ରଥଖଳା ହାଲଚାଲ: ତିନି ରଥର ଦଣ୍ଡା ଉଠିଲା

ରଥଖଳା ହାଲଚାଲ: ତିନି ରଥର ଦଣ୍ଡା ଉଠିଲା

ପୁରୀ : ରଥଖଳାରେ ରଥ ନିର୍ମାଣ କାର୍ଯ୍ୟ ଆଜି ୩୪ ଦିନରେ ପହଞ୍ଚିଛି। ମଙ୍ଗଳବାର କାମ ଶେଷ ସୁଦ୍ଧା ତିନି ରଥର ଦଣ୍ଡା ଉଠି ଏଥିରେ ନିରାଡ଼ି, କୋଣଗୁଜ ଆଦି ସଂଯୋଗ କରାଯାଇଛି। ଆଜି ତିନିରଥର ଦଣ୍ଡା ପଡ଼ିଲା ପରେ ତିନିରଥର ‘ଦଣ୍ଡା ଗୋଳେଇ’ କାର୍ଯ୍ୟ ପରେ ଦଣ୍ଡାଗୁଡ଼ିକରେ ଅର୍ଦ୍ଧଚନ୍ଦ୍ରାକାର ଖୋଦେଇ ସାରି ଦଣ୍ଡା ଓ ଅଖକୁ ଖାପରେ ପକାଇ ଦଉଡ଼ିରେ ଟାଣ ଦେଇ ବାନ୍ଧିଥିଲେ। ଏହାପରେ ପଞ୍ଚ ଦଣ୍ଡା ଆଗ ଓ ପଛରେ ମୁହାଣ୍ଟ ସଂଯୋଗ ହୋଇଥିଲା। ଆଗ ମୁହାଣ୍ଟରେ ୫ଟି ସାଲ ଗୁଜ ଓ ପଛ ମୁହାଣ୍ଟରେ ୩ଟି ଜଳଯନ୍ତ୍ର ସହ ଦୁଇଟି ସାଲଗୁଜ ଉଠି ଗୁଜ ଉପରେ ନିରାଡ଼ି ଉଠିଛି।

publive-image

ଆଜି ତିନି ରଥର ମହାରଣା, ଓଝା, ଭୋଇ ସେବକମାନେ ପଞ୍ଚ ଦଣ୍ଡାରେ କଣ୍ଟା ବାଡ଼ିଆ କାର୍ଯ୍ୟ ସଂପନ୍ନ କରିବେ। ତିନି ରଥ ଉପରେ ନଜର ପକାଇଲେ, ନନ୍ଦିଘୋଷ ରଥର ୧୨ଟି ଗୟଳରୁ ୭ଟି ଗୟଳର ଚଉପଟ ସରିଥିବା ବେଳେ ତାଳଧ୍ବଜ ରଥର ୪ଟି ଗୟଳ ଚଉପଟ ଶେଷ ହୋଇଛି। ଆଉ ଦୁଇଟି ଗୟଳର ଚଉପଟ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଦେବଦଳନ ରଥର ୩ଟି ଗୟଳ ଚଉପଟ କାର୍ଯ୍ୟ ଶେଷ ହୋଇଛି। ତିନି ରଥର ରୂପକାର ସେବକମାନେ କୁମ୍ଭ, ଡାଳିଲତା, ପଦ୍ମ ପାଖୁଡ଼ା ଖୋଦେଇ ଜାରି ରଖିଛନ୍ତି। ତିନି ରଥର ୪ଟି ଲେଖାଏଁ ନାଟଗୋଡ଼ରେ ଗନ୍ଧର୍ବ ରୂପ ଖୋଦେଇ ଜାରି ରହିଛି। ଦୋଳବେଦି ଅସ୍ଥାୟୀ କମାରଶାଳରେ ଓଝା ସେବକମାନେ ତିନି ରଥର ଦଣ୍ଡା ଉପରିଭାଗ ପାଇଁ କଣ୍ଟା ନିର୍ମାଣ ଜାରି ରଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe