୧୪ରେ ରତ୍ନଭଣ୍ଡାର ଖୋଲିବ

Advertisment

ଏସ୍‌ଓପିର ବିଭିନ୍ନ ଦିଗ ଯାଞ୍ଚ କରିବୁ: ଆଇନ ମନ୍ତ୍ରୀ

ଏସ୍‌ଓପିର ବିଭିନ୍ନ ଦିଗ ଯାଞ୍ଚ କରିବୁ: ଆଇନ ମନ୍ତ୍ରୀ

ରତ୍ନ ଭଣ୍ଡାର ପାଇଁ କମିଟି ଗଠନ କଲେ ମୁଖ୍ୟମନ୍ତ୍ରୀ

NF Times

ଭୁବନେଶ୍ବର: ଶ୍ରୀମନ୍ଦିର ରତ୍ନଭଣ୍ଡାର ଆସନ୍ତା ୧୪ ତାରିଖରେ ଖୋଲିବା ପାଇଁ ଶ୍ରୀମନ୍ଦିର ପରିଚାଳନା କମିଟି ରାଜ୍ୟ ସରକାରଙ୍କୁ ସୁପାରିସ କରିବା ପରେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି ଯେ ଶ୍ରୀମନ୍ଦିର ପରିଚାଳନା କମିଟି ଯେଉଁ ତାରିଖ ଧାର୍ଯ୍ୟ କରିଛନ୍ତି ସେହି ଦିନ ହିଁ ରତ୍ନଭଣ୍ଡାର ଖୋଲିବ। କେବଳ କମିଟି ଯେଉଁ ଏସ୍‌ଓପି ସୁପାରିସ କରିଛି ତା’ର ବିଭିନ୍ନ ଦିଗକୁ ଯାଞ୍ଚ କରାଯିବ। ନୀତିକାନ୍ତି ସହ ଖାପଖୁଆଇ ସବୁ ଦିଗକୁ ସୁବିଧା ହେବା ଭଳି ନିଷ୍ପତ୍ତି ନିଆଯିବ।

ଆଇନ ମନ୍ତ୍ରୀ କହିଛନ୍ତି ଯେ ରତ୍ନ ଭଣ୍ଡାର ଯାଞ୍ଚ କମିଟିର ସୁପାରିସକୁ ପରିଚାଳନା କମିଟି ମୋହର ମାରିଛି। ତାହା ଆଜି ସରକାରଙ୍କ ନିକଟରେ ପହଞ୍ଚିବ। ଯେଉଁ ଏସ୍‌ଓପି ସେମାନେ ତିଆରି କରିଛନ୍ତି ତାହାକୁ ଠିକ୍‌ ଭାବେ ଯାଞ୍ଚ କରାଯିବ। ଆବଶ୍ୟକସ୍ଥଳେ ଏଥିରେ କିଛି ପରିବର୍ତ୍ତନ ‌ହୋଇପାରେ। ରତ୍ନଭଣ୍ଡାର ଖୋଲାଯିବା ପରେ ରତ୍ନ ଗଣତି ମଣତି, ରତ୍ନଭଣ୍ଡାର ମରାମତି କାମ ଚାଲିଲେ ବି ଶ୍ରଦ୍ଧାଳୁମାନେ ଯେପରି ସୁରୁଖୁରରେ ଶ୍ରୀଜୀଉଙ୍କ ଦର୍ଶନ କରିବେ ତାହାକୁ ଗୁରୁତ୍ବ ଦିଆଯିବ। ସୂଚନାଯୋଗ୍ୟ ଯେ ଗତ ୯ ତାରିଖରେ ରତ୍ନ ଭଣ୍ଡାର ଯାଞ୍ଚ କମିଟିର ଦ୍ୱିତୀୟ ବୈଠକରେ
ନିଷ୍ପତ୍ତି ହୋଇଥିଲା ଯେ ଜୁଲାଇ ୧୪ରେ ରତ୍ନ ଭଣ୍ଡାର ଖୋଲାଯିବ। ରତ୍ନ ଭଣ୍ଡାର ଯାଞ୍ଚ କମିଟି ଅଧ୍ୟକ୍ଷ ଜଷ୍ଟିସ୍‌ ବିଶ୍ୱନାଥ ରଥ କହିଥିଲେ ଯେ କେବଳ ସରକାରଙ୍କ ଅନୁମତିକୁ ଅପେକ୍ଷା ଅଛି। ସରକାର ଅନୁମତି ଦେଲେ ରତ୍ନଭଣ୍ଡାର ଖୋଲିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe