ରଥଯାତ୍ରା ସମୟ: ଖରା, ଗୁଳୁଗୁଳି; ୨ଶହରୁ ଅଧିକ ଅସୁସ୍ଥ

Advertisment

ନନ୍ଦିଘୋଷ ରଥ ଟଣା ବେଳେ ଦଳାଚକଟା ସ୍ଥିତି, ୫ ଆହତ

ନନ୍ଦିଘୋଷ ରଥ ଟଣା ବେଳେ ଦଳାଚକଟା ସ୍ଥିତି, ୫ ଆହତ

ରଥଯାତ୍ରା ସମୟ: ଖରା, ଗୁଳୁଗୁଳି; ୨ଶହରୁ ଅଧିକ ଅସୁସ୍ଥ

ପୁରୀ: ଆଜି ପବିତ୍ର ରଥଯାତ୍ରା ସମୟରେ ବଡ଼ଦାଣ୍ଡରେ ପ୍ରଚଣ୍ଡ ରୌଦ୍ରତାପ ଓ ପ୍ରବଳ ଭିଡ଼ ଯୋଗୁ ପ୍ରାୟ ୨ଶହରୁ ଅଧିକ ଭକ୍ତ ଅସୁସ୍ଥ ହୋଇଛନ୍ତି। ସେମାନଙ୍କୁ ଚିକିତ୍ସା ନିମନ୍ତେ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଏଠାରେ ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା‌. ପ୍ରଣବ ପ୍ରକାଶ ଦାଶଙ୍କ ନେତୃତ୍ବରେ ଓ ଡା. ସତ୍ୟଜିତ ମହାନ୍ତିଙ୍କ ସଂଯୋଜନାରେ ଏହି ଅସୁସ୍ଥମାନଙ୍କୁ ଚିକିତ୍ସା ସେବା ଯୋଗାଇ ଦିଆଯାଇଥିଲା।

ଆଜି ରୌଦ୍ରତାପ ଯୋଗୁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ସଜ୍ଞାହୀନ ହୋଇଯାଉଥିବା ଦେଖିବାକୁ ମିଳିଥିଲା। ରାଷ୍ଟ୍ରୀୟ ସ୍ବୟଂସେବକ ସଂଘର ସେବକମାନଙ୍କ ସମେତ ବିଭିନ୍ନ ସ୍ବେଚ୍ଛାସେବୀମାନେ ଷ୍ଟ୍ରେଚର୍‌ରେ ଏହି ଅସୁସ୍ଥମାନଙ୍କୁ ନେଇ ଆମ୍ବୁଲାନ୍ସ ମାଧ୍ୟମରେ ଡାକ୍ତରଖାନାକୁ ପଠାଉଥିଲେ। ଅସୁସ୍ଥମାନଙ୍କୁ ଡାକ୍ତରଖାନାରେ ପହଞ୍ଚାଇବା ପାଇଁ ସ୍ବେଚ୍ଛାସେବୀମାନେ ମାନବଶୃଙ୍ଖଳ କରି ଆମ୍ବୁଲାନ୍ସକୁ ବାଟ ଛାଡ଼ୁଥିବା ଦେଖିବାକୁ ମିଳିଥିଲା। ଏଠାରେ କୁମ୍ଭାରପଡ଼ା ଥାନା ଆଇଆଇସି ଦିଲୀପ ସ୍ବାଇଁଙ୍କ ସମେତ ଏଏସ୍‌ଆଇ ମନୋଜ ଦାସ, ମହିଳା କନେଷ୍ଟବଳ ସଲମା ବେଗମ୍‌ ପ୍ରମୁଖ ଏହି ଅସୁସ୍ଥମାନଙ୍କୁ ଚିକିତ୍ସା ସେବା ଯୋଗାଇ ଦେବାରେ ସହାୟକ ହୋଇଥିଲେ।

ରଥ କର୍ଡନ ବ୍ୟବସ୍ଥା ଆଜି ସଂପୂର୍ଣ୍ଣ ଫେଲ୍‌ ମାରିଛି। ଯେଉଁଥିପାଇଁ ଆଜି ରଥ ପାଖରେ ଶହ ଶହ ସଂଖ୍ୟାରେ ଅଣପାସDଧାରୀ ବୁଲିବା ସହ ରଥ ଗଡ଼ିବାରେ ପ୍ରତିବନ୍ଧକ ସାଜିଛନ୍ତି। ଯେଉଁଥିପାଇଁ ଆଜି ଦଳଚକଟା ସ୍ଥିତି ଉପୁଜୁଛି। ସ୍ଥିତି ଏପରି ହୋଇଛି ଯେ ନନ୍ଦିଘୋଷ ରଥ ଗଡ଼ିବା ପୂର୍ବରୁ ଭକ୍ତମାନେ ଠେଲାପେଲା ହୋଇ ଦୌଡ଼ିଛନ୍ତି। ବାଉଁଶ ବାରିକେଡ୍‌ ଡେଇଁ ଓ ଭାଙ୍ଗି ପ୍ରାଣବିକଳରେ ଏଣେତେଣେ ଦୌଡ଼ି ପଳାଇଛନ୍ତି। ଏହା କିଛି ସମୟ ପାଇଁ ଭକ୍ତଙ୍କ ମନରେ ଭୟଭୀତ ପରିବେଶ ସୃଷ୍ଟି କରିଥିଲା।

ଆଜି ପ୍ରଥମେ ବଡ଼ଠାକୁର ବଳଭଦ୍ରଙ୍କ ତାଳଧ୍ବଜ ରଥ ଟଣାଯିବା ପରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଓ ଶେଷରେ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଟଣା ହୋଇଥିଲା। ତାଳଧ୍ବଜ ରଥ ଟଣାଯିବା ବେଳେ ଟ୍ରାଫିକD ପରିଚାଳନାରେ ବିଫଳତା କାରଣରୁ ଆଜି ଦଳାଚକଟା ସ୍ଥିତି ଉପୁଜିଥିଲା। ଏକ ବାଇକ୍‌ ତଳେ ୫ରୁ ଅଧିକ ଭକ୍ତ ଚାପି ହୋଇ ରହିଥିବାରୁ ଲୋକେ ତାଙ୍କ ଉପରେ ଚଢ଼ି ଯାଇଥିଲେ। ଏହି ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଅନ୍ୟପଟେ ଆଜି ଅପରାହ୍ଣ ୪ଟା ୪୦ରେ ନନ୍ଦିଘୋଷ ରଥ ଟଣା ଆରମ୍ଭ ହୋଇଥିଲା। କିନ୍ତୁ କର୍ଡନ ଭାଙ୍ଗି ଏତେ ସଂଖ୍ୟାରେ ଭକ୍ତ ରଥ ପାଖକୁ ଚାଲି ଯାଇଥିଲେ ଯେ ମୁଖ୍ୟମନ୍ତ୍ରୀ ରଥ ଦଉଡ଼ି ପାଖକୁ ଆସି ପାରିନଥିଲେ। ଏଣୁ ପୁଲିସକୁ ଲୋକଙ୍କୁ ଭୟଭୀତ କରିବାକୁ ପଡ଼ିଥିଲା। ଲାଠି ଉଠାଇବାକୁ ପଡ଼ିଥିଲା ବୋଲି ବି ଶୁଣିବାକୁ ମିଳିଛି। ଯେଉଁଥିପାଇଁ କର୍ଡନ ଭିତରେ ଓ ବାହାରେ ଥିବା ଭକ୍ତ ଠେଲାପେଲା ହୋଇ ଏଣେତେଣେ ଦୌଡ଼ିଥିଲେ। ଏଭଳି ସ୍ଥିତିରେ ଭିଭିଆଇପି ଓ ସାମ୍ବାଦିକଙ୍କ ସେଡ୍‌ କଡ଼ରେ ଥିବା ବାଉଁଶର ବାରିକେଡ୍‌କୁ ଭକ୍ତ ଭାଙ୍ଗି ଦେଇଥିଲେ। କେହି କେହି ଏହାକୁ ଡେଇଁ ଜୀବନବିକଳରେ ଏଣେତେଣେ ଦୌଡ଼ିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe