ଅନୁଗୁଳ : ମୃତବ୍ୟକ୍ତିଙ୍କ ନାଁରେ ଉଠୁଛି ରାସନ

Advertisment

ରାଣୀଗୋଡ଼ା, ସମଲ ପରେ ଏବେ ପୁରୁଣାଗଡ଼ରେ ହରିଲୁଟ୍

ରାଣୀଗୋଡ଼ା, ସମଲ ପରେ ଏବେ ପୁରୁଣାଗଡ଼ରେ ହରିଲୁଟ୍

ଅନୁଗୁଳ : ମୃତବ୍ୟକ୍ତିଙ୍କ ନାଁରେ ଉଠୁଛି ରାସନ

Mathrubhumi English

ଅନୁଗୁଳ/ବଅଁରପାଳ/ବନ୍ତଳା : ଅନୁଗୁଳ ଜିଲ୍ଲାରେ ମାତିଛି ଭୂତ। ପ୍ରତିମାସ ଉଠାଉଛି ରାସନ ସାମଗ୍ରୀ। କେବଳ ବଅଁରପାଳ ବ୍ଲକର ରାଣୀଗୋଡ଼ା କିମ୍ବା କଣିହାଁ ବ୍ଲକ୍‌ର ସମଲ ନୁହେଁ, ଅନୁଗୁଳ ବ୍ଲକର ପୁରୁଣାଗଡ଼ରେ ବି ମଲା ଲୋକ ନାଁରେ ଉଠୁଛି ଚାଉଳ। ‌‌ତେବେ ଦୋଷ ଲୁଚାଇବା ପାଇଁ ଡିଲର ଓ ଯୋଗାଣ ବିଭାଗ ଏବେ ଜଣେ ଅନ୍ୟ ଜଣକ ମୁଣ୍ଡରେ ଅଠା ବୋଲିବାକୁ ଚେଷ୍ଟା କରୁଛନ୍ତି।

publive-image The Indian Express

ପ୍ରାପ୍ତ ସୂଚନା ଅନୁସାରେ, କିଛି ମାସ ତଳେ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଗାଁର ସନାତନ ମହାକୁଡଙ୍କ ନାଁରେ ରାସନ କାର୍ଡ଼ରେ ଚାଉଳ ବଣ୍ଟା ଯାଉଥିବା ବେଳେ ସେହି ଗାଁର ମହିଳା ସରସ୍ବତୀ ଡାଙ୍ଗ୍‌ଙ୍କ ମୃତ୍ୟୁ ପରେ ବି ଚାଉଳ ଉଠୁଥିବା ଜଣାପଡ଼ିଛି। ବଅଁରପାଳ ବ୍ଲକ ବଳରାମପ୍ରସାଦ ପଞ୍ଚାୟତରୁ ପୁଣି ଆସିଛି ଅନିୟମିତତା ଅଭିଯୋଗ। ପାଖାପାଖି ୨୫ହଜାର ଟଙ୍କା ପେନ୍‌ସନ ପାଉଥିବା ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ପରିବାର ବି ଖାଉଛନ୍ତି ସରକାରଙ୍କ ଟଙ୍କିକିଆ ରାସନ। ପେନ୍‌ସନ ଭୋଗୀ ଏହି କର୍ମଚାରୀ ଜଣକ ହେଉଛନ୍ତି ଜଣେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ। ବଳରାମପ୍ରସାଦ ପଞ୍ଚାୟତ କଇଁଫୁଲିଆ ସାହି ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନଶିକ୍ଷକ ଦାୟିତ୍ବ ତୁଲାଇବା ପରେ ସେ ଅବସର ନେଇଛନ୍ତି। ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ ସାହୁଙ୍କ ନାଁରେ କାର୍ଡ଼ ରହିଥିବା ଜଣାପଡ଼ିଛି। ସେହିପରି ମହୀଧରପୁର ଗାଁରେ ମଧ୍ୟ ମୃତ ବ୍ୟକ୍ତିଙ୍କ ନାଁରେ ଚାଉଳ ଉଠୁଥିବା ଅଭିଯୋଗ ହୋଇଛି। ପ୍ରାୟ ଦେଢ଼ ବର୍ଷ ତଳେ ଗାଁର କାଳିଆ ଜେନାଙ୍କର ମୃତ୍ୟୁ ହୋଇ ହୋଇଥିଲା। ପରିବାର ସଦସ୍ୟ ସଂଖ୍ୟା ଥିଲେ ଚାରି। କାଳିଆଙ୍କ ମୃତ୍ୟୁ ପରେ ବାକି ଦୁଇ ଜଣ ପିଲା ଏବଂ ତାଙ୍କ ସ୍ତ୍ରୀଙ୍କୁ ମିଶାଇ ପରିବାର ସଦସ୍ୟ ସଂଖ୍ୟା ଏବେ ତିନି। ଆଜି ପର୍ଯ୍ୟନ୍ତ ମୃତ କାଳିଆ ନାଁରେ ଚାଉଳ ଉଠୁଛି ସତ, କିନ୍ତୁ ତାଙ୍କ ପରିବାରକୁ ଦିଆଯାଉ ନାହିଁ ବୋଲି ମୃତ କାଳିଆଙ୍କର ପରିବାର କହିଛନ୍ତି।

publive-image Patrika

ମହୀଧରପୁର ଗ୍ରାମର ଅଲେଇ ପୃଷ୍ଟିଙ୍କ କାର୍ଡ଼ରେ ମଧ୍ୟ ଅନିୟମିତତା ହୋଇଛି। ଅଲେଇଙ୍କର ଝିଅ କିଛି ମାସ ତଳେ ଅନ୍ୟତ୍ର ବାହାଘର ହୋଇସାରିଲେଣି। ତାଙ୍କ ନାଁରେ ଚାଉଳ ଉଠୁଛି, ଅଥଚ ପରିବାର ଲୋକଙ୍କୁ ଦିଆଯାଉ ନାହିଁ ବୋଲି ଅଭିଯୋଗ ହୋଇଛି। ପୁରୁଣାଗଡ଼ରେ ମଲା ଲୋକଙ୍କ ନାଁରେ ଚାଉଳ ଉଠିବା ଘଟଣା ସମ୍ପର୍କରେ ଡିଲର ଗଦାଧର ମହାକୁଡ଼ କହିଛନ୍ତି, ମଲା ଲୋକଙ୍କ ସମ୍ପର୍କରେ ମୁଁ ବ୍ଲକକୁ ଅବଗତ କରାଇଛି। ତଥାପି ସେମାନଙ୍କ ନାଁରେ ଚାଉଳ ଉଠୁଛି। ଏହି ଚାଉଳକୁ ତାଙ୍କ ପରିବାର ଲୋକଙ୍କୁ ଦେଉଛୁ। ଆମେ ରଖୁ ନାହୁଁ ବୋଲି ଶ୍ରୀ ମହାକୁଡ଼ କହିଛନ୍ତି। ସମାନ କଥା ଦର୍ଶାଇଛନ୍ତି ମହୀଧରପୁର ଡିଲର ଅଭୟ ସାହୁ। କହିଛନ୍ତି, ମୃତ କାଳିଆ ଏବଂ ବିବାହ କରିଥିବା ଝିଅଙ୍କ ନାମ ତାଲିକାରୁ କାଟିବା ପାଇଁ ମୁଁ ବ୍ଲକକୁ ଜଣାଇଛି। ସେହିପରି ପେନ୍‌ସନ୍‌ଭୋଗୀ ପ୍ରଧାନ ଶିକ୍ଷକଙ୍କ ରାସନ କାର୍ଡ଼ କାଟି ଦିଆଯିବ ବୋଲି ବ୍ଲକ ଯୋଗାଣ ଅଧିକାରୀ ସତ୍ୟବ୍ରତ ସେଠୀ କହିଛନ୍ତି। ମୃତ ଲୋକଙ୍କ ନାମ ରାସନ୍‌ କାର୍ଡ଼ ତାଲିକାରୁ କାଟିବା ହେଉଛି ଯୋଗାଣ ବିଭାଗର ନିତିଦିନିଆ କାମ। ପଞ୍ଚାୟତ ହେଉ ଅବା ଡିଲରଙ୍କ ରିପୋର୍ଟ ଆଧାରରେ ବିଭାଗ ମାସକୁ ମାସ ତାଲିକାରୁ ମଲା ଲୋକଙ୍କ ନାଁ କାଟିବା କଥା। କିନ୍ତୁ ଡିଲରମାନେ ମଲା ଲୋକଙ୍କ ନାଁ ଯଦି ସୂଚନା ଦେଉଛନ୍ତି ତେବେ ବ୍ଲକରେ ନାଁ କାଟିବାରେ ଅବହେଳା କାହିଁକି? ଇଏ କେବଳ ଦୁଇ/ଚାରୋଟି ପଞ୍ଚାୟତର କଥା ନୁହେଁ, ଜିଲ୍ଲାର ପ୍ରାୟ ପଞ୍ଚାୟତରେ ସମାନ ଅବସ୍ଥା ବୋଲି କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe