‘ଅସତ୍ୟ ଉପରେ ସତ୍ୟର ଜୟ’ ହେଲା, ଭୁବନେଶ୍ବରରେ ଜଳିଲା ରାବଣର କୁଶପୁତ୍ତଳିକା

Advertisment
‘ଅସତ୍ୟ ଉପରେ ସତ୍ୟର ଜୟ’ ହେଲା, ଭୁବନେଶ୍ବରରେ ଜଳିଲା ରାବଣର କୁଶପୁତ୍ତଳିକା

ଭୁବନେଶ୍ବର: ‘ଅସତ୍ୟ ଉ‌ପର ସତ୍ୟର ଜୟ’ ହୋଇଛି। ଧର୍ମ ଆଗରେ ଅଧର୍ମ ବଳି ପଡ଼ିଛି। ଧର୍ମର ଜୟ ହୋଇଛି। ୫ଦିନ ଧରି ପୂଜାମଣ୍ଡପ ଗୁଡ଼ିକରେ ଭକ୍ତମାନଙ୍କ ପ୍ରବଳ ଉତ୍ସାହ ଦେଖାଯାଇଥିବା ବେଳେ ଆଜି ଭୁବନେଶ୍ବରରେ ଦଶହରା ଅସରରେ ବିଭିନ୍ନ ସ୍ଥାନରେ ରାବଣପୋଡ଼ି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଝାରପଡ଼ା ଓ ନହରକଣ୍ଟା ଠାରେ ରାବଣପୋଡ଼ି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।

ରାବଣ ପୋଡି ପାଇଁ କମିସନରେଟ ପୁଲିସ ପକ୍ଷରୁ ଭୁବନେଶ୍ବରରେ ୫ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଥିଲା | ଏହା ସହ ରାବଣପୋଡି ପାଇଁ ୨୮ଟି ଗାଇଡ଼ଲାଇନ ରହିଥିଲା । ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ କହିଥିଲେ ଯେ ରାବଣପୋଡ଼ି ସମୟରେ ୧୦୦ ମିଟର ଜୋନ ଭିତରେ ଲୋକ ରହିବେ ନାହିଁ । ଲାଇସେନ୍ସପ୍ରାପ୍ତ ବାଣ ଦୋକାନୀଙ୍କଠାରୁ ବାଣ କିଣାଯାଇଥିବା ଦରକାର। ସୁରକ୍ଷା ଦୃଷ୍ଟିକୋଣରୁ ବାରିକେଡର ବ୍ୟବସ୍ଥା କରାଯିବ। ଭସାଣି ପାଇଁ ୧୭ରୁ ଉର୍ଦ୍ଧ୍ବ ପ୍ଲାଟୁନ ଫୋର୍ସ ମୁତୟନ ହେବେ।

ସୂଚନାଯୋଗ୍ୟ, ରାଜଧାନୀ ଭୁବନେଶ୍ବରରେ ଶତାଧିକ ସ୍ଥାନରେ ମା’ଙ୍କ ଦୁର୍ଗାପୂଜା ଆୟୋଜନ ହୋଇଛି। କିନ୍ତୁ ସବୁ ସ୍ଥାନରେ ରାବଣପୋଡ଼ିର ଆୟୋଜନ କରାଯାଇ ନାହିଁ। ଏହାର କାରଣ ହେଲା, ରାବଣପୋଡ଼ି ପାଇଁ ଅଭାବ ଥିବା ବ୍ୟବସ୍ଥା। ତେଣୁ କମିସନରେଟ ପୁଲିସ ପକ୍ଷରୁ ପାହାଳ, ବରମୁଣ୍ଡା, ନହରକଣ୍ଟା ଏବଂ ଝାରପଡ଼ା ଦୁର୍ଗାପୂଜା କମିଟିକୁ ରାବଣପୋଡ଼ି ପାଇଁ ଅନୁମତି ଦେଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe