ରଥଖଳା ଚଳଚଞ୍ଚଳ: ତିନି ରଥରେ ଲାଗିଲା ପ୍ରଭା, ରଥ କନା ମଣ୍ଡଣୀ ଶେଷ

Advertisment
ଓଡ଼ିଶାର ଆତ୍ମା

ପୁରୀ : ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ତିନି ରଥ ନିର୍ମାଣ ‌ଶେଷ ହୋଇଥିବାବେଳେ ବୁଧବାର ଦିନ ତିନି ରଥରେ ପ୍ରଭା ସଂଯୋଗ କରାଯାଇଛି। ତିନି ରଥର ପ୍ରଭା ରୂପ ଖୋଦେଇରେ ଗତକାଲି ରଙ୍ଗ କାମ ସରିବା ପରେ ବୁଧବାର ଅପରାହ୍ଣରେ ପର୍ଯ୍ୟାୟକ୍ରମେ ତିନି ରଥକୁ ପ୍ରଭା ଉଠିବା ସହ ସଂଯୋଗ ‌ଶେଷ ହୋଇଛି। ସେପଟେ ରଥ କନା ମଣ୍ଡଣୀ ଶେଷ ହୋଇଛି। ଦର୍ଜୀ ସେବକମାନେ ବୁଧବାର ଦିନ ଏହାକୁ ତିନି ରଥରେ ଲଗାଇଛନ୍ତି। ନନ୍ଦିଘୋଷ ରଥରେ ହଳଦିଆ ଓ ନାଲି, ତାଳଧ୍ବଜ ରଥରେ ସବୁଜ ଓ ନାଲି ଏବଂ ଦେବଦଳନ ରଥରେ କଳା ଓ ନାଲି ରଙ୍ଗର କନା ଲାଗିଛି।

publive-image

ଅନ୍ୟପଟେ ତିନି ରଥରେ ସଖୀ ଖଞ୍ଜା ‌ଶେଷ ହୋଇଛି। ରଥ ସାରଥୀ ଓ ଅନ୍ୟାନ୍ୟ ଜିନିଷ ବୋହି ନେବା ପାଇଁ ଦୁଇଟି କାଠ ସାଙ୍ଗି ନିର୍ମାଣ କରାଯାଇଛି। ତିନି ରଥ ରଙ୍ଗ କାମ ବି ଶେଷ ହୋଇଛି। ତିନି ରଥର କନକମୁଣ୍ଡି ପାଇଁ ପିତଳ ସଜ ସଫା ହୋଇ ସଂଯୋଗ କରାଯାଇଛି। ଦର୍ଜୀ ସେବକମାନ କନକ ମୁଣ୍ଡି ଚାନ୍ଦୁଆ, ଉଡ଼ା ଚାନ୍ଦୁଆ, ସାରଥୀ ପୋଷାକ ସିଲାଇ ଶେଷ କରିଛନ୍ତି। ଶ୍ରୀଜିଉଙ୍କ ଚକା ବିଜେ ପାଇଁ ବନାରସୀ ଜରି କନା ଖୋଳ ଓ ଠାକୁରଙ୍କ ପିଠା ଏବଂ ମସ୍ତକ ପଛ ଭାଗ ପାଇଁ ତକିଆ ନିର୍ମାଣ ଶେଷ କରିଛନ୍ତି। ଦୋଳବେଦି କମାରଶାଳରେ ଆବଶ୍ୟକ କଟୁରି, ଛୁରି ନିର୍ମାଣ ଶେଷ କରିଛନ୍ତି ଓଝା ସେବକ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe