ରାସନକାର୍ଡ: ଯୋଗ୍ୟ-ଅଯୋଗ୍ୟ ଦ୍ବନ୍ଦ୍ବ, ସରକାରୀ ନିର୍ଦ୍ଦେଶରେ ସ୍ପଷ୍ଟତା ନାହିଁ

Advertisment

ରାଜ୍ୟରେ ଅନେକ ସରକାରୀ କର୍ମଚାରୀ, ଟିକସଦାତା ରାସନ କାର୍ଡ ହାତେଇଛନ୍ତି। କିଛି ଦିନ ପୂର୍ବରୁ ଏଭଳି ସୂଚନା ଦେଇ ରାଜ୍ୟରେ ହଇଚଇ ସୃଷ୍ଟି କରିଥିଲେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର।

ରାଜ୍ୟରେ ଅନେକ ସରକାରୀ କର୍ମଚାରୀ, ଟିକସଦାତା ରାସନ କାର୍ଡ ହାତେଇଛନ୍ତି। କିଛି ଦିନ ପୂର୍ବରୁ ଏଭଳି ସୂଚନା ଦେଇ ରାଜ୍ୟରେ ହଇଚଇ ସୃଷ୍ଟି କରିଥିଲେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର।

ration card 78

ଭୁବନେଶ୍ବର: ରାଜ୍ୟରେ ଅନେକ ସରକାରୀ କର୍ମଚାରୀ, ଟିକସଦାତା ରାସନ କାର୍ଡ ହାତେଇଛନ୍ତି। କିଛି ଦିନ ପୂର୍ବରୁ ଏଭଳି ସୂଚନା ଦେଇ ରାଜ୍ୟରେ ହଇଚଇ ସୃଷ୍ଟି କରିଥିଲେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ସେମାନେ ନିଜଆଡ଼ୁ ଏହାକୁ ଫେରାଇ ଦିଅନ୍ତୁ। ନଚେତ୍ ପରବର୍ତ୍ତୀ ସମୟରେ କାର୍ଯ୍ୟାନୁଷ୍ଠାନ ସ୍ବରୂପ ଜରିମାନା ଆଦାୟ କରାଯିବ ବୋଲି ମନ୍ତ୍ରୀ କହିଥିଲେ। ଏଥିପାଇଁ ଯୋଗାଣ ବିଭାଗ ପକ୍ଷରୁ ଏଚ୍‌ଆରଏମ୍‌ଏସ୍‌ ପୋର୍ଟାଲରେ ଥିବା ସରକାରୀ କର୍ମଚାରୀଙ୍କ ତାଲିକା ଜିଲ୍ଲାମାନଙ୍କୁ ଦିଆଯାଇଥିଲା। ଜିଲ୍ଲାସ୍ତରରେ ଏହାର କ୍ଷେତ୍ରସ୍ତରୀୟ ଯାଞ୍ଚ କରିବା ପରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନେବାକୁ କୁହାଯାଇଛି। ହେଲେ ବିଭାଗ ପକ୍ଷରୁ ଯେଉଁ ସରକାରୀ କର୍ମଚାରୀଙ୍କ ତାଲିକା ପ୍ରଦାନ କରାଯାଇଛି ତହିଁରେ ଏଭଳି ଅନେକ ଲୋକ ଅଛନ୍ତି ଯେଉଁମାନେ ଆଜି ପର୍ଯ୍ୟନ୍ତ ସରକାରୀ କର୍ମଚାରୀ ଭାବେ ସ୍ବୀକୃତି ପାଇ ନାହାନ୍ତି। ଗ୍ରାମରକ୍ଷୀ, ହୋମଗାର୍ଡ, ରୋଷେୟା, ବଙ୍ଗଲୋ ଚୌକିଦାର ଭଳି ଅନେକ କର୍ମଚାରୀ ରାସନକାର୍ଡ ପାଇବା ଲାଗି ଯୋଗ୍ୟ କି ଅଯୋଗ୍ୟ ଏ ସଂପର୍କରେ ସରକାରଙ୍କ ପକ୍ଷରୁ କିଛି ସ୍ପଷ୍ଟ ହୋଇନାହିଁ। ହେଲେ କିଛି ଜିଲ୍ଲାରେ ହୋମାଗାର୍ଡଙ୍କ ରାସନକାର୍ଡ କାଟି ଦିଆଯାଇଛି। ତେଣୁ ଯୋଗାଣ ଅଧିକାରୀମାନେ ଏହି ବର୍ଗରେ ଥିବା କର୍ମଚାରୀଙ୍କୁ ନେଇ ଦ୍ବନ୍ଦ୍ବରେ ପଡ଼ିଛନ୍ତି। ଖୁବଶୀଘ୍ର ସରକାର ଠିକା କିମ୍ବା ଚୁକ୍ତିଭିତ୍ତିକ ନିଯୁକ୍ତି ପାଇଥିବା କର୍ମଚାରୀମାନଙ୍କ ସଂପର୍କରେ ସ୍ପଷ୍ଟ ନିର୍ଦ୍ଦେଶାବଳୀ ଜାରି ନ କଲେ ଏହି ସମସ୍ୟା ଆହୁରି ବଢ଼ିବା ନେଇ ଆଶଙ୍କା କରାଯାଉଛି। 

ସରକାରୀ ନିର୍ଦ୍ଦେଶରେ ସ୍ପଷ୍ଟତା ନାହିଁ
ସରକାରୀ କର୍ମଚାରୀ ତାଲିକାରେ ଅଛନ୍ତି ଗ୍ରାମରକ୍ଷୀ, ହୋମଗାର୍ଡ
ଜିଲ୍ଲାପାଳଙ୍କ ରିପୋର୍ଟ ପରେ ପରବର୍ତ୍ତୀ ପଦକ୍ଷେପ: ଯୋଗାଣ ବିଭାଗ

ଜାତୀୟ ଓ ରାଜ୍ୟ ଖାଦ୍ୟ ନିରାପତ୍ତା ଯୋଜନାରେ ଗ୍ରାମାଞ୍ଚଳରେ ୧୦ହଜାର ଓ ସହରାଞ୍ଚଳରେ ୧୫ହଜାର ଟଙ୍କାରୁ କମ୍ ଆୟ କରୁଥିବା ବ୍ୟକ୍ତି ରାସନ କାର୍ଡ ପାଇବ ପାଇଁ ଯୋଗ୍ୟ। ମାତ୍ର ଅନେକ ଏହି ନିୟମର ଉଲ୍ଲଂଘନ କରି ରାସନ କାର୍ଡ ହାତେଇଥିବା ସରକାରଙ୍କ ନଜରକୁ ଆସିଛି। ଏଚ୍‌ଆରଏମ୍‌ଏସ୍‌ ପୋର୍ଟାଲରେ ୨୮ ପ୍ରକାରର ସରକାରୀ କର୍ମଚାରୀଙ୍କ ସଂପର୍କିତ ତାଲିକା ଜିଲ୍ଲାଙ୍କୁ ଦିଆଯାଇଛି। ମାତ୍ର ଠିକା କିମ୍ବା ଦୈନିକ ମଜୁରିରେ ନିୟୋଜିତ ହୋଇଥିବା କର୍ମଚାରୀଙ୍କୁ ମଧ୍ୟ ସରକାରୀ କର୍ମଚାରୀ ତାଲିକାରେ ଯୋଡ଼ି ଦିଆଯାଇଛି। ଏହାକୁ ନେଇ ବିଭିନ୍ନ ଜିଲ୍ଲାରେ ଭିନ୍ନ ମତ ପ୍ରକାଶ ପାଉଛି। ସେହିପରି ବିବାହିତା ଯୁବତୀମା‌ନେ ପରବର୍ତ୍ତୀ ସମୟରେ ସରକାରୀ ନିଯୁକ୍ତି ପାଇବା ପରେ ସମସ୍ୟା ସୃଷ୍ଟି ହୋଇଛି। ଆଧାର କାର୍ଡରେ ବାପାଙ୍କ ନାମ ଉଲ୍ଲେଖ ରହିଥିବାରୁ ଝିଅର ସରକାରୀ ନିଯୁକ୍ତି ପାଇଁ ବାପାଙ୍କ କାର୍ଡ କଟିଯାଇଛି। ଫଳରେ ସେମାନଙ୍କୁ ସରକାରୀ ସୁବିଧାରୁ ବଞ୍ଚିତ ହେବାକୁ ପଡ଼ୁଛି। 

ରାଜ୍ୟ ଯୋଗାଣ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଓକାକ୍‌ରୁ ସରକାରୀ କର୍ମଚାରୀଙ୍କ ଯେଉଁ ତଥ୍ୟ ମିଳିଥିଲା ତାହାକୁ ଜିଲ୍ଲାକୁ ଦିଆଯାଇଛି। ମିଳିଥିବା ତାଲିକାରେ କେଉଁମାନେ ଠିକା କିମ୍ବା ଦୈନିକ ମଜୁରିରେ କାମ କରୁଛନ୍ତି ତାହା ଉଲ୍ଲେଖ ନାହିଁ। ତେଣୁ ଜିଲ୍ଲାସ୍ତରରେ ଏହାର ଯାଞ୍ଚ କରିବା ପରେ ପ୍ରକୃତ ତଥ୍ୟ ଜଣାପଡ଼ିବ। ରାସନ କାର୍ଡରେ ଏନ୍‌କ୍ଲୁଜନ୍‌ ଓ ଏକ୍ସକ୍ଲୁଜନ୍ ପ୍ରକ୍ରିୟା ରହିଛି। ଯଦି ଜିଲ୍ଲାସ୍ତରରେ ଅଧିକାରୀମାନେ ତାଙ୍କୁ ମିଳିଥିବା ତାଲିକାରେ ଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରନ୍ତି ତାହାଲେ ଜିଲ୍ଲାପାଳଙ୍କ ଜରିଆରେ ସରକାରଙ୍କୁ ଜଣାଇବେ। ଜିଲ୍ଲାପାଳଙ୍କଠାରୁ ରିପୋର୍ଟ ପାଇବା ପରେ ରାଜ୍ୟ ସରକାର ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରିବେ। ଏହାଭିତରେ ହୋମାଗାର୍ଡଙ୍କ ପାରିତୋଷିକ ବୃଦ୍ଧି ହୋଇଛି। ସରକାରୀ କର୍ମଚାରୀ ତାଲିକା ଯାଞ୍ଚ ପାଇଁ ନିର୍ଦ୍ଦେଶ ପରେ ରାସନ କାର୍ଡ କଟିବା ଭୟରେ ହୋମଗାର୍ଡ ସଂଘ ପକ୍ଷରୁ ରାଜ୍ୟ ସରକାରଙ୍କୁ ଅଭିଯୋଗ କରାଯାଇଛି। ଚଳିତ ମାସ ଶେଷରେ ଇ-କେୱାଇସି ପ୍ରକ୍ରିୟା ଶେଷ ହେବା ପରେ କେଉଁ ସମସ୍ୟା ରହିଛି ତାହା ସ୍ପଷ୍ଟ ହେବ। ବର୍ତ୍ତମାନସୁଦ୍ଧା ୮୮% ହିତାଧିକାରୀଙ୍କ ଇ-କେୱାଇସି ଶେଷ ହୋଇଛି। ତେବେ ଜିଲ୍ଲାମାନଙ୍କୁ ଯେଉଁ ତାଲିକା ଦିଆଯାଇଛି ତହିଁରେ ଅଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରିବା ଲାଗି ବର୍ତ୍ତମାନ କୌଣସି ଶେଷ ତାରିଖ ନାହିଁ ବୋଲି ଅଧିକାରୀ ଜଣକ ସ୍ପଷ୍ଟ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe