ବିନା ଆଧାର ଯାଞ୍ଚରେ ମିଳିବ ରାସନ୍‌ ସାମଗ୍ରୀ

Advertisment
ଆଉ ୩ ରାଜ୍ୟରେ ‘ଏକ ରାଷ୍ଟ୍ର, ଏକ ରାସନ କାର୍ଡ଼’ ବ୍ୟବସ୍ଥା

minnambalam.com

କୋଭିଡ୍‌ ପାଇଁ ସରକାରଙ୍କ ଏହି ନିଷ୍ପତ୍ତି
ଅଟୋମେଟେଡ୍‌ ଇ-ପୋସ୍‌ ବ୍ୟବସ୍ଥା ଜାରି ରହିବ
ରିଟେଲରଙ୍କୁ ଦେଖାଇବାକୁ ହେବ ରାସନ୍ କାର୍ଡ

ଭୁବନେଶ୍ବର :ରାଜ୍ୟରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢ଼ିଚାଲିଛି। ଗଞ୍ଜାମ, ଖୋର୍ଦ୍ଧା, କଟକ, ଯାଜପୁର ସମେତ ଅନ୍ୟ ହଟ୍‌ସ୍ପଟ୍‌ ଅଞ୍ଚଳରେ ବଢୁଥିବା ସଂକ୍ରମଣକୁ ଦେଖି ପିଡିଏସ୍‌ ହିତାଧିକାରୀଙ୍କୁ ବିନା ଆଧାର ଯାଞ୍ଚରେ ଜୁଲାଇ ଓ ଅଗଷ୍ଟ ମାସର ରାସନ୍‌ ସାମଗ୍ରୀ ଦେବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। ଟୁଇଟ୍‌ କରି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଜଣାଇବା ସହ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। କିନ୍ତୁ ଯେଉଁ ପିଡିଏସ୍‌ ରିଟେଲରମାନଙ୍କ ପାଖରେ ଅଟୋମେଟେଡ୍‌ ଇ-ପୋସ୍‌ ମେସିନ୍‌ ଅଛି, ସେଠାରେ ସାମାଜିକ ଦୂରତା ରଖି ହିତାଧିକାରୀଙ୍କ ଆଧାର ବୈଧତା ଯାଞ୍ଚ ପରେ ରାସନ୍‌ ସାମଗ୍ରୀ ଦେବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ତେବେ ଯେଉଁ ହିତାଧିକାରୀମାନେ ବିନା ଆଧାର ଯାଞ୍ଚରେ ରାସନ ସାମଗ୍ରୀ ନେବେ, ସେମାନଙ୍କୁ ନିଜ ରାସନ କାର୍ଡ଼ ରିଟେଲରଙ୍କୁ ଦେଖାଇବାକୁ ପଡ଼ିବ।

ଜିଲ୍ଲାପାଳମାନଙ୍କୁ ବିଭାଗୀୟ ଶାସନ ସଚିବ ଚିଠି ଲେଖି ଜଣାଇଛନ୍ତି, କୋଭିଡ-୧୯ ପାଇଁ ହିତାଧିକାରୀମାନଙ୍କ ଆଙ୍ଗୁଠି, ଆଇରିସ୍‌ ଯାଞ୍ଚକୁ ଅନ୍ୟାଦେଶ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ଚଳିତବର୍ଷ ଏପ୍ରିଲରୁ ଜୁନ୍‌ ପର୍ଯନ୍ତ ବିନା ଆଧାର ଯାଞ୍ଚରେ ରାସନ ସାମଗ୍ରୀ ବଣ୍ଟନ କରାଯାଇଥିଲା ସେହିପରି ଏନ୍‌ଏଫଏସ୍‌ଏ ଓ ଏସ୍‌ଏଫଏସ୍‌ଏ ହିତାଧିକାରୀମାନଙ୍କ ପାଇଁ ଇ-ପୋସ୍‌ ଯାଞ୍ଚ ବ୍ୟବସ୍ଥାକୁ ପୁଣି ଥରେ ସ୍ଥଗିତ ରଖାଯାଇଛି। ପରବର୍ତ୍ତୀ ଅବସ୍ଥାରେ କରୋନା ସଂକ୍ରମଣକୁ ଦେଖି ସରକାର ନିଷ୍ପତ୍ତି ନେବେ ବୋଲି ଶାସନ ସଚିବ ଜଣାଇଛନ୍ତି।

ସୂଚନାଥାଉକି, ଜୁଲାଇ ମାସରୁ ବାୟୋମେଟ୍ରିକ୍‌ ଯାଞ୍ଚ କରି ହିତାଧିକାରୀଙ୍କୁ ପିଡିଏସ୍‌ ସାମଗ୍ରୀ ବଣ୍ଟନ କରିବାକୁ ସରକାର ପୂର୍ବରୁ ନିର୍ଦ୍ଦେଶ ଦେଇଥିଲେ। ଯାହାକୁ ନେଇ ରିଟେଲରମାନେ ଅସନ୍ତୋଷ ବ୍ୟକ୍ତ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe