ରଥରେ ମଠର ଭୂମିକା-୩: ବଡ଼ଓଡ଼ିଆ ମଠ ଯୋଗାଏ ଚକଟା ଭୋଗ, ୫ ସେର ଫୁଲୁରି ତେଲ

Advertisment
ରଥରେ ମଠର ଭୂମିକା-୩: ବଡ଼ଓଡ଼ିଆ ମଠ ଯୋଗାଏ ଚକଟା ଭୋଗ, ୫ ସେର ଫୁଲୁରି ତେଲ

ପୁରୀ: ମହାପ୍ରଭୁଙ୍କ ରଥଯାତ୍ରାରେ ବଡ଼ଓଡ଼ିଆ ମଠ ମଧ୍ୟ ପ୍ରତ୍ୟକ୍ଷ ଜଡ଼ିତ ରହିଥାଏ। ଅଣସର ବିଧି ସମୟରେ ବଡ଼ଓଡ଼ିଆ ମଠ ପକ୍ଷରୁ ଚକଟା ଭୋଗ ଯୋଗାଇ ଦିଆଯାଏ। ଅଣସର ପଞ୍ଚମୀ ତଥା ଫୁଲୁରି ଲାଗି ନୀତି ପାଇଁ ଦୁଇଟି କୁଡ଼ୁଆରେ ୫ ସେର ରାଶି ତେଲ ତଥା ଫୁଲୁରି ତେଲ ଯୋଗାଇ ଦିଆଯାଇଥାଏ। ସ୍ବତ୍ବଲିପି ମୁତାବକ ନେତ୍ରୋତ୍ସବ ଦିନ ବଡ଼ଓଡ଼ିଆ ମଠ ଅଧିକାରୀଙ୍କ ଶାଢ଼ୀ ବନ୍ଧାକୁ ବାର ଲାଗି ଶାଢ଼ୀ ତଥା ପାଟ ବସ୍ତ୍ର ମନ୍ଦିର ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯାଏ। ପରମ୍ପରା ମୁତାବକ ଗୁଣ୍ଡିଚାଘରଠାରେ ପନ୍ତି ଚାଳି କରିବା ପାଇଁ ମଠକୁ ମନ୍ଦିର କାର୍ଯ୍ୟାଳୟ ତରଫରୁ ଅନୁମତି ଦିଆଯାଏ। ଧୂଳିଆ ଗୁଣ୍ଡିଚା ଦିନ ତଥା ଚତୁର୍ଦ୍ଧା ବିଗ୍ରହ ଆଡ଼ପ ବିଜେ ସମୟରେ ଓ ବାହୁଡ଼ାଯାତ୍ରା ଦିନ ବଡ଼ଓଡ଼ିଆ ମଠ ତରଫରୁ ପନ୍ତି ଭୋଗ କରାଯାଇଥାଏ। ଗୁଣ୍ଡିଚାଘରେ ଷଷ୍ଠୀ ଦିନ ସର୍ବାଙ୍ଗ ନୀତି ପାଇଁ ଆବଶ୍ୟକ ଚନ୍ଦନକାଠ ଏହି ମଠ ପକ୍ଷରୁ ଯୋଗାଇ ଦିଆଯିବାର ପରମ୍ପରା ଚଳିଆସିଛି।

ଆଷାଢ଼ ଶୁକ୍ଳ ଦ୍ବାଦଶୀ ତିଥିରେ ରଥ ଉପରେ ହେଉଥିବା ଅଧରପଣା ସାମଗ୍ରୀ ମଧ୍ୟ ଏହି ମଠ ପକ୍ଷରୁ ଦିଆଯାଏ। ରତ୍ନ ସିଂହାସନ ଉପରେ ବନ୍ଧା ହେଉଥିବା ନୂଆ ତ୍ରିମୁଣ୍ଡି ଚାନ୍ଦୁଆ ଏବଂ ଚକା ଅପସର ନୀତି ପାଇଁ ପାଟକନା ଏହି ମଠ ପକ୍ଷରୁ ପ୍ରତିବର୍ଷ ଦିଆଯାଏ। କନକମୁଣ୍ଡି ମରାମତି କରିବା ଦାୟିତ୍ବ ମଧ୍ୟ ଏହି ମଠ ବହନ କରିବାର ବିଧି ରହିଛି। ନୀଳାଦ୍ରି ବିଜେ ଦିନ ମଠ ତରଫରୁ ରତ୍ନ ସିଂହାସନ ମାର୍ଜନା କରାଯିବା ସହ ନୀଳଚକ୍ରରେ ନୂଆ ଧ୍ବଜା ବନ୍ଧାଯାଇଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe