ରତ୍ନଭଣ୍ଡାର ଚାବି ହଜିବା ପ୍ରସଂଗ : ତଦନ୍ତ ରିପୋର୍ଟ ସାର୍ବଜନୀନ ପାଇଁ ହାଇକୋର୍ଟରେ ମାମଲା

ଆରମ୍ଭ ହେବ ଶ୍ରୀମନ୍ଦିର ଦ୍ୱାରରେ ରୁପା ଚାଦର କାମ

atlasobscura.com

କଟକ : ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଓ ମହାପ୍ରଭୁଙ୍କ ସ୍ଥାବର ଅସ୍ଥାବର ସଂପତ୍ତିର ସୁରକ୍ଷା ପ୍ରସଂଗ ନେଇ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ଦାୟର ହୋଇଛି। ଭାରତୀୟ ବିକାଶ ପରିଷଦ ରାଜ୍ୟ ସଭାପତି ସୁରେନ୍ଦ୍ର ପାଣିଗ୍ରାହୀଙ୍କ ପକ୍ଷରୁ ଦାୟର ମାମଲାରେ ଦର୍ଶାଯାଇଛି ଯେ ସରକାର ରତ୍ନ ଭଣ୍ଡାର ଚାବି ହଜିବା ପ୍ରସଂଗ ନେଇ ବିଚାରବିଭାଗୀୟ ତଦନ୍ତ କମିସନ୍ ବସାଇଥିଲେ। ୨୦୧୮, ଡିସେମ୍ବର ୧ରେ କମିସନ୍ ରିପୋର୍ଟ ଦାଖଲ କରିଥିବା ବେଳେ ଏହି ରିପୋର୍ଟ ସର୍ବସାଧାରଣରେ ପ୍ରକାଶ କରାଯାଉ। ସରକାର ଶ୍ରୀଜଗନ୍ନାଥ ମନ୍ଦିର ପ୍ରସଂଗକୁ ନେଇ ବିଭିନ୍ନ ସମୟରେ ୬ଟି ତଦନ୍ତ କମିସନ ବସାଇଥିବା ବେଳେ ଏ ପର୍ଯ୍ୟନ୍ତ ଗୋଟିଏର ବି ରିପୋର୍ଟ ସର୍ବସାଧାରଣରେ ପ୍ରକାଶ କରାଯାଇ ନାହିଁ। ବିଭିନ୍ନ କମିସନ୍ ବସାଇବା ବାବଦରେ ୨ କୋଟି ଟଙ୍କାରୁ ଅଧିକ ଟଙ୍କା ଖର୍ଚ୍ଚ କରି ସରକାର କିନ୍ତୁ ରିପୋର୍ଟକୁ ଧରି ବସିଛନ୍ତି। ବିଧାନସଭାରେ ଏହା ଉପସ୍ଥାପନ କରାଯାଉ ନାହିଁ। ଆଇନ ଅନୁସାରେ ରିପୋର୍ଟ ଦାଖଲର ୬ ମାସ ଭିତରେ ଏହା ବିଧାନସଭାରେ ଉପସ୍ଥାପନ କରାଯିବା କଥା, କିନ୍ତୁ ଏପରି କରାଯାଉ ନାହିଁ। ଏପରି ପରିସ୍ଥିତିରେ ରାଜକୋଷରୁ ଖର୍ଚ୍ଚ ହୋଇଥିବା ଟଙ୍କା ଆଦାୟ କରାଯାଉ। ଏଥି ସହିତ ଜଗନ୍ନାଥଙ୍କ ରତ୍ନ ଭଣ୍ଡାରରେ ରଖାଯାଇଥିବା ରତ୍ନ ଅଳଙ୍କାର, ସୁନା ଓ ମୂଲ୍ୟବାନ ଜିନିଷର ଯାଞ୍ଚ କରାଯାଇ ଏହାର ତାଲିକା ପ୍ରସ୍ତୁତ କରାଯାଉ। ଶ୍ରୀଜଗନ୍ନାଥଙ୍କ ସ୍ଥାବର ଓ ଅସ୍ଥାବର ସଂପତ୍ତି ସୁରକ୍ଷା ପାଇଁ ସରକାର ଠୋସ୍ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ମାମଲାରେ ମୁଖ୍ୟ ଶାସନ ସଚିବ, ଶ୍ରୀଜଗନ୍ନାଥ ମନ୍ଦିର ମୁଖ୍ୟ ପ୍ରଶାସକ, ଅର୍ଥ ସଚିବ, ଆଇନ ସଚିବ, ପୁରୀ ଜିଲ୍ଲାପାଳଙ୍କୁ ପକ୍ଷଭୁକ୍ତ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe