ଧର୍ମଶାଳା ବ୍ଲକରେ ରାସନ୍‌କାର୍ଡ କେଳେଙ୍କାରୀ : ତଦନ୍ତ କରି ପଦକ୍ଷେପ ଗ୍ରହଣ ପାଇଁ ଜିଲ୍ଲାପାଳଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

Advertisment
ଯାଜପୁର ଜିଲ୍ଲାରେ ରାସନ ଦୁର୍ନୀତି : ବିଡିଓଙ୍କ ପରେ ଜିଲ୍ଲା ଯୋଗାଣ ଅଧିକାରୀ ବଦଳିଲେ

Patrika

କଟକ : ଯାଜପୁର ଜିଲ୍ଲାର ଧର୍ମଶାଳା ବ୍ଲକରେ ରାସନ୍‌କାର୍ଡ ପ୍ରଦାନରେ ବ୍ୟାପକ ଅନିୟମିତତା ଅଭିଯୋଗର ଜିଲ୍ଲାପାଳ ତଦନ୍ତ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ମୁଖ୍ୟ ବିଚାରପତି ଜଷ୍ଟିସ ମହମ୍ମଦ ରଫିକ୍ ଓ ଜଷ୍ଟିସ କେ.ଆର. ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ମାମଲାର ଶୁଣାଣିରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି। ଆବେଦନକାରୀଙ୍କ ଅଭିଯୋଗ ଓ ମାମଲାରେ ଧର୍ମଶାଳା ବିଡିଓ ଦାଖଲ କରିଥିବା ସତ୍ୟପାଠରେ ଥିବା ତଥ୍ୟର ଜିଲ୍ଲାପାଳ, ସ୍ଥାନୀୟ ତହସିଲାଦର ତଦନ୍ତ କରି ଯୋଗ୍ୟ ହିତାଧିକାରୀଙ୍କୁ ରାସନ କାର୍ଡ ପ୍ରଦାନ ପ୍ରସଂଗରେ ପଦକ୍ଷେପ ଗ୍ରହଣ କରିବେ ବୋଲି ନିର୍ଦ୍ଦେଶ ଦିଆଯାଇଛି।

ମାମଲାର ବିବରଣୀରୁ ପ୍ରକାଶ, ଯାଜପୁର ଜିଲ୍ଲାରେ ରାସନକାର୍ଡଧାରୀଙ୍କୁ କୋଭଡି-୧୯ ସହାୟତା ରାଶି ବଣ୍ଟନ ବେଳେ ହଜାର ହଜାର ହିତାଧିକାରୀ ନିଖୋଜ ଥିବା ଜଣାପଡ଼ିଥିଲା ବୋଲି ଦର୍ଶାଇ ଆବେଦନକାରୀ ସର୍ବେଶ୍ବର ବେହୁରା ହାଇକୋର୍ଟରେ ଜନସ୍ବାର୍ଥ ମାମଲା ରୁଜୁ କରିଥିଲେ।

ପିଡିଏସ୍ ସାମଗ୍ରୀ ବଣ୍ଟନ ଅନିୟମିତତା ଅଭିଯୋଗର ଉପଯୁକ୍ତ ତଦନ୍ତ କରାଯାଉ ବୋଲି ଆବେଦନକାରୀ ଦର୍ଶାଇ ରୁଜୁ କରିଥିବା ମାମଲାରେ ୨୦୨୦, ମେ ୧୨ରେ ହାଇକୋର୍ଟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ନୋଟିସ୍ ଜାରି କରିଥିଲେ। ଏହାପରେ ଧର୍ମଶାଳା ବିଡିଓଙ୍କ ପକ୍ଷରୁ ମାମଲାରେ ଜବାବ ଦାଖଲ କରାଯାଇଥିଲା। ଏହି ଜବାବ ଉପରେ ଆବେଦନକାରୀ ସତ୍ୟପାଠ ମାଧ୍ୟମରେ ପ୍ରତିଜବାବ ଦାଖଲ କରିଥିଲେ। ଧର୍ମଶାଳା ବିଡିଓ ସତ୍ୟପାଠ ଜରିଆରେ ଦେଇଥିବା ଜବାବରେ କେତେକ ବ୍ୟକ୍ତିଙ୍କ ରାସନ୍‌କାର୍ଡ କଟିବା ନେଇ ଯେଉଁ କାରଣ ଦର୍ଶାଇଛନ୍ତି ତାହା କିନ୍ତୁ ପ୍ରକୃତ ପକ୍ଷେ ଗ୍ରହଣୀୟ ନୁହେଁ ବୋଲି ଚର୍ଚ୍ଚା ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe