ରତ୍ନଭଣ୍ଡାର ଚାବି ହଜିବା ଘଟଣା: ଏଯାଏଁ ମିଳିନି ରଘୁବୀର ଦାସ କମିସନ ରିପୋର୍ଟ

Advertisment
ଶ୍ରୀମନ୍ଦିରରେ ବଡ଼ ମହାସ୍ନାନ: ଦୁଇଘଣ୍ଟା ଦର୍ଶନ ବନ୍ଦ

atlasobscura.com

ଭୁବନେଶ୍ବର : ୧୯୭୦ ମସିହା ପରଠାରୁ ମହାପ୍ରଭୁଙ୍କ ରତ୍ନଗୃହର ଚାବି କେଉଁଠାରେ ଥିଲା, ୧୪.୦୬.୨୦୧୮ରେ ଜିଲ୍ଲାପାଳଙ୍କ ମହାଫିସ୍‌ ଖାନା (ରେକର୍ଡ ରୁମ୍‌)ରୁ ଚାବି ମିଳିବା ସମ୍ପର୍କିତ ତଥ୍ୟ ଉନ୍ମୋଚନ ପାଇଁ ଗଠିତ ବିଚାର ବିଭାଗୀୟ କମିଟି ତଥା ଜଷ୍ଟିସ୍‌ ରଘୁବୀର ଦାଶଙ୍କ ତଦନ୍ତ ରିପୋର୍ଟ ଏପର୍ଯ୍ୟନ୍ତ ମିଳିନି ବୋଲି ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା ସୂଚନା ଦେଇଛନ୍ତି।

ବିଧାୟକ ଦାସରଥୀ ଗମାଙ୍ଗଙ୍କ ପ୍ରଶ୍ନର ଲିଖିତ ଉତ୍ତର ଦେଇ ମନ୍ତ୍ରୀ ଶ୍ରୀ ସାରକା ସୂଚନା ଦେଇଛନ୍ତି ଯେ ରତ୍ନଭଣ୍ଡାର ଚାବି ହଜିବା ଘଟଣା ଉପରେ ତଦନ୍ତ କରିବା ପାଇଁ ନିଯୁକ୍ତ ରଘୁବୀର ଦାଶ କମିସନଙ୍କ ରିପୋର୍ଟ ହସ୍ତଗତ ହେବା ପରେ କମିସନଙ୍କ ସୁପାରିସ ଅନୁସାରେ ରତ୍ନ ଭଣ୍ଡାରର ଆବଶ୍ୟକ ମରାମତି ପାଇଁ ପଦକ୍ଷେପ ନିଆଯାଇପାରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe