ଫୁଲବାଣୀ : ମିଳୁନି କାମଧନ୍ଦା, ଅର୍ଥାଭାବରୁ ବନ୍ଧା ପଡୁଛି ରାସନ କାର୍ଡ

Advertisment

ଅଭିଯୋଗ ନାହିଁ,ଚାଉଳ ଜବତ କରି ପ୍ରଶାସନ ନେଉଛି ବାଃବାଃ

ଅଭିଯୋଗ ନାହିଁ,ଚାଉଳ ଜବତ କରି ପ୍ରଶାସନ ନେଉଛି ବାଃବାଃ

ଫୁଲବାଣୀ : ମିଳୁନି କାମଧନ୍ଦା, ଅର୍ଥାଭାବରୁ ବନ୍ଧା ପଡୁଛି ରାସନ କାର୍ଡ

The Hans India

ଫୁଲବାଣୀ : କେହି ଭୋକିଲା ରହିବେ ନାହିଁ। ଏଥି ନିମନ୍ତେ ମନରେଗା କାର୍ଯ୍ୟକ୍ରମ ଚାଲିଛି। ଗରୀବ ଲୋକଙ୍କୁ ବର୍ଷକୁ ୧୦୦ ଦିନର କାମ ଯୋଗାଇ ଦିଆଯାଉଛି ବୋଲି କୁହାଯାଉଛି। ହେଲେ କନ୍ଧମାଳରେ ଏହି ଯୋଜନା ସତେ ଯେମିତି ପ୍ରହସନ ପାଲଟିଛି। ପାଖରେ ଜବକାର୍ଡ ଥାଇ ବି କାମଧନ୍ଦା ପାଉ ନାହାନ୍ତି ଲୋକ। ଯାହା ଫଳରେ ସେମାନେ ବିଭିନ୍ନ ଲୋକଙ୍କଠାରୁ ଧାର ଓ ରୁଣ କରିବାକୁ ବାଧ୍ୟ ହେଉଛନ୍ତି। ଏମିତି କି ହିତାଧିକାରୀମାନେ ନିଜର ରାସନକାର୍ଡକୁ ବନ୍ଧା ପକାଇବାକୁ ପଛାଉ ନାହାନ୍ତି। ଏମିତି ଏକ ଘଟଣା ଫିରିଙ୍ଗିଆ ବ୍ଳକ ନୂଆପଦର ପଞ୍ଚାୟତ ବିଲୁପଦର ଗାଁରେ ଦେଖିବାକୁ ମିଳିଛି।

ଏହି ଗାଁର ୧୪ ଜଣ ହିତାଧିକାରୀ ଅର୍ଥାଭାବରୁ ସେହି ଗାଁର କୁନ୍ତଳା ବେହେରା ନାମ୍ନୀ ଜଣେ ମହିଳାଙ୍କଠାରୁ ଟଙ୍କା ଆଣି ରାସନକାର୍ଡ ବନ୍ଧା ପକାଇ ଥିଲେ। ସର୍ତ୍ତ ଥିଲା ହିତାଧିକାରୀମାନେ କାର୍ଡରେ ଚାଉଳ ଓ ଗହମ ଉଠାଇବେ। ଏସବୁକୁ କୁନ୍ତାଳଙ୍କୁ ଧାର ନେଇଥିବା ଟଙ୍କା ବଦଳରେ ଦେବେ। ବର୍ତ୍ତମାନ କରୋନା ପାଇଁ ହିତାଧିକାରୀଙ୍କୁ ୩ ମାସର ଚାଉଳ ମିଳୁଛି। ଗତକାଲି ଏହି ହିତାଧିକାରୀମାନେ ପଞ୍ଚାୟତ କାର୍ଯ୍ୟାଳୟରୁ ୧୦ କ୍ବିଣ୍ଟାଲ ଚାଉଳ ଉଠାଇ ଏକ ଗାଡି ଯୋଗେ କୁନ୍ତଳାଙ୍କ ଘରେ ପହଞ୍ଚାଇ ଥିଲେ। ଏ ଖବର ପ୍ରଶାସନ ନିକଟରେ ପହଞ୍ଚି ଥିଲା। ପ୍ରଶାସନିକ ଅଧିକାରୀ ପୁଲିସ ସହାୟତାରେ ସେଠାରେ ପହଞ୍ଚି ଚାଉଳକୁ ଜବତ କରିଥିଲେ। ହିତାଧିକାରୀଙ୍କୁ ପଚାରିବାରେ ସେମାନେ ଟଙ୍କା ଧାର ଟଙ୍କା ପାଇଁ ଚାଉଳ ଦେଇଥିବା କଥା କହିଥିଲେ। କିଛି ହିତାଧିକାରୀ କାମଧନ୍ଦା ପାଉ ନାହୁଁ। ଅଭାବ ସମୟରେ କୁନ୍ତଳା କାର୍ଡ ରଖି ଟଙ୍କା ଦେଇଥିଲେ ବୋଲି ମଧ୍ୟ କହିଥିଲେ।

ଏଠାରେ ପ୍ରଶ୍ନ ଉଠୁଛି ଯଦି ଗରୀବ ଲୋକଙ୍କୁ କାମଧନ୍ଦା ଯୋଗାଇ ଦିଆଯାଉଛି ବୋଲି କୁହାଯାଉଛି ତାହା ହେଲେ ହିତାଧିକାରୀ କାହିଁକି କାର୍ଡ ବନ୍ଧା ପକାଇବାକୁ ବାଧ୍ୟ ହେଲେ। ଜବତ ଚାଉଳକୁ ପ୍ରଶାସନ ବ୍ଳକ କାର୍ଯ୍ୟାଳୟରେ ରଖା ଯାଇଛି। ଜବତ ଚାଉଳ ପୁଣି ହିତାଧିକାରୀ ପାଇବେ କି ନାହିଁ ସେ ନେଇ କିଛି ସ୍ପଷ୍ଟ ହୋଇ ନାହିଁ। ବରଂ ଏହି ସମୟରେ ଏଭଳି ଏକ ଚଢାଉ କରି ବାଃବାଃ ନେବାକୁ ଯାଇ ଏଠାରେ କରୋନା ମୁକାବିଲା ଠିକଠାକ ଚାଲିଛି ବୋଲି ସରକାରଙ୍କୁ ବାର୍ତ୍ତା ଦେବାକୁ ପ୍ରଶାସନ ଚାହୁଁଛି ବୋଲି କୁହାଯାଉଛି। ଏମିତି ଶହଶହ ହିତାଧିକାରୀ କାମଧନ୍ଦା ନ ପାଇ କାର୍ଡ ବନ୍ଧା ପକାଇଥିବା ବେଳେ ଏବେ ୩ ମାସର ଚାଉଳ ଉଠାଇ ବନ୍ଧକଧାରୀଙ୍କୁ ଦେଉଥିବା ଜଣା ପଡିଛି। ଏମିତି କେତେ ଚାଉଳ ପ୍ରଶାସନ ଜବତ କରୁଛି ଦେଖିବାର କଥା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe