ କମିଟି ତିନି ରଥର ଆବଶ୍ୟକ ଯାଞ୍ଚ କାମ ଆଜି ‌ଶେଷ କରିଛି। ଏଥିସହ ତିନିରଥର ଆବଶ୍ୟକ ଛୋଟମୋଟ ମରାମତି କାମ ବି ଶେଷ ହୋଇଛି। ଆଜି ମଧ୍ୟାହ୍ନରେ ପୂର୍ତ୍ତ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ, ନିର୍ବାହୀ ଯନ୍ତ୍ରୀ, ତିନି ରଥର ମୁଖ୍ୟ ବିଶ୍ବକର୍ମା ଓ ୧୦ ଜଣ ଶାଢ଼ୀବନ୍ଧା ସେବକ ତିନି ରଥର ସ୍ଥିତି ଅନୁଧ୍ୟାନ କରିଥିଲେ।

କମିଟି ଚତୁଃପାର୍ଶ୍ବ ବୁଲି ଅନୁଧ୍ୟାନ କରିବା ପରେ ତିନି ରଥର ଛୋଟବଡ଼ ମରାମତି କାମ କରାଯାଇଥିଲା। ଏଥି ପାଇଁ ରେଳ ବିଭାଗ ପକ୍ଷରୁ ଜର୍କ ଓ ଅନ୍ୟାନ୍ୟ ସାମଗ୍ରୀ ଯୋଗାଇ ଦିଆଯାଇ ଥିଲା। ଆଜି ଅପରାହ୍ଣ ସୁଦ୍ଧା ଏହି କାମ ଶେଷ ହୋଇଛି। ଏଥି ସହ ରଥ ନିର୍ମାଣ କମିଟି ବାହୁଡ଼ାଯାତ୍ରା ପାଇଁ ତିନିରଥ ପ୍ରସ୍ତୁତ ବୋଲି ପ୍ରମାଣପତ୍ର ଦେଇଛି। ଅଘଟଣ ଏଡ଼ାଇବା ପାଇଁ ରଥଯାତ୍ରା ପୂର୍ବରୁ ବି ଏହି କମିଟି ତିନିରଥର ସ୍ଥିତି ଯାଞ୍ଚ କରିଥିଲା। କମିଟି ରଥ ଗଡ଼ିବା ପାଇଁ ସବୁଜ ସଙ୍କେତ ଦେବା ପରେ ଚତୁର୍ଦ୍ଧାମୂର୍ତ୍ତି ଶ୍ରୀଗୁଣ୍ଡିଚା ଯାତ୍ରାରେ ବାହାରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe