ସବୁ ଚାନେଲକୁ ରଥଯାତ୍ରାର ସିଧା ପ୍ରସାରଣର ଅନୁମତି, ଚାନେଲଗୁଡ଼ିକୁ ଶ୍ରୀମନ୍ଦିର ପାଣ୍ଠିକୁ ଅର୍ଥ ଦେବାକୁ ପଡ଼ିବ

Advertisment
ସବୁ ଚାନେଲକୁ ରଥଯାତ୍ରାର ସିଧା ପ୍ରସାରଣର ଅନୁମତି, ଚାନେଲଗୁଡ଼ିକୁ ଶ୍ରୀମନ୍ଦିର ପାଣ୍ଠିକୁ ଅର୍ଥ ଦେବାକୁ ପଡ଼ିବ

ପୁରୀ : ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଶେଷ ହେବା ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି ଯେ କୌଣସି ଚାନେଲ ରଥଯାତ୍ରା ପ୍ରସାରଣରୁ ବାଦ୍ ପଡ଼ିବେ ନାହିଁ , ତେବେ ପ୍ରତି ଚାନେଲକୁ ଶ୍ରୀମନ୍ଦିର ପାଣ୍ଠିକୁ କିଛି ଅର୍ଥ ଦେବାକୁ ପଡ଼ିବ । ଏ ସଂପର୍କରେ ଦୁଇ ଦିନ ଭିତରେ ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି।

ଶ୍ରୀମନ୍ଦିର ପ୍ରଶାସନର ରଥଯାତ୍ରା ସିଧା ପ୍ରସାରଣ ନିଲାମ ଡାକରା ନିଷ୍ପତ୍ତି ଦିନକୁ ଦିନ ବିବାଦୀୟ ହେବାରେ ଲାଗିଥିଲା। ବିଭିନ୍ନ ମହଲରୁ ଏହାକୁ ତୀବ୍ର ବିରୋଧ ମଧ୍ୟ କରାଗଲାଣି। କିଛି ସଂଗଠନ ଆଇନର  ଆଶ୍ରୟ ନେବେ ବୋଲି ଚେତାବନୀ ଦେଇଥିବା ବେଳେ ହାଇକୋର୍ଟରେ ଏହାକୁ ନେଇ ଜନସ୍ବାର୍ଥ ମାମଲା ବି ରୁଜୁ ହୋଇ ସାରିଥିଲା। ଏଭଳି ଏକ ବିବାଦୀୟ ପରିସ୍ଥିତିରେ ଆଜି ଶ୍ରୀମନ୍ଦିର ପ୍ରଶାସନ ଆଜି ସମସ୍ତ ଚାନେଲକୁ ଏଥିଲାଗି ଅନୁମତି ଦେଇଛି। ଏଥିସହ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜଗନ୍ନାଥଙ୍କ ସଂପର୍କରେ ସଠିକ ଜ୍ଞାନ ଥିବା ଧାରାବିବରଣୀ ପ୍ରଦାନକାରୀଙ୍କୁ ନିୟୋଜନ କରିବାକୁ ଅନୁରୋଧ କରାଯାଇଛି।

publive-image

ମୋଟ୍ ୭ଟି ଆବେଦନପତ୍ର ପଡ଼ିଥିବା ବେଳେ ଓଟିଭି ସର୍ବାଧିକ ୫୪ ଲକ୍ଷ ଟଙ୍କାର ନିଲାମ୍ ପେପର ପକାଇଥିଲା। ସହଯୋଗୀ ଚ୍ୟାନେଲ ‘ପ୍ରାର୍ଥନା’କୁ ମିଶାଇଲେ ଓଟିଭିର ନିଲାମ ଦର ହୋଇଥିଲା ୬୪ ଲକ୍ଷ ଥିଲା । ସ୍ନାନଯାତ୍ରା, ରଥଯାତ୍ରା, ବାହୁଡ଼ା ଯାତ୍ରା, ସୁନାବେଶ, ଅଧରପଣା ତଥା ନୀଳାଦ୍ରି ବିଜେର ସିଧା ପ୍ରସାରଣ ପାଇଁ ଶ୍ରୀମନ୍ଦିର ପ୍ରଶାସନ ଗତ ୪ ତାରିଖରେ ନିଲାମ୍ ପାଇଁ ବିଜ୍ଞପ୍ତି ପ୍ରକାଶ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe