ଅଶୋଭନୀୟ ! ପାର୍ଶ୍ବ ଦେବଦେବୀଙ୍କ ଉପରେ ଗୋଡ଼ରଖି ବସିଲେ ସେବକ

Advertisment
ଅଶୋଭନୀୟ ! ପାର୍ଶ୍ବ ଦେବଦେବୀଙ୍କ ଉପରେ ଗୋଡ଼ରଖି ବସିଲେ ସେବକ

ପୁରୀ: ଠେକେରା ବାଡ଼ରେ ବସିବା ସହ ଫୁଲ, ତୁଳସୀ, ନଡ଼ିଆ ଆଦି ଭକ୍ତଙ୍କ ଉପରକୁ ପକାଇବାରେ କଟକଣା ଲାଗିଥିଲେ ବି ରଥ ଉପରେ ଥିବା ସେବକମାନେ ଏହାର ଖୋଲା ଉଲ୍ଲଂଘନ କରିଛନ୍ତି। ଠେକେରା ବାଡ଼ରେ ବସି ଅଶୋଭନୀୟ ଆଚରଣ କରିଛନ୍ତି।

ଦୁର୍ଭାଗ୍ୟଜନକ କଥା ହେଉଛି, ରଥରେ ବିଜେ ଯେଉଁ ପାର୍ଶ୍ବ ଦେବାଦେବୀଙ୍କୁ ଆମେ ପୂଜୁଛେ, ତାଙ୍କ ଉପରେ ଗୋଡ଼ ରଖିବାକୁ ପଛାଇନାହାନ୍ତି ଏହି ସେବକମାନେ।

ଜଣେ ସେବକ ଆଜି ନନ୍ଦିଘୋଷ ରଥରେ ଚଢ଼ି ପାର୍ଶ୍ବ ଦେବଦେବୀଙ୍କ ଉପରେ ଗୋଡ଼ ରଖି ବସିଥିବା ଦେଖିବାକୁ ମିଳିଥିଲା। ଏହି ସମୟରେ ସେ ଫୁଲ, ତୁଳସୀ ଆଦି ଭକ୍ତଙ୍କ ଉପରକୁ ପକାଉଥିବା ଦେଖିବାକୁ ମିଳିଥିଲା। ଏପରିକି ନଡ଼ିଆ, ଭୋଗ ଆଦି ଭକ୍ତଙ୍କୁ ମାଗୁଥିବା ଓ ଏହାକୁ ରଥରେ ବାଡ଼େଇ ଓ ପୂଜା କରି ଭକ୍ତଙ୍କ ଉପରକୁ ପିଙ୍ଗୁଥିବା ଦେଖିବାକୁ ମିଳିଥିଲା। ରଥ ଉପରକୁ ମୋବାଇଲ୍‌ ନେବାରେ କଟକଣା ଲାଗିଥିଲେ ବି ଏହି ସେବକ ମୋବାଇଲ୍‌ ନେଇ ଫଟୋ ଉଠାଉଥିବା ଓ କଥାବାର୍ତ୍ତା ହେଉଥିବା ଦେଖିବାକୁ ମିଳିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe