ରେଭେନ୍ସା ସ୍ନାତକ ପରୀକ୍ଷାଫଳ: ଅଭୀପ୍‌ସା, ଚନ୍ଦନ ବେଷ୍ଟ ଗ୍ରାଜୁଏଟ୍‌

ସାମ୍‌ସର ତ୍ରୁଟିପୂର୍ଣ୍ଣ ପ୍ରକ୍ରିୟା: ରେଭେନ୍ସା‌ ୟୁଜି, ପିଜିରେ ୩୬୦ ସିଟ୍‌ ଖାଲି

The Times of India

କଟକ : ରେଭେନ୍ସା ବିଶ୍ବବିଦ୍ୟାଳୟ ସ୍ନାତକ (ୟୁଜି) ପରୀକ୍ଷାଫଳ ପ୍ରକାଶ ପାଇଛି। ଚଳିତବର୍ଷ ସ୍ନାତକର ରେଗୁଲାର ଓ ପ୍ରେଫେସନାଲ୍‌ କୋର୍ସର ମୋଟ ୩୨ଟି ପାଠ୍ୟକ୍ରମରେ ୧୬୬୮ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୧୫୫୭ ଜଣ ପାସ୍‌ କରିଛନ୍ତି। ଏଥର ବିଶ୍ବବିଦ୍ୟାଳୟ ପରୀକ୍ଷାଫଳ ୯୩.୩୪ ପ୍ରତିଶତ ହୋଇଛି। ତେବେ ଗତବର୍ଷର ପାସ୍‌ ହାରଠାରୁ ଚଳିତବର୍ଷର ପାସ୍‌ ହାର ୪ ପ୍ରତିଶତ କମିଛି। ଅନ୍ୟପଟେ ପୂର୍ବବର୍ଷ ପରି ଚଳିତବର୍ଷ ମଧ୍ୟ ଛାତ୍ରଙ୍କଠାରୁ ଛାତ୍ରୀମାନେ ଆଗରେ ଅଛନ୍ତି। ବିଶ୍ବବିଦ୍ୟାଳୟରେ ଛାତ୍ରଙ୍କ ପାସ୍‌ ହାର ୪୮.୬୮ ପ୍ରତିଶତ ଥିବା ବେଳେ ଛାତ୍ରୀଙ୍କ ପାସ୍‌ ହାର ୫୧.୩୨ ପ୍ରତିଶତ ରହିଛି।

ରେଗୁଲାର‌୍‌ କୋର୍ସରେ ବାଣିଜ୍ୟ ଛାତ୍ରୀ ଅଭୀପ୍‌ସା ଇପ୍‌ସିତା ସୁକଲା ୯୦.୮୧ ପ୍ରତିଶତ ନମ୍ବର ରଖି ବିଶ୍ବବିଦ୍ୟାଳୟର ବେଷ୍ଟ ଗ୍ରାଜୁଏଟ୍‌ ହୋଇଛନ୍ତି। ସେହିପରି ପ୍ରଫେସନାଲ୍‌ କୋର୍ସରେ ଆଇଟିଏମ୍‌ ଛାତ୍ର ଚନ୍ଦନ କୁମାର ସାହୁ ୯୦.୬୫ ପ୍ରତିଶ୍ରତ ନମ୍ବର ରଖି ରେଭେନ୍ସା ବେଷ୍ଟ ଗ୍ରାଜୁଏଟ୍‌ ହୋଇଛନ୍ତି। ସ୍ନାତକର ସମସ୍ତ ବିଭାରେ ମୋଟ ୧୫୫୭ଜଣ ଛାତ୍ରଛାତ୍ରୀ ପାସ୍‌ କରିଥିବା ବେଳେ ସେମାନଙ୍କ ମଧୢରେ ୭୯୯ ଜଣ ଛାତ୍ରୀ ଓ ୭୫୮ ଜଣ ଛାତ୍ର ଅଛନ୍ତି। ୨୦୨୨ରେ ମୋଟ ପାସ୍‌ ହାର ୯୭.୪୫ ପ୍ରତିଶତ ଥିବା ସମୟ‌ରେ ଏଥର ଏହା ୯୩.୩୪ ପ୍ରତିଶତ ରହିଛି। ସ୍ନାତକର ଆଇଟିଏମ୍‌ରେ ସର୍ବାଧିକ ୨୩୦ ଜଣ ଛାତ୍ରଛାତ୍ରୀ ପାସ୍‌ କରିଥିବା ବେଳେ ପରିସଂଖ୍ୟାନରେ ସର୍ବନିମ୍ନ ୩ଜଣ ପାସ୍‌ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe