ସାଆନ୍ତେ ଆସିବେ ବୋଲି... ଆଜି ଚକ-ଅଖ ଡେରା ନୀତି

ରଥ ନିର୍ମାଣର ଅଷ୍ଟାଦଶ ଦିବସରେ ଆଉ ତିନିଟି ଲେଖାଏଁ ଚକ ନିର୍ମାଣ ଶେ‌ଷ ପର୍ଯ୍ୟାୟରେ ପହଞ୍ଚିଛି। ଗତକାଲି ସୁଦ୍ଧା ତିନି ରଥର ମୋଟ ୧୮ଟି ଚକ ନିର୍ମାଣ ଶେଷ ହୋଇଥିଲା। ଆଜି ତୁମ୍ବ ବିନ୍ଧ କାରିଗରଙ୍କ ଦ୍ୱାରା ଅଖ ବିନ୍ଧ କରାଯାଇଥିଲା।

fddfvcvcv

ପୁରୀ: ରଥ ନିର୍ମାଣର ଅଷ୍ଟାଦଶ ଦିବସରେ ଆଉ ତିନିଟି ଲେଖାଏଁ ଚକ ନିର୍ମାଣ ଶେ‌ଷ ପର୍ଯ୍ୟାୟରେ ପହଞ୍ଚିଛି। ଗତକାଲି ସୁଦ୍ଧା ତିନି ରଥର ମୋଟ ୧୮ଟି ଚକ ନିର୍ମାଣ ଶେଷ ହୋଇଥିଲା। ଆଜି ତୁମ୍ବ ବିନ୍ଧ କାରିଗରଙ୍କ ଦ୍ୱାରା ଅଖ ବିନ୍ଧ କରାଯାଇଥିଲା। ତିନି ରଥର ମହାରଣା ସେବକମାନେ ସିଙ୍ଗଡ଼ାରେ ପଇ ରଖି ମାପ ଚିହ୍ନ ପ୍ରକାରେ ବଳକା ଅର କଟିଂ ତଥା ସାଲ କାର୍ଯ୍ୟ ଶେଷ କରିଥିଲେ। ମଧ୍ୟାହ୍ନ ବିରତି ପରେ ତିନି ରଥର ମହାରଣା ସେବକମାନେ ତିନିଟି ଚକ ପାଇଁ ୧୨ଟି ଲେଖାଏଁ ପଇ ବିନ୍ଧ ଶେଷ କରିଛନ୍ତି। ତିନି ରଥର ତିନିଟି ଲେଖାଏଁ ସିଙ୍ଗଡ଼ାରେ ପଇ ସଂଯୋଗ ଶେଷ ହୋଇ ପଇରେ କୀଳାବାଡ଼ିଆ ବା ବିଲେଇ ବାଡ଼ିଆ କାର୍ଯ୍ୟ ଶେଷ ହୋଇ ପଇ କଳସା ଜାରି ରହିଛି।

ରଥ ଖଳାରେ ସ୍ଥାନାଭାବ ଯୋଗୁ ଅଧିକ ଚକ ନିର୍ମାଣ କରି ରଖିବା ସମ୍ଭବ ହେଉନାହିଁ। ପରମ୍ପରା ପ୍ରକାରେ ଆସନ୍ତାକାଲି ଭଉଁରି ତିଥିରେ ଚକ-ଅଖ ଡେରା ନୀତି ପରେ ନିର୍ମାଣ ସରିଥିବା ଚକଗୁଡ଼ିକୁ ବିଧି ମତେ ବାହାରକୁ ନିର୍ଦ୍ଦିଷ୍ଟ ସ୍ଥାନକୁ ଅଣାଯିବ। ଏଥି ସହ ଆଜି ସୁଦ୍ଧା ତିନି ରଥର ସମସ୍ତ ସାଲ ଗୁଜ, ତୀଖ ଗୁଜ, ଜଳଯନ୍ତ୍ର, କୁଡ଼ୁକା, ଓରା ଏବଂ ଗୋଟିଏ ଲେଖାଏଁ ସିଂହାସନ ନିର୍ମାଣ ସହ ସେଥିରେ ତିନିଥାକିଆ ରାହା କଟା ଶେଷ କରିଛନ୍ତି। ଏଥି ସହ ତିନି ରଥର ଗୋଟିଏ ଗୋଟିଏ ପ୍ରଭା ଅପ୍‌ସରା ଚଉପଟ କାର୍ଯ୍ୟ ଶେଷ ହୋଇଛି। ଏହା ଶ୍ରୀବିଗ୍ରହଙ୍କ ଆସ୍ଥାନ ପଛ ପାର୍ଶ୍ୱରେ ଠାକୁରଙ୍କ ପ୍ରଭା ଫିଟିଂ ପାଇଁ ଲାଗିବ।

ରୂପକାର ସେବକମାନେ ତିନି ରଥର ୧୧ଟି ଲେଖାଏଁ ସାଲ ଗୁଜରେ ନୃସିଂହ ରୂପ ଖୋଦେଇ ଜାରି ରଖିବା ସହ ଶେଷ ହୋଇଥିବା ରୂପଗୁଡ଼ିକର ପଲିସ୍ କାର୍ଯ୍ୟ ଜାରି ରଖିଛନ୍ତି। ଦୋଳବେଦି ଅସ୍ଥାୟୀ କମାରଶାଳରେ ଓଝା ସେବକମାନେ ତିନି ରଥର ଆବଶ୍ୟକ ପନ୍ଦାରି, ତୁମ୍ବ ବଳା, ଦଶ ଏଗାରଟି ଚକ ପାଇଁ ଆବଶ୍ୟକ ଅର କଣ୍ଟା ନିର୍ମାଣ ଶେଷ କରିଛନ୍ତି। ଚକା ଡେରା ନୀତି ପାଇଁ ଅନୁକୂଳ ପନ୍ଦାରି ଚାବି ନିର୍ମାଣ ମଧ୍ୟ ଶେଷ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe