ରତିକାନ୍ତ ମହାପାତ୍ର, ସତ୍ୟବ୍ରତ ରାଉତ ଓ ଲକ୍ଷ୍ମୀଧର ରାଉତଙ୍କୁ କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମି ସମ୍ମାନ

Advertisment
ରତିକାନ୍ତ ମହାପାତ୍ର, ସତ୍ୟବ୍ରତ ରାଉତ ଓ ଲକ୍ଷ୍ମୀଧର ରାଉତଙ୍କୁ କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମି ସମ୍ମାନ

ଭୁବନେଶ୍ୱର : ଗତକାଲି ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦ ସଙ୍ଗୀତ, ନାଟକ, ପାରମ୍ପରିକ କଳା ଏବଂ କଳାକ୍ଷେତ୍ରକୁ ସାମଗ୍ରିକ ଅବଦାନ ନିମନ୍ତେ ଦେଶର ୪୨ଜଣ ବିଶିଷ୍ଟ କଳାକାରଙ୍କୁ ୫ଟି ବିଭାଗରେ କେନ୍ଦ୍ର ସଙ୍ଗୀତ ନାଟକ ଅକାଦମୀ ସମ୍ମାନରେ ସମ୍ମାନିତ କରିଛନ୍ତି। ସେମାନଙ୍କ ମଧ୍ୟରେ ତିନିଜଣ ଓଡ଼ିଆ ଅଛନ୍ତି। ସେମାନେ ହେଲେ ଓଡ଼ିଶୀ ନୃତ୍ୟଗୁରୁ ରତିକାନ୍ତ ମହାପାତ୍ର, ଜଣାଶୁଣା ଥିଏଟର ନିର୍ଦ୍ଦେଶକ ସତ୍ୟବ୍ରତ ରାଉତ ଏବଂ ପାଲା ଗାୟକ ଲକ୍ଷ୍ମୀଧର ରାଉତ। ଏହି ଅବସରରେ ରାଷ୍ଟ୍ରପତି ନିଜ ଅଭିଭାଷଣରେ କହିଛନ୍ତି ଯେ ପ୍ରକୃତ କଳାକାର ନିଜ ନିଜ କଳା ମାଧ୍ୟମରେ ଓ ନିଜ ଢଙ୍ଗରେ ସତ୍ୟ, ଶିବ ଓ ସୁନ୍ଦରର ପ୍ରତିଷ୍ଠା କରିଥାନ୍ତି। ସେହିଭଳି ସଙ୍ଗୀତ ଓ ଗାୟନକୁ ପ୍ରଶଂସା କରି କହିଥିଲେ ପ୍ରତ୍ୟେକ ଦେଶରେ ରାଷ୍ଟ୍ରଗାନ ରହିଛି ଯାହା ସେହି ଦେଶର ସମ୍ମାନ ଓ ଗୌରବକୁ ପ୍ରତିଷ୍ଠା କରିଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe