ରଥଯାତ୍ରା ସ୍ଥଗିତ ରଖିବା ପ୍ରସଂଗ ସଂପର୍କିତ ଜନସ୍ବାର୍ଥ ମାମଲା, ପକ୍ଷଭୁକ୍ତ ପାଇଁ ହାଇକୋର୍ଟରେ ଦୁଇଟି ପିଟିସନ୍‌

ବଗଲା ଧର୍ମଶାଳା ଜମି ବିକ୍ରି ପ୍ରସଂଗ: ରହିତାଦେଶ ଜାରି ପାଇଁ ହାଇକୋର୍ଟରେ ଆବେଦନ

image source-new india express

କଟକ: ଚଳିତବର୍ଷ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଆୟୋଜନ ସ୍ଥଗିତ ରଖିବାକୁ ପ୍ରାର୍ଥନା କରି ଦାୟର ମାମଲାରେ ପକ୍ଷଭୁକ୍ତ ହେବା ପାଇଁ ହାଇକୋର୍ଟରେ ଦୁଇଟି ଇଣ୍ଟରଭେନସନ୍ ପିଟିସନ୍ ବା ହସ୍ତକ୍ଷେପ ଯାଚିକା ଦାଖଲ ହୋଇଛି।

ଭାରତୀୟ ବିକାଶ ପରିଷଦ ସଭାପତି ସୁରେନ୍ଦ୍ର ପାଣିଗ୍ରାହୀଙ୍କ ପକ୍ଷରୁ କରୋନା ଭୂତାଣୁ ସଂକ୍ରମଣକୁ ‌ନେଇ ଦେଖା ଦେଇଥିବା ପରିସ୍ଥିତିରେ ରଥଯାତ୍ରା ସ୍ଥଗିତ ରଖିବାକୁ ପ୍ରାର୍ଥନା କରି ଗତ ୨୧ ତାରିଖରେ ହାଇକୋର୍ଟରେ ରୁଜୁ କରାଯାଇଥିବା ଜନସ୍ବାର୍ଥ ମାମଲାରେ ପକ୍ଷଭୁକ୍ତ ହୋଇ, ଏହି ପ୍ରସଂଗରେ ପକ୍ଷ ରଖିବାକୁ ସୁଯୋଗ ଦେବାକୁ ଅନୁମତି ଲୋଡି ଏପରି ଇଣ୍ଟରଭେନସନ୍ ପିଟିସନ୍ ଦାଖଲ କରାଯାଇଛି। କେନ୍ଦ୍ର ସରକାରଙ୍କ ଅନୁମତି ନେଇ ପୁରୀରେ ତିନି ରଥ ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ନିୟମ ପାଳନ କରି ନିର୍ଦ୍ଧାରିତ ତିଥିରେ ରଥଯାତ୍ରା ଆୟୋଜନରେ କିଛି ବାଧା ନାହିଁ ବୋଲି ପିଟିସନରେ ଦର୍ଶାଯାଇଛି। ଏପରି ପରିସ୍ଥିତିରେ ରଥଯାତ୍ରା ସ୍ଥଗିତ ରଖିବା ପ୍ରସଂଗକୁ ବିରୋଧ କରି ସିଡିଏର ଆଇନଜୀବୀ ଜୟନ୍ତ କୁମାର ବଳ ଓ ଜଗନ୍ନାଥ ସଂସ୍କୃତି ଜନଜାଗରଣ ମଞ୍ଚ ସଂପାଦକ ସରୋଜ କୁମାର ସାହୁଙ୍କ ପକ୍ଷରୁ ପୃଥକ ଭାବେ ଇଣ୍ଟରଭେନସନ୍ ପିଟିସନ୍ ଦାଖଲ କରାଯାଇଛି। ଏହି ଜନସ୍ବାର୍ଥ ମାମଲାର ଶୁଣାଣି ସମୟରେ ତାଙ୍କୁ ପକ୍ଷ ରଖିବାକୁ ସୁଯୋଗ ଦିଆଯାଉ ବୋଲି ପିଟିସନରେ ଉଲ୍ଲେଖ କରାଯାଇଛି। ଶ୍ରୀ ବଳଙ୍କ ପକ୍ଷରୁ ଆଇନଜୀବୀ ବିଭୂତି ଭୂଷଣ ଚୌଧୁରୀ ଓ ଶ୍ରୀ ସାହୁଙ୍କ ତରଫରୁ ଆଇନଜୀବୀ ବିଜୟ କୁମାର ରଗଡ ମାମଲା ପରିଚାଳନା କରୁଛନ୍ତି। ମାମଲାରେ ମୁଖ୍ୟ ଶାସନ ସଚିବ, ଗୃହ ସଚିବ, ଆଇନ ସଚିବ, ସ୍ବାସ୍ଥ୍ୟ ସଚିବ, ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି, କମିଟିର ଅଧ୍ୟକ୍ଷ ଗଜପତି ମହାରାଜ, ପୁରୀ ଜିଲ୍ଲାପାଳ, ଏସପି, ପୁଲିସ ଡିଜି ଓ କେନ୍ଦ୍ର ସରକାରଙ୍କୁ ପକ୍ଷଭୁକ୍ତ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe