ରଥଖଳା ହାଲଚାଲ: ତିନି ରଥର ପ୍ରଥମ ଭୂଇଁ କାମ ଆରମ୍ଭ; ଉଠିଲା ଛ’ କାଠ, ଆଜି ଉଠିବ ଚଉଦ ନାହାକା

Advertisment

ଆରମ୍ଭ ହେଲା ପାର୍ଶ୍ବ ଦେବାଦେବୀ ମୂର୍ତ୍ତି ରଙ୍ଗ

ଆରମ୍ଭ ହେଲା ପାର୍ଶ୍ବ ଦେବାଦେବୀ ମୂର୍ତ୍ତି ରଙ୍ଗ

ରଥଖଳା ହାଲଚାଲ: ତିନି ରଥର ପ୍ରଥମ ଭୂଇଁ କାମ ଆରମ୍ଭ; ଉଠିଲା ଛ’ କାଠ, ଆଜି ଉଠିବ ଚଉଦ ନାହାକା

ପୁରୀ : ରଥଖଳାରେ ରଥ ନିର୍ମାଣ ଆଜି ୪୨ ଦିନରେ ପହଞ୍ଚିଛି। ଆଜି କାମ ଶେଷ ସୁଦ୍ଧା ତିନି ରଥର ପ୍ରଥମ ଭୂଇଁ କାମ ଆରମ୍ଭ ହୋଇଛି। ପ୍ରଥମ ଭୂଇଁର ପ୍ରାରମ୍ଭିକ କାର୍ଯ୍ୟ ସ୍ବରୂପ ବୁଧବାର ଦିନ ତିନି ରଥରେ ଛ’କାଠ ଲାଗିଛି। ଚାରିନାହାକା ଉପରେ ଛ’କାଠ ବା ଭୂଇଁ ଚଉତା ସଂଯୋଗ କରାଯାଇଛି। ଆଜି ଖଦିଓରାରେ ବିନ୍ଧ ପରେ ତିନି ରଥରେ ପଡ଼ି ‘ଚଉଦ ନାହାକା’ ଉଠିବ। ପରେ ପ୍ରଥମ ଭୂଇଁର ଅନ୍ୟାନ୍ୟ କାମ ଆରମ୍ଭ ହେବ। ଅନ୍ୟପଟେ ଆଜି ଦ୍ବିତୀୟ ଭୂଇଁ ଓ ତୃତୀୟ ଭୂଇଁର ସେଟିଂ ଓ ନମ୍ବରିଂ କାମ ଶେଷ ହୋଇଛି। ତିନି ରଥରେ ତି‌ନି ଭୂଇଁ ଲାଗିବାକୁ ଥିବାବେଳେ ପ୍ରଥମ ଭୂଇଁ ସେଟିଂ ଓ ନମ୍ବରିଂ ପରେ ଆଜିଠାରୁ ରଥରେ ଲାଗିବା ଆରମ୍ଭ ହୋଇଛି। ଏହା ପୂର୍ବରୁ ମହାରଣା ସେବକମାନେ ବାକି ଦୁଇ ଭୂଇଁର ନମ୍ବରିଂ ଶେଷ କରିଛନ୍ତି। ପ୍ରଥମ ଭୂଇଁ କାମ ଶେଷ ପରେ ଏହି ଦୁଇ ଭୂଇଁ ରଥ ଉପରେ ଲାଗିବ। ଏହା ଭିତରେ ଚଉଦ ନାହାକା ବି ପ୍ରସ୍ତୁତ ଶେଷ ହୋଇଛି। ଏହାପରେ ଦୁଇ ଭୂଇଁ ଉଠି ପୋଟଳ ଓ ଅନ୍ୟାନ୍ୟ କାମ ଆରମ୍ଭ ହେବ। ଅନ୍ୟପଟେ ରଙ୍ଗ କାମ ପାଇଁ ଆଜି ପାର୍ଶ୍ବ ଦେବାଦେବୀ, ଶିଖ-ଡମ୍ବୁରୁ, ଠେକେରା ବାଡ଼, ସଖୀ ଆଦି ବାହାର କରି ରଥଖଳା ନିକଟରେ ରଖାଯାଇଛି। ଏହାର ପ୍ରାରମ୍ଭିକ ରଙ୍ଗ କାର୍ଯ୍ୟ ବି ଆଜିଠାରୁ ଆରମ୍ଭ ‌ହୋଇଛି। ପାର୍ଶ୍ବ ଦେବାଦେବୀ ମୂର୍ତ୍ତି ରଙ୍ଗ କାମ ଆରମ୍ଭ ହୋଇଛି।

publive-image

ରଥ ନିର୍ମାଣ ବେଳେ ସେବକ ଆହତ

ପୁରୀ : ବୁଧବାର ଦିନ ରଥ ନିର୍ମାଣ ବେଳେ ଦୁଇ ଜଣ ସେବକ ଆହତ ହୋଇଛନ୍ତି। ଆହତ ସେବକମାନେ ହେଲେ ରୂପକାର ସେବକ କାହ୍ନୁଚରଣ ମହାପାତ୍ର(୪୦) ଓ ବିଷ୍ଣୁ ଭୋଇ(୪୦)। ରୂପକାର ସେବକ କାହ୍ନୁଚରଣ କାମ କରୁଥିବାବେଳେ ତାଙ୍କ ଆଙ୍ଗୁଠି କଟି ଯାଇଥିଲା। ରକ୍ତସ୍ରାବ ହେବାରୁ ପ୍ରାଥମିକ ଚିକିତ୍ସା ପରେ ଛାଡ଼ି ଦିଆଯାଇଛି। ସେହିଭଳି ରଥକୁ କାଠ ଉଠାଉଥିବାବେଳେ ଭୋଇ ସେବକ ବିଷ୍ଣୁ କାଠ ଆହତ ହୋଇଛନ୍ତି। ତାଙ୍କ ବାମ ଆଙ୍ଗୁଠିରେ ଆଘାତ ଲାଗିଛି। ରକ୍ତସ୍ରାବ ହେବାରୁ ତାଙ୍କୁ ରଥଖଳା ନିକଟରେ ଥିବା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe