ବିଧାନସଭାରେ ଉଠିଲା ରତ୍ନଭଣ୍ଡାର ପ୍ରସଙ୍ଗ : ୮ କମିସନଙ୍କ ରିପୋର୍ଟ ଉପସ୍ଥାପନ ହୋଇନାହିଁ

Advertisment
ବିଧାନସଭାରେ ଉଠିଲା ରତ୍ନଭଣ୍ଡାର ପ୍ରସଙ୍ଗ : ୮ କମିସନଙ୍କ ରିପୋର୍ଟ ଉପସ୍ଥାପନ ହୋଇନାହିଁ

Argus News

ଭୁବନେଶ୍ବର:  ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଚାବି ହଜିବା ଘଟଣାରେ ଗୃହରେ ଉଦବେଗ ପ୍ରକାଶ କରିଛନ୍ତି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା। ସେ କହିଛନ୍ତି ଯେ ରତ୍ନ ଭଣ୍ଡାର ଚାବି ହଜିବା ଘଟଣାରେ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଛି । ରତ୍ନଭଣ୍ଡାର ସୁରକ୍ଷିତ ଅଛି କି ନାହିଁ? ଏଥିଲାଗି ବସାଯାଇ ଥିବା କମିସନଙ୍କ ରିପୋର୍ଟରେ କ’ଣ ରହିଛି ତାହା ଗୃହରେ ଉପସ୍ଥାପନ କରଯାଉନି।

ଜସିଷ୍ଟ ରଘୁବୀର ଦାସ କମିସନଙ୍କ ରିପୋର୍ଟ ଗୃହରେ ଉପସ୍ଥାପନ କରିବାକୁ ବାଚସ୍ପତିଙ୍କ ରୁଲିଂ ଦାବି କରିଛନ୍ତି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା । ଏହା ସହିତ ସେ ଆହୁରି କହିଛନ୍ତି ଗତ ୨୧ ବର୍ଷ ଧରି ରାଜ୍ୟ ସରକାର ୨୪ଟି କମିସନ ବସାଇଛନ୍ତି । ଏ ବାବଦକୁ ରାଜ୍ୟ ରାଜକୋଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଛି । ମାତ୍ର ଆଜି ପର୍ଯ୍ୟନ୍ତ ୮ଟି କମିସନଙ୍କ ରିପୋର୍ଟ ଦାଖଲ ହୋଇ ପାରିନି। କମିସନଙ୍କ କାର୍ଯ୍ୟକାଳ ଶେଷ ହେଇ ଯାଉଛି ଓ  ତଦନ୍ତ ଆଳରେ ଅବଧି ବଢିବାରେ ଲାଗିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe