ନଭେମ୍ବରରେ ମିଳିବ ରାସନ୍ କାର୍ଡ: ଯୋଗାଣ ମନ୍ତ୍ରୀ

Advertisment

ଆସନ୍ତା ନ‌ଭେମ୍ବର ମାସରେ ହିଁ ରାଜ୍ୟରେ ନୂଆ ରାସନ୍ କାର୍ଡ ବଣ୍ଟନ ହେବ। ଯେଉଁମାନେ ଆବେଦନ କରିଛନ୍ତି ସେଥିରୁ ଯୋଗ୍ୟ ହିତାଧିକାରୀଙ୍କୁ ଚୟନ କରି ରାସନ୍ କାର୍ଡ ଦିଆଯିବ ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି।

ଆସନ୍ତା ନ‌ଭେମ୍ବର ମାସରେ ହିଁ ରାଜ୍ୟରେ ନୂଆ ରାସନ୍ କାର୍ଡ ବଣ୍ଟନ ହେବ। ଯେଉଁମାନେ ଆବେଦନ କରିଛନ୍ତି ସେଥିରୁ ଯୋଗ୍ୟ ହିତାଧିକାରୀଙ୍କୁ ଚୟନ କରି ରାସନ୍ କାର୍ଡ ଦିଆଯିବ ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି।

ration card 78

ଭୁବନେଶ୍ବର: ଆସନ୍ତା ନ‌ଭେମ୍ବର ମାସରେ ହିଁ ରାଜ୍ୟରେ ନୂଆ ରାସନ୍ କାର୍ଡ ବଣ୍ଟନ ହେବ। ଯେଉଁମାନେ ଆବେଦନ କରିଛନ୍ତି ସେଥିରୁ ଯୋଗ୍ୟ ହିତାଧିକାରୀଙ୍କୁ ଚୟନ କରି ରାସନ୍ କାର୍ଡ ଦିଆଯିବ ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି। ଯୋଗାଣ ମନ୍ତ୍ରୀ ଶ୍ରୀ ପାତ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଯେ ଏବେ ଇ-କେୱାଇସି ଯାଞ୍ଚ ପ୍ରକ୍ରିୟା ଜାରି ରହିଛି। ଏହା ଶେଷ ହେବା ପରେ କେତେ ଭୂତ ହିତାଧିକାରୀଙ୍କ ନାଁ କଟିବ ଏବଂ ପ୍ରକୃତ ହିତାଧିକାରୀଙ୍କ ସଂଖ୍ୟା କେତେ ତାହା ଜଣାପଡ଼ିବ। 

ବର୍ତ୍ତମାନ ସୁଦ୍ଧା ପ୍ରାୟ ୧୦ଲକ୍ଷ ଲୋକ ନୂଆ ରାସନ୍‌ କାର୍ଡ ପାଇଁ ଆବେଦନ କରିଛନ୍ତି। ସମସ୍ତ ଆବେଦନର ଯାଞ୍ଚ ଚାଲିଛି। ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍ ଅନୁଯାୟୀ, ଯେଉଁମାନେ ଯୋଗ୍ୟ ବିବେଚିତ ହେବେ ସେମାନଙ୍କୁ ଆସନ୍ତା ନଭେମ୍ବର ମାସ ଶେଷ ସୁଦ୍ଧା ରାସନ କାର୍ଡ ବଣ୍ଟନ କରାଯିବ। ସୂଚନାଯୋଗ୍ୟ ଯେ ଗତ ବିଧାନସଭା ଅଧିବେଶନରେ ଯୋଗାଣ ମନ୍ତ୍ରୀ କହିଥିଲେ ଯେ ରାଜ୍ୟରେ ପ୍ରାୟ ୨୫ଲକ୍ଷ ଭୂତ ହିତାଧିକାରୀ ଅଛନ୍ତି। ଇ-କେୱାଇସି ଯାଞ୍ଚ ଶେଷ ହେବା ପରେ ବାସ୍ତବରେ କେତେ ଭୂତ ହିତାଧିକାରୀ ଅଛନ୍ତି ତାହା ଜଣାପଡ଼ିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe