୯ ହଜାର ହିତାଧିକାରୀ ଗଲେ କୁଆଡ଼େ? ଚାଉଳ ନେଲେ, ଟଙ୍କା ପାଇଁ ଆସିଲେନି

Advertisment
ଅପପୁଷ୍ଟି ଅଞ୍ଚଳ ରଣାଗୁଣ୍ଡି: ଆଧାର ନଥିବାରୁ ଆହାରରୁ ବଞ୍ଚିତ ଶତାଧିକ ଲୋକ

The Indian Express

କଟକ : କଟକ ଜିଲ୍ଲାରେ କୁଆଡେ ଗଲେ ୮ ହଜାର ୯୬୮ ହିତାଧିକାରୀ? ଦୁଇ ମାସ ହେଲା ସେମାନେ ଚାଉଳ ନେଇ ସାରିଲେଣି। କିନ୍ତୁ ହଜାରେ ଟଙ୍କା ନେବାକୁ ଆସୁନାହାନ୍ତି। ଏଭଳି ବିଚିତ୍ର ସ୍ଥିତି ଏବେ କଟକ ଜିଲ୍ଲାରେ। ପାଖାପାଖି ୯୦ଲକ୍ଷ ଟଙ୍କା ପଡି ରହିଛି ସରକାରୀ ରାଜକୋଷରେ। ଦାବିଦାର କେହି ଆସୁନାହାନ୍ତି। ଏପଟେ କିରାସିନି ମନଇଚ୍ଛା ୪୦ରୁ ୫୦ ଟଙ୍କା ଦରରେ ଲିଟର ପିଛା ବିକି ଦେଲେ ହେଲେ, ତାର ତଦନ୍ତ ନକରି ଚାପି ଦେଲା ପ୍ରଶାସନ। କହିଲା କେନ୍ଦ୍ର ସରକାର ତିନି ପ୍ରକାର ଦର କଲେ। ଯାହା ଫଳରେ ଡିଲର ସେହି ଦର ଅନୁସାରେ କିରାସିନି ବିକିଲେ କହି ରିପୋର୍ଟକୁ ଚାପି ଦେଇଛି କଟକ ଜିଲ୍ଲା ପ୍ରଶାସନ। ଅନ୍ୟପଟେ ଡାଲି ମଧ୍ୟ ଆଜି ପର୍ଯ୍ୟନ୍ତ ସବୁ ହିତାଧିକାରୀଙ୍କୁ ମିଳିନି। ଡାଲି ଡିପୋରୁ ଠିକ୍‌ ଭାବରେ ଉଠିପାରୁନି। ଅନ୍ୟପଟେ ମଧ୍ୟାହ୍ନ ଭୋଜନ ଯୋଜନାରେ ମଧ୍ୟ ଛାତ୍ରଛାତ୍ରୀଙ୍କୁ ଚାଉଳ ମିଳିପାରୁନି। ଯୋଗାଣ ବିଭାଗ ଓ ଶିକ୍ଷା ବିଭାଗ ମଧ୍ୟରେ ସମନ୍ବୟ ଅଭାବ ଯୋଗୁଁ ଟୁକନ ଧରି ବସିଛନ୍ତି ଛାତ୍ରଛାତ୍ରୀ।

publive-image minnambalam.com

କଟକ ଜିଲ୍ଲାରେ ଜାତୀୟ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ୫ ଲକ୍ଷ ୩୪୦୮ଜଣ ହିତାଧିକାରୀ ରହିଛନ୍ତି। ସେମାନଙ୍କୁ ଚାଉଳ ଓ ଗହମ ଯୋଗାଇବା ପାଇଁ ୨ କୋଟି ୯୫ଲକ୍ଷ ୫୧ହଜାର ୨୪୮ କ୍ବିଣ୍ଟାଲ ଉଠା ଯାଇଥିଲା। ଯେତିକି ଚାଉଳ, ଗହମ ଆସିଥିଲା ସେସବୁ ବଣ୍ଟନ ହୋଇ ଯାଇଥିବା ରିପୋର୍ଟ କହୁଛି। ଅର୍ଥାତ୍‌ ଜିଲ୍ଲାର ୪ଲକ୍ଷ ୯୦ହଜାର ୬୭୯ଜଣ ହିତାଧିକାରୀଙ୍କ ମଧ୍ୟରୁ ୪ଲକ୍ଷ ୯୯ହଜାର ୬୪୭ହିତାଧିକାରୀ ହଜାରେ ଟଙ୍କା ପାଇସାରିଛନ୍ତି। କିନ୍ତୁ ସବୁ ହିତାଧିକାରୀ ୩ ମାସର ରାସନ୍‌ ପାଇସାରିଛନ୍ତି ବୋଲି ଯୋଗାଣ ବିଭାଗ ତଥ୍ୟ କହୁଛି। ଅନ୍ୟପଟେ କିନ୍ତୁ ରାସନ କାର୍ଡ ପିଛା ୧ ହଜାର ଟଙ୍କା ହିସାବରେ ଜିଲ୍ଲାର ୮୯୬୮ ହିତାଧିକାରୀଙ୍କ ବର୍ତ୍ତମାନ ସୁଦ୍ଧା ଟଙ୍କା ନେଇନାହାନ୍ତି। ସେଥିରୁ କଟକ ସିଏମ୍‌ସିର ସର୍ବାଧିକ ରହିଥିବା ଯୋଗାଣ ବିଭାଗ ତଥ୍ୟ କହୁଛି। ଯଦି ହିତାଧିକାରୀ ଚାଉଳ ନେଇଗଲେ, ଟଙ୍କା ନେଲେନି କ’ଣ ପାଇଁ? ଜିଲ୍ଲା ଯୋଗାଣ ବିଭାଗର ଯୁକ୍ତି ହେଲା ଯେ ସେମାନେ ବ୍ଲକ୍‌କୁ ଟଙ୍କା ଦେଇ ଦେଇଛନ୍ତି। ବଳକା ହିତାଧିକାରୀ ଆସିଲେ ସେମାନଙ୍କୁ ଟଙ୍କା ବଣ୍ଟନ କରାଯିବ। ଏପରିକି ଯେଉଁମାନେ ଆସୁଛନ୍ତି ସେମାନେ ଟଙ୍କା ନେଉଛନ୍ତି। ଲକଡାଉନ ପାଇଁ ହିତାଧିକାରୀ ରହିଯାଇଥିବା ବିଭାଗ କହୁଛି। କିନ୍ତୁ ଯଦି ହିତାଧିକାରୀ ୩ ମାସର ଅଗ୍ରୀମ ରାସନ୍‌ ପାଇଁ ଲମ୍ବା ଲାଇନ୍‌ରେ ଖରାରେ ଛିଡା ହୋଇ ଚାଉଳ ନେଲେ, ତେବେ ଟଙ୍କା ନେବାକୁ ଅମଙ୍ଗ ହେଲେ କଣ ପାଇଁ? ଜିଲ୍ଲାର ଟାଙ୍ଗୀ-ଚୌଦ୍ବାର ବ୍ଲକ୍‌ର ଗୟଳପଡା ପଞ୍ଚାୟତରେ ଜଣେ ଡିଲରଙ୍କ ଅନିୟମିତତା ଧରାପଡିବା ପରେ ଉପଜିଲ୍ଲାପାଳ ସଂପୃକ୍ତ ଡିଲରଙ୍କୁ ନିଲମ୍ବିତ କରିଛନ୍ତି। ଏଭଳି ଘଟଣା ଏ‌କ ବଡ଼ଧରଣର କେଳେଙ୍କାରୀର ଆଭାସ ଦେଉଥିବା ବେଳେ ତୁରନ୍ତ ଏ ଦିଗରେ ତଦନ୍ତ କରି ଆବଶ୍ୟକ ପଦକ୍ଷେପ ନେବାକୁ ଦାବି ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe