ଆଜି ୩ ରଥରେ ଯୋକା ସଂଯୋଗ ହେବ

Advertisment
ଆଜି ୩ ରଥରେ ଯୋକା ସଂଯୋଗ ହେବ

ପୁରୀ : ରଥଖଳାରେ ରଥ ନିର୍ମାଣ କାର୍ଯ୍ୟ ୩୯ ଦିନରେ ପହଞ୍ଚିଛି। ରବିବାର ସୁଦ୍ଧା ତାଳଧ୍ବଜ ଓ ନନ୍ଦିଘୋଷ ରଥର ଉଭୟ ପାର୍ଶ୍ବରେ ତିନିଟି ଲେଖାଏଁ ୬ଟି ପୋଲ ଗୟଳ ପଡ଼ି ଟାଣ କଣ୍ଟା ବାଡ଼ିଆ ହୋଇଛି। ଦେବଦଳନ ରଥରେ ଦୁଇଟି ଲେଖାଏଁ ୪ଟି ପୋଲ ଗୟଳ ପଡ଼ିଛି। ତାଳଧ୍ବଜ ଓ ନନ୍ଦିଘୋଷର ରଥର ଉଭୟ ପାର୍ଶ୍ବରେ ୩ଟି ଲେଖାଏଁ ୬ଟି ଛନ୍ଦା ଗୟଳ ପଡ଼ି କଣ୍ଟା ବାଡ଼ିଆ ହୋଇଛି। ଦେବଦଳନ ରଥର ଉଭୟପାର୍ଶ୍ବରେ ଦୁଇଟି ଲେଖାଏଁ ଛନ୍ଦା ଗୟଳ ପଡ଼ି କଣ୍ଟା ବାଡ଼ିଆ ହୋଇଛି।

ଆଜି ୩ରଥରେ ଯୋକା ସଂଯୋଗ ପାଇଁ ରଥ ପାଖରେ ଯୋକା ସାଇତା ହୋଇଛି। ତିନିରଥର ଦୁଇଟି ଲେଖାଏଁ ଧୂଳି ଦଣ୍ଡା, ୫ଟି ଲେଖାଏଁ ଜଗତ ପୃଷ୍ଠ ଶେଣି ଶେଷ ହୋଇଥିଲା। ରବିବାର ଦିନ ତିନି ରଥର ୪ଟି ଲେଖାଏଁ କତରା ନିର୍ମାଣ ଶେଷ ହୋଇଛି। ତିନିରଥର ଦୁଆର ବେଢ଼ା ପାଇଁ ଦୁଇଟି ଲେଖାଏଁ ଅଁଳା ଚଉପଟ ଶେଷ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe