ରାସନ୍ କାର୍ଡ ବନ୍ଧା ଘଟଣା: ଏନ୍‌ଏଚ୍‌ଆର୍‌ସିଙ୍କ ନିକଟରେ ପିଟିସନ୍‌ ରୁଜୁ

Advertisment
ସାପ କାମୁଡ଼ା ମୁତ୍ୟୁ ନେଇ ଏନ୍‌ଏଚ୍‌ଆର୍‌ସିରେ ମାମଲା: କେନ୍ଦ୍ର ଓ ରାଜ୍ୟକୁ ରିପୋର୍ଟ ତଲବ

NewsNation

ଭୁବନେଶ୍ବର/ରାଇରଙ୍ଗପୁର : ସ୍ବାମୀଙ୍କ ଶୁଦ୍ଧିକ୍ରିୟା ପାଇଁ ଜଣେ ବିଧବା ମହିଳା ସାହୁକାର ପାଖରେ ରାସନ୍ କାର୍ଡ ବନ୍ଧା ପକାଇବା ଘଟଣା ଖାଲି ସରକାରୀ କଳର ବ୍ୟବସ୍ଥାଗତ ତ୍ରୁଟିକୁ ସୂଚାଉନି, ବରଂ ଏହା ମାନବାଧିକାରର ଖୋଲା ଉଲ୍ଲଂଘନ। ଗରିବ ଓ ଅସହାୟ ଲୋକଙ୍କ ପାଇଁ ସରକାର ଖାଦ୍ୟ ସୁରକ୍ଷା ଯୋଜନା ପ୍ରଚଳନ କରିଛନ୍ତି ସତ, କିନ୍ତୁ ରାଜ୍ୟର ଅନୁନ୍ନତ ତଥା ଆଦିବାସୀବହୁଳ ଅଞ୍ଚଳରେ ଅନେକ ଲୋକ ଏମିତି ସାହୁକାର ଓ ଦଲାଲଙ୍କ ଦ୍ବାରା ଶୋଷଣର ଶିକାର ହେଉଛନ୍ତି। ଖାଦ୍ୟ ସୁରକ୍ଷା ଯୋଜନା ତଦାରଖ ଦାୟିତ୍ବରେ ଥିବା ସରକାରୀ କର୍ମଚାରୀଙ୍କ ଅବହେଳା ବା ନିଷ୍କ୍ରିୟତା କାରଣରୁ ସରକାରଙ୍କ ମହତ୍ବାକାଂକ୍ଷୀ ଯୋଜନା ବାଟବଣା ହେଉଛି। ଯାହାଫଳରେ ନିଜର ସର୍ବନିମ୍ନ ଆବଶ୍ୟକତା ବେଳେ ଗରିବ ଲୋକମାନେ ସରକାରୀ ପ୍ରଦତ୍ତ ରାସନ୍ କାର୍ଡକୁ ବନ୍ଧା ପକାଇବାକୁ ବାଧ୍ୟ ହେଉଛନ୍ତି। ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ପୌରପାଳିକା ୮ ନମ୍ବର ୱାର୍ଡର ବିଧବା ରେବତୀ ବେହେରା କେବଳ ଏକ ଦୃଷ୍ଟାନ୍ତ ମାତ୍ର। ଓଡ଼ିଶାରେ ଏମିତି ଅନେକ ରେବତୀ ଅଛନ୍ତି, ଯେଉଁମାନେ ନାନା ଉପାୟରେ ନିର୍ଯାତିତ ହେଉଛନ୍ତି ବୋଲି ଉଲ୍ଲେଖ କରି ଜାତୀୟ ମାନବାଧିକାର କମିଶନ୍‌ଙ୍କଠାରେ ପିଟିସନ୍ ରୁଜୁ କରିଛନ୍ତି ଓଡ଼ିଶାର ବିଶ‌ିଷ୍ଟ ମାନବାଧିକାର କର୍ମୀ ପ୍ରଦୀପ୍ତ ନାୟକ।

publive-image

‘ସମ୍ବାଦ’ରେ ପ୍ରକାଶିତ ରାଇରଙ୍ଗପୁରର ରେବତୀ ବେହେରାଙ୍କ ଖବର ଉପରେ କମିଶନଙ୍କ ଦୃଷ୍ଟି ଆକର୍ଷଣ କରି ଶ୍ରୀ ନାୟକ ଏହି ସମ୍ବେଦନଶୀଳ ଘଟଣାରେ ଯେଉଁମାନେ ଦାୟୀ ସେ ସଂପର୍କରେ ରାଜ୍ୟ ମୁଖ୍ୟ ଶାସନ ସଚିବ ତଦନ୍ତ କରିବା ସହ ଏହାର ଯେମିତି ପୁନରାବୃତ୍ତି ନହୁଏ ସେ ଦିଗରେ ପ୍ରଶାସନିକ କଳକୁ ନିର୍ଦ୍ଦେଶ ଦେବାକୁ ଅନୁରୋଧ କରିଛନ୍ତି। ଏଥିସହ ମୟୂରଭଞ୍ଜ ଜିଲ୍ଲାପାଳ ମଧ୍ୟ ଘଟଣାର ତଦନ୍ତ କରି ଉକ୍ତ ଦଳିତ ମହିଳାଙ୍କୁ ତାଙ୍କର ପୂର୍ବ ୭ ମାସର ରାସନ୍ ଦେବା ସଙ୍ଗେ ସଙ୍ଗେ ହରିଶ୍ଚନ୍ଦ୍ର ଯୋଜନାର ସହାୟତା ରାଶି ଦେବାକୁ କମିଶନଙ୍କୁ ନିବେଦନ କରିଛନ୍ତି। ଏଭଳି ଶୋଷଣ ମନୋଭାବ ରଖୁଥିବା ସାହୁକାର, ଦଲାଲମାନଙ୍କ ବିରୋଧରେ କଠୋରରୁ ଅତି କଠୋର ଦଣ୍ଡ ପ୍ରଦାନ କରିବାକୁ ଶ୍ରୀ ନାୟକ ତାଙ୍କ ପିଟିସନ୍‌ରେ ଉଲ୍ଲେଖ କରିଛନ୍ତି।

ପ୍ରକାଶଥାଉକି, ରାଇରଙ୍ଗପୁର ୮ ନମ୍ବର ୱାର୍ଡ ପୁରୁଣାଘାଟୀ ସାହିର ରେବତୀ ବେହେରାଙ୍କ ସ୍ବାମୀ କୁନା ବେହେରାଙ୍କ ୭ ମାସ ତଳେ ମୃତ୍ୟୁ ଘଟିଥିଲା। ସ୍ବାମୀଙ୍କ ଦାହସଂସ୍କାର କୌଣସି ପ୍ରକାର ସାରିଥିଲେ ମଧ୍ୟ ଶୁଦ୍ଧିକ୍ରିୟା ପାଇଁ ଅର୍ଥ ଯୋଗାଡ଼ କରିପାରିନଥିଲେ ରେବତୀ। ଫଳରେ ନିଜର ରାସନ୍ କାର୍ଡକୁ ୩ ହଜାର ଟଙ୍କାରେ ବନ୍ଧା ପକାଇଥିଲେ। ‘ସମ୍ବାଦ’ରେ ଖବର ପ୍ରକାଶ ହେବା ପରେ ରେବତୀ ଓ ନାଡ଼ି ବେହେରାଙ୍କ ସମେତ ଅନ୍ୟମାନଙ୍କ ରାସନ୍ କାର୍ଡକୁ ବନ୍ଧା ରଖିଥିବା ବ୍ୟକ୍ତିଜଣକ ତା ପରଦିନ ସକାଳୁ ଆସି ଫେରସ୍ତ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe