କଟକରେ ଉତ୍ସାହର ସହିତ ପାଳନ ହେବ ରାବଣ ପୋଡି ଉତ୍ସବ: ସର୍ବଧର୍ମ ସାଂସ୍କୃତିକ ପରିଷଦ

Advertisment
କଟକରେ ଉତ୍ସାହର ସହିତ ପାଳନ ହେବ ରାବଣ ପୋଡି ଉତ୍ସବ: ସର୍ବଧର୍ମ ସାଂସ୍କୃତିକ ପରିଷଦ

କଟକ: ଆସନ୍ତା ବିଜୟା ଦଶମୀରେ କଟକରେ ଧୁମଧାମରେ ପାଳନ ହେବ ରାବଣ ପୋଡି ଉତ୍ସବ। ବାରବାଟୀ ସାଂସ୍କୃତିକ ପରିଷଦ ଆନୁକୂଲ୍ୟରେ ଆୟୋଜିତ ହେବ ଏହି ଉତ୍ସବ। ଦୀର୍ଘ ଦୁଇ ବର୍ଷ ଧରି କୋଭିଡ କାରଣରୁ ଏହି ଉତ୍ସବ ସମ୍ଭବପର ହେଉ ନଥିଲା । କିନ୍ତୁ ଚଳିତବର୍ଷ ତାହାକୁ ବେଶ ଆଡ଼ମ୍ବର ସହ ପାଳନ କରାଯିବ ବୋଲି କହିଛନ୍ତି ବାରବାଟୀ ସର୍ବଧର୍ମ ସାଂସ୍କୃତିକ ପରିଷଦର ଆବାହକ ଆର୍ଶୀବାଦ ବେହେରା। ଚଳିତ ମାସ ୫ ତାରିଖ ଅର୍ଥାତ ବିଜୟା ଦଶମୀରେ ଏହି ଉତ୍ସବ ପାଳନ ହେବ ।

ମଧ୍ୟ ରାତିରେ ରାବଣ ପୋଡି ହେବାକୁ ଥିଲାବେଳେ ତାହା ପୂର୍ବରୁ ଓଡ଼ିଶାର ଲୋକ ପ୍ରିୟ କଳାକାରଙ୍କ ପକ୍ଷରୁ ମନୋରଂଜନ ଭରା ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବ। ଏହାସହ ଚିତାକର୍ଷକ ଆତସବାଜି ସାଙ୍ଗକୁ ବନାଟି କାର୍ଯ୍ୟକ୍ରମ ମଧ୍ୟ ରହିଛି। ଦୀର୍ଘ ୩୧ ବର୍ଷ ଧରି କଟକ ବାଲିଯାତ୍ରା ପଡିଆରେ ଏହି ଉତ୍ସବକୁ ପାଳନ କରି ଆସୁଛି ବାରବାଟୀ ସର୍ବଧର୍ମ ସାଂସ୍କୃତିକ ପରିଷଦ।

ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ଦଳମତ ନିର୍ବିଶେଷରେ ରାଜ୍ୟର ରାଜନୀତି, କଳା, ସଂସ୍କୃତିରେ ରୁଚି ରଖୁଥିବା ବ୍ୟକ୍ତି ବିଶେଷମାନେ ଏହି ଉତ୍ସବରେ ଯୋଗଦେବେ। ଏହାସହ ଲକ୍ଷାଧିକ ଲୋକଙ୍କ ଉପସ୍ଥିତି ରହି ରଙ୍ଗାରଙ୍ଗ କାର୍ଯ୍ୟକ୍ରମର ମଜା ଉଠାଇବା ସହ ରାବଣ ପୋଡି ମଧ୍ୟ ଦେଖିବାର ସୁଯୋଗ ପାଇବେ ବୋଲି କହିଛନ୍ତି ପରିଷଦ ଆବାହକ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe